ଭଦ୍ରକ, ୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ବିପ୍ଳବୀ ବୀର ଚକ୍ରଧର ବେହେରାଙ୍କ ୫୧ତମ ଶ୍ରାଦ୍ଧ ବାର୍ଷିକ ତୋଟାପଡା ଠାରେ ଥିବା ବିପ୍ଳବୀ ବୀର ଚକ୍ରଧର ବିଦ୍ୟାଳୟ ଠାରେ ପାଳିତ ହୋଇ ଯାଇଛି । ଏହି ଅବସରରେ ହୋଇଥିବା ସଭାରେ ପୂର୍ବତନ ପିସିସି ସଭାପତି ତଥା ପୂର୍ବତନ ମନ୍ତ୍ରୀ ନିରଞନ ପଟ୍ଟନାୟକ ମୁଖ୍ୟ ଅତିଥି ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ରବି ଦାସ ସମ୍ମାନୀତ ଅତିଥି ଭାବେ ଉତ୍କଳ ଏକାଡେମୀର ସଦସ୍ୟ ବିଶ୍ୱଜିତ ଦାସ, ନାଟ୍ୟକାର ତଥା ନାଟ୍ୟ ନିର୍ଦେଶକ ସୁଧାଂଶୁ ଶେଖର ନାୟକ, ଏଆଇ ଡିଡ୍ୱଲୁଏ ର ରାଜ୍ୟ ସଂପାଦିକା ସୁରଜିତା ନାୟକ, ଉତ୬୍କଳ ସାମ୍ବାଦିକ ସଂଘର ସଭାପତି ରବିନାରାୟଣ ଖିଲାର,ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନର ସଭାପତି ଅଜୟ କୁମାର ନାୟକ, ଅଧିବକ୍ତା ଓ ସଙ୍ଗଠକ ଗିରିଧାରୀ ନାଥ, ସମାଜସେବୀ ଦିଗମ୍ବର ଦାସ,ମନୋଜ ବିଶ୍ୱାଳ ଚାନ୍ଦବାଲି ବ୍ଲକ କଂଗ୍ରେସ ସଭାପତି ବୈଲୋଚନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଆଜି ହୋଇଥିବା ଏହି ସଭାର ଆରମ୍ଭରେ ରାମଧ୍ୟନ ଓ ଗୀତା ଅଧ୍ୟୟନ ହୋଇଥିଲା । ପରେ ଉପସ୍ଥିତ ଅତିଥି ବୃନ୍ଦ ସଭାସ୍ଥଳରେ ପହଂଚିବା ପରେ ବିପ୍ଳବୀ ବିô ଚକ୍ରଧର ସମାଧୀ ଉ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ପରେ କବିତା ପାଠୋତ୍ସବ ଏବଂ ପରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଉପସ୍ଥିତ ସମସ୍ତ ଅତିଥି ନିଜ ନିଜର ବକ୍ତବ୍ୟରେ କନିକା ମାଟିର ବୀର ଚକ୍ରଧର ବେହେରାଙ୍କ ସ୍ମୃତି ଚାରଣ କରିଥିଲେ । ଆଜିର ଏହି ସଭାରେ ବିପ୍ଳବୀ ବୀର ଚକ୍ରଧର ସ୍ମୃତି ସଂସଦର ସଭାପତି ସତ୍ୟାନନ୍ଦ ।ରଉତ ସଭାପତିତ୍ୱ କରିଥଲେ । ପରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା ।