ଭଦ୍ରକ, ୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା କୁ ଧସେଇ ପଶିବା ସହ ଥାନା ଭିତରେ ପଶି ହୋହାଲ୍ଲା କଲେ ବିଜେଡି ମହିଳା ଓ ପୁରୁଷ କର୍ମୀ। ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଓ ପୋଲିସର ମାତ୍ରାଧିକ କାର୍ଯ୍ୟ କଳାପ ବିରୋଧରେ ବିଜେଡି ପକ୍ଷରୁ ଶନିବାର ଦିନ ଚାନ୍ଦବାଲି ଥାନା ଘେରାଉ କରି ଥାନାକୁ ଧଶେଇ ପଶି ଯାଇଥିଲେ। ବିଜେଡିର ଜିଲ୍ଲା ପରିଷଦ ସଭ୍ୟ, ସରପଂଚ, ସମିତି ସଭ୍ୟ ଓ ଶତାଧିକ ବିଜେଡି କର୍ମୀ ପୋଲିସ ବିରୋଧରେ ନାରାବାଜି କରିଥିଲେ। ଶାସକ ଦଳ ଚାପରେ ଚାନ୍ଦବାଲି ପୋଲିସ କାର୍ଯ୍ୟ କରୁ ଥିବା ନେଇ ଅଭିଯୋଗ କରିଥିଲେ। ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ ପାଇଁ ସାଧାରଣ ଲୋକେ ନ୍ୟାୟ ପାଇଁ ନୟାନ୍ତ ହୋଇ ଥିବା ଅଭିଯୋଗ ହୋଇଛି। ବିଜେଡିର ନାରାବାଜି, ପରେ ଧାରଣା ଏବଂ ଏକାଧିକ ବିଜେଡି କର୍ମୀ ଥାନା ଭିତରକୁ ଧସେଇ ପଶିବାକୁ ଉଦ୍ୟମ ବେଳେ ପୋଲିସ ପ୍ରଶାସନକୁ ନାକେଦମ ହେବାକୁ ପଡ଼ିଥିଲା ଓ କିଛି ମହିଳା ଓ ପୁରୁଷ କର୍ମୀ ଥାନାରେ ପଶି ନାରା ବାଜି କରିଥିବା ଯାହା ଏହି ଘଟଣାରେ ଦେଖିବାକୁ ମିଳିଛି।ଅନ୍ୟ ପଟେ ଭଦ୍ରକ ଅତିରିକ୍ତ ଏସପି ଅରୂପ ଅଭିଷେକ ବେହେରା ଖବର ପାଇ ଚାନ୍ଦବାଲି ଥାନା ରେ ପହଁଚି ବିଜେଡି ନେତାମାନଙ୍କୁ ଡାକି ୧୫ ଦିନ ଭିତରେ ହୋଇଥିବା ମାମଲା ବିଚାର କରାଯିବା ସହିତ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶୃତି ଦେବା ପରେ ପରିସ୍ଥିତି ଶାନ୍ତ ପଡିବା ସହିତ ବିଜେଡି ଆନ୍ଦୋଳନରୁ ଓହରିଥିଲା । ଅନ୍ୟ ବିଜେଡି ନେତା ପ୍ରିନ୍ସ ରାକେଶ ନାୟକ କହିଛନ୍ତି ଯଦି ପୋଲିସ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ ନ କରେ ତେବେ ଆଗାମୀ ଦିନରେ ବିଜୁ ଜନତା ଦଳ ପକ୍ଷରୁ ରାଜ ରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛି।ଏଥିରେ ଉପସ୍ଥିତ ଥିଲେ ପ୍ରିନ୍ସ ରାକେଶ ନାୟକ,ସରୋଜ ବଳ, ଜିତେନ୍ଦ୍ର ବିଶ୍ୱାଳ, ପ୍ରଫୁଲ୍ଲ ସାହୁ,ପ୍ରଭାଷ ନାୟକ,ପ୍ରତାପ ବିଶ୍ୱାଳ,ମାନସ ଦାସ,ଦୀପକ ଦାସ,ପ୍ରତାପ ଦାସ,ଲମ୍ବୋଦର ପଣ୍ଡା, ସ୍ୱମନାଥ ପରିଡା, ଶସଧାର ବିଶ୍ୱାଳ,ଦୁର୍ଯ୍ୟୋଧନ ରାଉତ, ସୁଦର୍ଶନ ବେହେରା, ଅମ୍ବିକା ବେହେରା, ଅମର ସେଠିଙ୍କ ସମେତ ଶତାଧିକ ମହିଳା ପୁରୁଷ କର୍ମୀ ଉପସ୍ଥିତ ଥିଲେ।








