Home ଜିଲ୍ଲା ପରିକ୍ରମା ବିପୁଳ ପରିମାଣର ଗଞ୍ଜେଇ ଜବତ, ୨ ଅଟକ

ବିପୁଳ ପରିମାଣର ଗଞ୍ଜେଇ ଜବତ, ୨ ଅଟକ

12

ଭଦ୍ରକ, ୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଟ୍ରେନ୍‌ରେ ଆସୁଥିବା ଗଂଜେଇ ଭଦ୍ରକ ଚରମ୍ପା ଷ୍ଟେସନ୍‌ରୁ ବାହାରକୁ ଆସି ଅଟୋରେ ଚାଲାଣ ହେଉଥିବାବେଳେ ସହରାଂଚଳ ପୁଲିସ୍ ଦ୍ୱାରା ଜବତ ହୋଇଛି। ଏହି ଅଟୋରେ ଦୁଇଟି ଟ୍ରଲି ବ୍ୟାଗ୍‌ରେ ବିପୁଳ ପରିମାଣର ଗଞ୍ଜେଇ ଥିବାର ଦେଖାଯାଇଥିଲା। ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ୨ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ସୂଚନା ମୂଳେ ଟ୍ରେନ୍‌ରେ ଆସିଥିବା ୨ ଜଣ ଯାତ୍ରୀ ଚରମ୍ପା ଷ୍ଟେସନ୍‌ରୁ ଦୁଇ ଟ୍ରଲି ବ୍ୟାଗ୍ ନେଇ ବାହାରକୁ ଆସି ଓଆର-୨୨ଇ-୩୫୯୩ ନମ୍ବରର ଏକ ଅଟୋରେ ବସିଥିଲେ। ଏ ସଂପର୍କରେ କୌଣସି ସୂତ୍ରରୁ ଖବର ପାଇଥିଲା ସହରାଂଚଳ ଥାନା ପୋଲିସ । ଫଳରେ ପୁଲିସ୍ ଉକ୍ତ ୨ ଗଂଜେଇ ମାଫିଆଙ୍କୁ ଧରିବା ପାଇଁ ଛକି ବସିଥିଲା। ଅଭିଯୁକ୍ତ ଦୁଇଜଣ ଅଟୋରେ ବସି ଯିବା ସମୟରେ ପୁଲିସ୍ ସେମାନଙ୍କୁ ବାଇକ୍‌ରେ ପିଛା କରିଥିଲା। ଅଟୋଟି ଏହା ଜାଣିପାରି ସହର ଭିତରେ ଘୁରି ବୁଲିଥିଲା। ଶେଷରେ ବାଇପାସ ନିକଟରେ ଅଟୋଟିକୁ ଅଟକାଇ ଯାଂଚ କରାଯିବା ବେଳେ ଦୁଇଟି ଟ୍ରଲି ବ୍ୟାଗ୍ ଭିତରୁ ବିପୁଳ ପରିମାଣର ଗଞ୍ଜେଇ ଦେଖିବାକୁ ପାଇଥିଲା ପୁଲିସ୍‌। ଏହି ଘଟଣାରେ ଭଦ୍ରକ ସହରାଂଚଳ ଥାନା ପୋଲିସ ଅଟୋ ସହ ଦୁଇ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛି। ଜବତ ଗଞ୍ଜେଇର ପରିମାଣ ଅସ୍ପଷ୍ଟ ଥିବା ବେଳେ ପ୍ରାୟ ୧୮ ରୁ ୨୦ କିଲୋ ହେବାର ଅନୁମାନ କରାଯାଉଛି । କେଉଁ ଠାରୁ ଗଞ୍ଜେଇ ଆସୁଥିଲା ଓ କେଉଁ ସ୍ଥାନକୁ ଚାଲାଣ ହେଉଥିଲା ସେ ନେଇ ତଦନ୍ତ ପରେ ପୋଲିସ ସ୍ପଷ୍ଟ କରିବ ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ତଥା ସିଟି ଡିଏସ୍‌ପି ଦାୟିତ୍ୱରେ ଥିବା ସମ୍ବିତ୍ ମାଝୀ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.