Home କୋରାପୁଟ ବସରୁ ଖସି କଣ୍ଡକଟର ମୃତ

ବସରୁ ଖସି କଣ୍ଡକଟର ମୃତ

1583

କୋରାପୁଟ; ତା୨୨-୧୨-୧୮(ଓଡିଆପୁଅ/ରଂଜନ କୁମାର ଦାସ) ଜଗଦଲପୁରରୁ ବିଶାଖାପାଟଣା ଯାଉଥିବା ରାଜ୍ୟ ସଡକ ପରିବହନ ନିଗମର ଚଳନ୍ତା ବସରୁ ଖସି ପଡି ବସର କଣ୍ଡକଟର ପ୍ରାଣ ହରାଇଛନ୍ତି । ମୃତ କଣ୍ଡକଟର ଜଣକ ଜୟପୁରର ନିରଞନ ତ୍ରିପାଠୀ ବୋଲି ଜଣା ପଡିଛି । ବସଟି ଶନିବାର ପୂର୍ବାହ୍ନ ୯ଟା ସମୟରେ କୋରାପୁଟ ବସଷ୍ଟାଣ୍ଡ ଛାଡି ବିଶାଖାପାଟଣା ଯାଉଥିବା ସମୟରେ ଗେଟ୍ ନିକଟରେ ଛିଡା ହୋଇଥିବା କଣ୍ଡକଟର ୨୬ ନଂ ଜାତୀୟ ରାଜପଥର ଦୁରୁଗୁଡା ନିକଟରେ ହଠାତ୍ ରାସ୍ତାକୁ ଖସି ପଡିଥିଲେ । ଫଳରେ ତାଙ୍କ ମୁଣ୍ଡ ଉପରେ ବସର ପଛ ଚକ ଚଢି ଯିବା ଯୋଗୁଁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ କୋରାପୁଟ ଟାଉନ ଥାନାର ଏସଆଇ ରମେଶ କୁମାର ଦେବତା ଓ ଡୁମିରପୁଟ ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଂଚି ମୃତଦେହ ଜବତ କରି ଏସଏଲଏନ ମେଡିକାଲ କଲେଜ ଓ ହସ୍ପିଟାଲୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଶବ ବ୍ୟବଛେଦ ପରେ ପୋଲିସ ପରିବାରବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.