Home ଜିଲ୍ଲା ପରିକ୍ରମା ବିପ୍ଳବୀ ଧରଣୀଧରଙ୍କ ୭୫ତମ ତିରୋଧାନ ଦିବସ ପାଳନ

ବିପ୍ଳବୀ ଧରଣୀଧରଙ୍କ ୭୫ତମ ତିରୋଧାନ ଦିବସ ପାଳନ

221

ଭୁବନେଶ୍ୱର, ୧୬ା୫ (ଓଡ଼ିଆ ପୁଅ) : କେନ୍ଦୁଝର ପ୍ରଜାମେଳିର ମହାନାୟକ ବିପ୍ଳବୀ ଧରଣୀଧର ନାଏକ (ଭୂୟାଁ) ଙ୍କ ୭୫ତମ ତିରୋଧାନ ଦିବସ ତାଙ୍କ ଭୁବନେଶ୍ୱରସ୍ଥ ଜୟଦେବ ବିହାର ନିକଟସ୍ଥ ପ୍ରତିମୂର୍ତ୍ତି ନିକଟରେ ଆଜି ପ୍ରତ୍ୟୁଷରୁ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କର ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସୂଚନା ଲୋକସମ୍ପର୍କ ବିଭାଗ ଉପନିର୍ଦ୍ଦେଶକ ବିପୀନ ବିହାରୀ ବାରିକ, ନିଖିଳ ଭାରତ ଭୂୟାଁ ସାଂସ୍କୃତିକ ସମିତିର ସଭାପତି ଧ୍ରୁବ କାଲୋ, ସମ୍ପାଦକ ବିଜୟ ନାଏକ, କୋଷାଧ୍ୟକ୍ଷ ନିଳମଣୀ ନାଏକ, ଉତ୍କଳ ଯାଦବ ମହାସଭା ସାଂସ୍କୃତିକ ସେଲ୍ ଅଧ୍ୟକ୍ଷ ଲକ୍ଷ୍ମୀଧର ବେହେରା, ଶ୍ରୀମତୀ ମାନସୀ ନାଏକ, ଶ୍ରୀମତୀ ବିଜୟଲକ୍ଷ୍ମୀ ନାୟକ, ହରେକୃଷ୍ଣ ମାଝି, ବିଶିକେଶନ ନାଏକ, ନବୀନ ଗୁରୁ, ଉଦୟ ପ୍ରତାପ ସିଂହ, ପୂର୍ଣ୍ଣଚନ୍ଦ୍ର ମାଝି, ମନବୋଧ ଦଣ୍ଡସେନା, ଜି.ପି. ନାୟକ, ଅରୁଣ ନାୟକ ପ୍ରମୁଖ ଉପସ୍ଥିତ ରହି ବିପ୍ଳବୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ପ୍ରଦୀପ ପ୍ରଜ୍ୱଳନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସଙ୍ଗେ ସଙ୍ଗେ ଧରଣୀଧରଙ୍କ ସଂଗ୍ରାମୀ ଭୂମିକା ଓ ପରବର୍ତ୍ତୀ ସମୟରେ ଆୟୁର୍ବେଦ ଚିକିତ୍ସା, ଆଧ୍ୟାତ୍ମିକ ମତବାଦ ଓ ଜୈବିକ କୃଷି ପ୍ରଚଳନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.