କୋରାପୁଟ ;ତା୨୨-୧୨-୧୮(ଓଡିଆପୁଅ /ରଂଜନ କୁମାର ଦାସ) ପଟ୍ଟାଙ୍ଗି ପୁଲିସ୍ ଦ୍ୱାରା ଶୁକ୍ରବାର ରାତିରେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରା ଯାଇଥିବାବେଳେ ୫ଜଣକୁ ଗିରଫ କରା ଯାଇଛି । ସୂଚନା ଅନୁଯାୟୀ,ଶୁକ୍ରବାର ରାତିରେ ପଟ୍ଟାଙ୍ଗି ପୁଲିସ୍ ପାଟ୍ରୋଲିଂ କରୁଥିବା ସମୟରେ ସମସ୍ତ ଯାନ ବାହାନ ଯାଂଚ କରୁଥିଲା । ଯାଂଚ୍ ବେଳେ ଆନ୍ଧ୍ର ପ୍ରଦେଶରୁ ଆସୁଥିବା ଏପି-୨୯ଏ ୭୨୩୨ ନମ୍ବର ମିନି ଟ୍ରକରୁ ୧୦ ହଜାର ଡିଟୋନେଟର,୧୫ହଜାର ୨୦୦ଟି ଜିଲୋଟିନ୍ ଷ୍ଟିକ୍ ଏବଂ ୩୮ ବେଣ୍ଡେଲ କୋଡେକ୍ସ ତାର ପାଇଥିଲା । ଗିରଫ ବ୍ୟକ୍ତିମାନେ ହେଲେ ଆନ୍ଧ୍ର ପ୍ରଦେଶର କେ.ରାମକ୍ରିଷ୍ନା,ଏଚ୍.ଉପେନ୍ଦ୍ର ନାଇଡୁ ଏବଂ ସେମିଲିଗୁଡାର ଜି. ଲକ୍ଷ୍ମୀ ନାରାୟଣ,ଏସ୍.ବଂଟି ଏବଂ ବି.ନରସିଂହ ରାଓ । ପୁଲିସ ଉକ୍ତ ବିସ୍ଫୋରକ ସହ ମିନିଟ୍ରକ ଏବଂ ଅନ୍ୟ ଏକ ମାରୁତି ୮୦୦ କାର୍ ଜବତ କରିବା ସହ ଘଟଣାରେ ସାମିଲ ୫ଜଣକୁ ଗିରଫ କରିଥିଲା । ଜବତ ବିସ୍ଫୋରକ ଆନ୍ଦ୍ର ପ୍ରଦେଶର ଚିଲକାପଦରରୁ ସେମିଲିଗୁଡା ଆସୁଥିବା ପୁଲିସ ଜାଣି ପାରିଛି । ଉକ୍ତ ଅଂଚଳ ନକ୍ସଲ ପ୍ରବଣ ହୋଇଥିବାରୁ ବିସ୍ପୋରକ ସାମଗ୍ରୀ ନକ୍ସଲମାନେ ବ୍ୟବହାର କରିବାକୁ ଅଣିଥିଲେ କି ନାହିଁ ତାହା ତଦନ୍ତ ପରିସଭୁକ୍ତ ଓ ତଦନ୍ତ ଜାରି ରହିଥିବା ସୁନାବେଡା ଏସଡିପିଓ ନିରଞନ ବେହେରା ସୂଚନା ଦେଇଥିଲେ ।