Home କୋରାପୁଟ ବିବାଦୀୟ ଡୋଲିଆମ୍ବ ଗ୍ରାମରେ ଦକ୍ଷତାବୃଦ୍ଧି ତାଲିମ ଶିବିର

ବିବାଦୀୟ ଡୋଲିଆମ୍ବ ଗ୍ରାମରେ ଦକ୍ଷତାବୃଦ୍ଧି ତାଲିମ ଶିବିର

10

କୋରାପୁଟ  ୨୨-୦୩(ଓଡିଆ ପୁଅ /ରଂଜନ ଦାସ) କୋଟିଆ ଗ୍ରାମ ପଂଚାୟତର ବିବାଦୀୟ ଡୋଲିଆମ୍ବ ଗ୍ରାମରେ ତୃଣମୂଳ ସ୍ତରୀୟ ଦକ୍ଷତାବୃଦ୍ଧି ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି ।ନାବାର୍ଡର ଆର୍ଥିକ ସହାୟତା ଓ ହର୍ଷଟ୍ରଷ୍ଟର ପରିଚାଳନାରେ ଆୟୋଜିତ ଶିବିରରେ ସ୍ୱୟଂ ସହାୟକ ଗୋଷ୍ଠୀର  ମହିଳାମାନଙ୍କ ସହ ଗ୍ରାମବାସୀ ଯୋଗଦେଇ ତାଲିମ ନେଇଥିଲେ ।ନାବାର୍ଡର ପରାମର୍ଶଦାତା ଉପହାର ବେହେରା , ହର୍ଷ ଟ୍ରଷ୍ଟର ଜିଲ୍ଲା ସଂଯୋଜକ ପ୍ରବୀଣ ତ୍ରୀପାଠୀ ,ପାଇଣ୍ଡି ଜାନି ,ଜଳବିଭାଜିକା ମିଶନର ମଂଜୁଲତା ପଟନାୟକ ଓ  ବି.ପାର୍ଥ ସାରଥି ପ୍ରମୁଖ ତାଲିମଦାତା ଭାବେ ଯୋଗଦେଇ ଡିଜିଟାଲ ବ୍ୟାଙ୍କ ସେବା , ଜୀବନବୀମା ,ପେନସନ , ସଂଜୟ  ଓ ରୁଣ ସଂପର୍କିତ ତାଲିମ ପ୍ରଦାନ କରିଥିଲେ ।ଶେଷରେ ନାବାର୍ଡ ପରାମର୍ଶଦାତା ଶ୍ରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।ଜଲଭିଭାଜିକା ତରଫରୁ ଡୋଲିଆମ୍ବକୁ ପୋଷ୍ୟଗ୍ରାମ୍ୟ ଭାବେ ନେଇ ଗ୍ରାମର ସର୍ବାଙ୍ଗୀନ ବିକାଶ ନିମନ୍ତେ ବିଭିନ୍ନ ଯୋଜନା ପ୍ରସ୍ତୁତ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.