Home ଜିଲ୍ଲା ପରିକ୍ରମା ବିପର୍ଯ୍ୟସ୍ଥ ଆଇନସେବା ସ୍ଥିତିକୁ ନେଇ ଉଦ୍‌ବେଗ ଏସପିଙ୍କଠାରେ ବିଜେପି କର୍ମକର୍ତ୍ତାଙ୍କ ଫେରାଦ

ବିପର୍ଯ୍ୟସ୍ଥ ଆଇନସେବା ସ୍ଥିତିକୁ ନେଇ ଉଦ୍‌ବେଗ ଏସପିଙ୍କଠାରେ ବିଜେପି କର୍ମକର୍ତ୍ତାଙ୍କ ଫେରାଦ

81

ବାଲେଶ୍ୱର, ୬ା୭ (ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ସହର ସମେତ ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳରେ ବିପର୍ଯ୍ୟସ୍ଥ ଆଇସେବା ସ୍ଥିତିକୁ ନେଇ ବିଜେପି କର୍ମକର୍ତ୍ତାମାନେ ଆଜି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସୁଧାଶୁ ଶେଖର ମିଶ୍ରଙ୍କୁ ସାକ୍ଷାତ କରିଛନ୍ତି। ବିଶେଷ କରି ସହର ଓ ତଳି ଅଞ୍ଚଳରେ ବଢ଼ି ଚାଲିଥିବା ନିଶା କାରବାର ଓ ଅପରାଧିକ କାର୍ଯ୍ୟକଳାପ ଯୋଗୁଁ ସାମାଜିକ ବ୍ୟବସ୍ଥା ଭୁଶୁଡ଼ିବାରେ ଲାଗିଛି ବୋଲି ବିଜେପି କର୍ମୀମାନେ ଆରୋପ ଉଠାଇଥିଲେ। ୱାରେଣ୍ଟ ଥିବା ଅଭିଯୁକ୍ତମାନେ ଖୁଲମ୍ ଖୁଲା ବୁଲୁଥିଲେ ମଧ୍ୟ ସେମାନଙ୍କୁ ଗିରଫ କରିବା ନେଇ ପୁଲିସ ଟିକିଏ ହେଲେ ପଦକ୍ଷେପ ନେଉ ନାହିଁ। ସବୁଠାରୁ ବଡ଼ କଥା ହେଲା କରୋନା ନିୟମ ଭାଙ୍ଗିଥିବା କେତେକ ଅସାମାଜିକ ଯୁବକ ସଦର ତହସିଲଦାରଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ୍ କରିବା ସହ ଆକ୍ରମଣ ମଧ୍ୟ କରିବାକୁ ପଛେଇ ନଥିଲେ। ଖବର ପାଇ ଟାଉନ ଥାନା ପୁଲିସ ସଦର ତହସିଲଦାର ଓ ତାଙ୍କର ସହଯୋଗୀଙ୍କୁ ଆସାମାଜିକ ଯୁବକଙ୍କ କବଳରୁ ଉଦ୍ଧାର କରିଥିଲା। ଅଭିଯୋଗ ପରେ ମଧ୍ୟ ପୁଲିସ ଅଦ୍ୟାବଧି ସେମାନଙ୍କୁ ଗିରଫ କରୁନାହିଁ। ସେହିପରି ସଦର ବ୍ଲକ ଅଞ୍ଚର୍ଗତ ରାଇସୁଆଁ ଅଞ୍ଚଳର ଜଣେ ଯୁବକ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ବେଳେ ଅଭିଯୁକ୍ତମାନଙ୍କୁ ଧରିବା ନେଇ ପୁଲିସ କୌଣସି ପଦକ୍ଷେପ ଗ୍ରହଣ କରୁ ନଥିବା ବିଜେପି କର୍ମୀମାନେ କହିଛନ୍ତି। ସଦର ନିର୍ବାଚନମଣ୍ଡଳୀରେ ଭୁଶୁଡ଼ି ପଡ଼ିଥିବା ଆଇନଶୃଙ୍ଖଳା ପରିସ୍ଥିତି ବାବଦରେ ତୁରନ୍ତ ଉଚିତ ପଦକ୍ଷେପ ଗ୍ରହଣ କରାନଗଲେ ଆଗାମୀ ଦିନରେ ବିଜେପି ଆନ୍ଦୋଳନାତ୍ମକ ପନ୍ଥା ଆପଣେଇବ ବୋଲି କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି। ଏହି ଅବସରରେ ଦଳ ପକ୍ଷରୁ ଏକ ଦାବିପତ୍ର ଏସପି ଶ୍ରୀ ମିଶ୍ରଙ୍କୁ ପ୍ରଦାନ କରାଯାଇଥିଲା। ଦାବିପତ୍ର ପ୍ରଦାନ ବେଳେ ଯୁବନେତା ମାନସ କୁମାର ଦତ୍ତଙ୍କ ସମେତ ରବିନାରାୟଣ ମହାପାତ୍ର, ପ୍ରଦୀପ ପତି, ଗଙ୍ଗାଧର ରାଉତ, ପ୍ରବୀର ଶଙ୍କର ଦାଶ, ଶୁଭଙ୍କର ମହାପାତ୍ର, ସୀତାକାନ୍ତ ସ୍ୱାଇଁ, କାର୍ତ୍ତିକ ଚନ୍ଦ୍ର ରାଉତ, ସୁଜିତ୍ ଦେବ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.