Home ଜିଲ୍ଲା ପରିକ୍ରମା ବିବାଦରେ ଦୋସିଙ୍ଗା ଡିଲର, ଜାଗୁଳା ପଂଚାୟତରୁ ବହୁ ପଡିକାର୍ଡ ହାତେଇ ନେଇଥିବା ବେଳେ ଅଂଚଳବାସୀ ଜିଲ୍ଲାପାଳଙ୍କ...

ବିବାଦରେ ଦୋସିଙ୍ଗା ଡିଲର, ଜାଗୁଳା ପଂଚାୟତରୁ ବହୁ ପଡିକାର୍ଡ ହାତେଇ ନେଇଥିବା ବେଳେ ଅଂଚଳବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ତ, ଏମଆଇଙ୍କ କାର୍ଯ୍ୟର ବିଦ୍ଧିବଦ୍ଧ ତଦନ୍ତ ଦାବୀ

3

ଭଦ୍ରକ, ୨୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ବ୍ଲକ ଦୋସିଙ୍ଗା ପଂଚାୟତ ପାଇଁ ନିଯୁକ୍ତି ପାଇଥିବା ଡିଲର ବସନ୍ତ ଗିରି ଦିନକୁ ଦିନ ବିବାଦ ଘେରରେ ଛନ୍ଦି ହୋଇଛନ୍ତି। ଏହି ବିବାଦରେ ସେ ନିଜକୁ ନିଜେ ବିବାଦୀୟ ହୋଇ ପଡିଥିବା ବେଳେ ଚାନ୍ଦବାଲି ଏମ ଆଇ ହରପ୍ରିୟା ସାହୁ ମଧ୍ୟ ବିବାଦୀୟ ପରିସରକୁ ଆସିଛନ୍ତି। ପ୍ରାପ୍ତ ଖବର ଅନୁଯାଇ ସଂପୃକ୍ତ ଡିଲର ନିଜ ଅଂଚଳରେ ସମସ୍ତ ପଡିକାର୍ଡ ଧାରୀଙ୍କୁ ସେବା ଯୋଗାଇ ଦେବା ଆଳରେ ବହୁ ସମୟରେ ଅର୍ଥ ଦାବୀ କରୁଥିବା ବେଳେ ପୁନଶ୍ଚ ଅନ୍ୟ ଏକ ପଂଚାୟତରୁ କିଛି ପଡିକାର୍ଡ କୁ ନିଜ ଅଧିନକୁ ନେଇ ଆସିଛନ୍ତି । ଏହାକୁ ନେଇ ପଡିକାର୍ଡ ଧାରୀ ଭଦ୍ରକ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି। ୦୪୦୫୧୪୧-୧୦୦୮,୧୦୭୩,୧୨୨୫,୧୨୬୯,୧୨୯୫ ଏବଂ ୨୧୫୮ ନଂ କାର୍ଡ ଧାରୀ ଯଥା ରବିନ୍ଦ୍ର ଜେନା, ସତ୍ୟଭାମା ଦାସ, ସବିତା ଗିରି, କୃଷ୍ନା ଗିରି, ପୂର୍ଣିମା ଗିରି ଏବଂ ମୀନାକ୍ଷି ଦାସ ପ୍ରମୁଖ ପଡିକାର୍ଡ ଧାରୀ ଜାଗୁଳା ପଂଚାୟତର ବାସିନ୍ଦା ହୋଇଥିବା ବେଳେ ସେମାନଙ୍କର କାର୍ଡ ଜାଗୁଳା ପଂଚାୟତ ଡିଲର ଲିଷ୍ଟରୁ କିପରି କଟି ଦୋସିଙ୍ଗା ପଂଚାୟତ ଡିଲରଙ୍କ ଲିଷ୍ଟରେ ସାମିଲ ହୋଇଛି ତାହା ସେମାନଙ୍କୁ ଆଶ୍ଚର୍ଯ୍ୟରେ ପକାଇଛି। ସଂପୃକ୍ତ ପଡିକାର୍ଡ ଧାରୀ ଅଙ୍ଗୁଳି ଛାପ ଦେବାକୁ ଯାଇ ସେମାନଙ୍କ ନାମ ଜାଗୁଳା ଡିଲରଙ୍କ ମେସିନରେ ନଥିବା ଜାଣିବାକୁ ପାଇଥିଲେ। ପରେ ସେମାନେ ଏ ନେଇ ଭଦ୍ରକ ଜିଲ୍ଲାପାଳଙ୍କ ଠାରେ ଲିଖିତ ଅଭିଯୋଗ କରିଥିବା ବେଳେ ଚାନ୍ଦବାଲି ବ୍ଲକ ଏମ ଆଇ ହରପ୍ରିୟା ସାହୁଙ୍କ ମଧ୍ୟ ତଦନ୍ତ ପରିସର ଭୁକ୍ତ କରିଛନ୍ତି। ସଂପୃକ୍ତ ପଡିକାର୍ଡ ଧାରୀ ଏହି ବିଷୟରେ କିଛି ଜାଣି ନଥିବା ବେଳେ କିପରି ସଂପୃକ୍ତ ଏମ ଆଇ ଏମାନଙ୍କ ନାମକୁ ଜାଗୁଳା ପଂଚାୟତ ଲିଷ୍ଟରୁ କାଟି ଦୋସିଙ୍ଗା ପଂଚାୟତ ଡିଲରଙ୍କ ମେସିନ ରେ ଅର୍ନ୍ତଭୁକ୍ତ କଲେ ତାହା ର ବିଦ୍ଧିବଦ୍ଧ ତଦନ୍ତ ଦାବୀ କରିଛନ୍ତି।ଅନ୍ୟ ପକ୍ଷରେ ସଂପୃକ୍ତ ଡିଲର ଏହି ବିଷୟରେ କିଛି ମତାମତ ଦେବାକୁ ମନା କରିଥିବା ବେଳେ ଭଦ୍ରକ ଜିଲ୍ଲା ଯୋଗାଣ ଅଧୀକ୍ଷକ ଏହି ବିଷୟରେ ତଦନ୍ତ କରାଯାଇ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରତିକ୍ରିୟା ରଖିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.