Home ଜିଲ୍ଲା ପରିକ୍ରମା ବିପର୍ଯ୍ୟସ୍ତ ଅବସ୍ଥାରେ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ସୋହଡ଼ା ପଂଚାୟତ, ବିକାଶ ନାମରେ ବିନାଶ ହୋଇଛି ୪୫ଲକ୍ଷ...

ବିପର୍ଯ୍ୟସ୍ତ ଅବସ୍ଥାରେ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ସୋହଡ଼ା ପଂଚାୟତ, ବିକାଶ ନାମରେ ବିନାଶ ହୋଇଛି ୪୫ଲକ୍ଷ ଟଙ୍କା

29

ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେନ୍ଦ୍ର ଓ ରାଜ୍ୟସରକାର ଗ୍ରାମାଞ୍ଚଳର ଉନ୍ନତି ଭିତ୍ତିଭୂମୀ ଓ ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟବରାଦ କରୁଛନ୍ତି । କେନ୍ଦ୍ରସରକାର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପରି ବିଭିନ୍ନ ଯୋଜନା ଏବଂ ରାଜ୍ୟରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା, ବିଜୁ ପକ୍କାଘର ଇତ୍ୟାଦି ନିଜ ନାମରେ ଯୋଜନା କରି ଗ୍ରାମାଞ୍ଚଳର ବିକାଶ କରୁଥିବାବେଳେ କେନ୍ଦ୍ର ସରକାର ନିକଟରେ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ଗ୍ରାମର ବିକାଶ ପାଇଁ ଯୋଜନା ତିଆରି କରି କାର୍ଯ୍ୟ କରିବା ପାଇଁ ଅର୍ଥ ବ୍ୟୟବରାଦ କରୁଛନ୍ତି । ତଳିଆ କର୍ମଚାରୀ ମାନେ ଉକ୍ତ ଅର୍ଥକୁ ଉନ୍ନତି ନାମରେ ହରିଲୁଟ କରି ଅର୍ଥ ଆତ୍ମସାଥ କରୁଛନ୍ତି । ପରନ୍ତୁ ଉକ୍ତ ଯୋଜନାରେ କୌଣସି ସୁଫଳ ଆସୁନାହିଁ । ଏମିତି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଳାର ଧାମନଗର ଜିଲ୍ଳାର ସୋହଡ଼ା ଗ୍ରାମପଞ୍ଚାୟତରେ ଘଟିଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ଅନୁନ୍ନତ ଗ୍ରାମକୁ ଉନ୍ନତୀକରଣ ଓ ବିକାଶ ନିମନ୍ତେ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ଉକ୍ତ ଗ୍ରାମର ବିକାଶ କରିବା ପାଇଁ ହାତକୁ ନିଆଯାଇଥିଲା । ଏହି ଯୋଜନାରେ ସୋହଡ଼ା ଗ୍ରାମପଂଚାୟତର ପିତେଇପୁର ରାଜସ୍ୱଗ୍ରାମର ୮ନମ୍ବର ୱାର୍ଡ଼ ହରିଜନ ସାହି, ୯ନମ୍ବର ୱାର୍ଡ଼ର ତରାଇସାହି, ୧୦ନମ୍ବର ୱାର୍ଡ଼ର ବ୍ରାହ୍ମଣ ସାହି, ୧୧ନମ୍ବର ୱାର୍ଡ଼ ବେହେରା ସାହି ଗ୍ରାମକୁ ଆଦର୍ଶ ଗ୍ରାମ ଯୋଜନାରେ ୨୦୧୮-୧୯ ଆର୍ଥିକ ବର୍ଷରେ ସର୍ଭେ କରାଯାଇଥିଲା ।

ପରବର୍ତ୍ତୀ ସମୟରେ ୨୦୨୦-୨୧ ଆର୍ଥିକ ବର୍ଷରେ ଉକ୍ତ ଯୋଜନାରେ ଚାରିଟି ୱାର୍ଡ଼ର ଆଦର୍ଶ ଗ୍ରାମପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜିଲ୍ଲା ଡ଼ି.ଡ଼ବ୍ଲ୍ୟୁ.ଓ ମାଧ୍ୟମରେ ଧାମନଗର ବ୍ଲକକୁ ୪୫ଲକ୍ଷଙ୍କା ଖର୍ଚ୍ଚପାଇଁ ଆସିଥିଲା ଏବଂ ସୋହଡ଼ା ପଂଚାୟତର ପିତେଇପୁର ରାଜସ୍ୱ ଗ୍ରାମର ୮, ୯, ୧୦, ୧୧ ୱାର୍ଡ଼ର ରାସ୍ତା, ଗଡ଼ା, ଘାଟ, ବିଦ୍ୟତ୍‌କରଣ ଓ ନଳକୂପ ମରାମତି ଓ ଉନ୍ନତୀ କରଣ ପାଇଁ ଅର୍ଥ ବିନିଯୋଗ କରାଯାଇଥିଲା । ହେଲେ ଏହିସବୁ ୱାର୍ଡ଼ର ଅତି ନିମ୍ନମାନର କାର୍ଯ୍ୟ ହୋଇଛି । ଆଲୋକିରଣ ପାଇଁ ଆସିଥିବା ଯୋଜନାରେ ଲାଇଟ୍ ପୋଷ୍ଟ ଅଧିକାଂଶ ମିଶ୍ରପୁର ଓ ଜୟନ୍ତରା ମୌଜାରେ ଅର୍ଥବିନିଯୋଗ ହୋଇଛି । ସେହିପରି ପିତେଇପୁର ରାଜସ୍ୱ ଗ୍ରାମରେ ବିଭିନ୍ନ ନଳକୂପ ଅଚଳ ହୋଇଥିବାବେଳେ କେତେକ ନଳକୂପର ଚାନ୍ଦିନ ଗୁଡ଼ିକ ଭାଙ୍ଗିରୁଜି ଗଲାଣି । ଯାହାଫଳରେ ନଳକୂପ ଚାରିପଟେ ଅଳିଆ ଆବର୍ଜନା ପାଣି ଜମି ରହୁଛି । ସେହିପରି ଉକ୍ତ ଗ୍ରାମର ଡ଼୍ରେନେଜ ବ୍ୟବସ୍ଥା ନଥିବାରୁ ଗ୍ରାମର ବିଭିନ୍ନ ଅଳିଆ ଆବର୍ଜନା ପାଇି ଗାଁ ଭିତରେ ଜମିରହୁଛି । ଯାହା ଗ୍ରାମ ପରିମଳକୁ ଦୂଷିତ କରୁଛି । କିନ୍ତୁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ଆଦର୍ଶ ଗ୍ରାମ ଯୋଜନାର ଅର୍ଥ ଏଠି କେଉଁ ସ୍ୱାର୍ଥରେ ଲାଗୁଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । କିନ୍ତୁ ଉକ୍ତ ଅର୍ଥକୁ ମରାମତି ଓ ନିର୍ମାଣ ଆଳରେ ଆସିଥିବା ଅର୍ଥକୁ ଗ୍ରାମର କେତେକ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ସଲାସୁତୁରାରେ ମିଳିମିଶି ନିମ୍ନମାନର କାମ କରି ଅର୍ଥ ହରିଲୁଟ୍ କରୁଛନ୍ତି । ଫଳରେ ସରକାରଙ୍କର ଆଦର୍ଶ ଗ୍ରାମ ଯୋଜନା ଉକ୍ତ ଗ୍ରାମପାଇଁ ସମ୍ପୂର୍ଣ୍ଣ ଭାବରେ ବିଫଳ ହୋଇଛି । କେବଳ ସରକାରୀ ବାବୁଙ୍କ ହାତରେ ଏହି ଯୋଜନାର ଅର୍ଥ ରହିଯାଇଛି । ମନମୁଖି ଭାବରେ କାହାକୁ କିଛି ନଜଣାଇ ଏପରି ବିକାଶର ଅର୍ଥକୁ ହରିଲୁଟ୍ କରାଯାଇଛି ବୋଲି ଗ୍ରାମର ଜଣେ ସଚେତନ ଯୁବକ ରଶ୍ମୀରଂଜନ ଜେନା ଟୁଇଟ୍ ଯୋଗେ ଭଦ୍ରକ ଜିଲ୍ଳାପାଳ, ମୁଖ୍ୟମନ୍ତ୍ରୀ ଓଡ଼ିଶା ଓ ୫-ଟି ମୋ ସରକାରକୁ ଜଣାଇଛନ୍ତି । ସରକାରଙ୍କର ଏହି ଅର୍ଥ ସୁ ବିନିଯୋଗ ପାଇଁ ଗ୍ରାମବାସୀ ଓ ବିଭିନ୍ନ ୱାର୍ଡ଼ର ୱାର୍ଡ଼ ସଭ୍ୟଙ୍କ ସହ ଆଲୋଚନା ପରେ ଉପରୋକ୍ତ ଯୋଜନାରେ ପ୍ରସ୍ତାବ ଦିଆଯାଇ କାର୍ଯ୍ୟ କରାଯାଇଛି । ଏଥିରେ କୌଣସି ପ୍ରକାର ଅନିୟମିତତା ହୋଇନାହିଁ ବୋଲି ସ୍ଥାନୀୟ ସରପଂଚ ପ୍ରମୋଦ କୁମାର ସୂତାର ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ଅପର ପକ୍ଷରେ ଆଦର୍ଶ ଗ୍ରାମ ଯୋଜନାରେ ଆସିଥିବା ଅର୍ଥ ସଦ୍‌ବିନିଯୋଗ ହୋଇନଥିବାରୁ ବିଭାଗୀୟ ଅଧିକାରୀ ଓ ଭିଜିଲାନ୍ସ ତଦନ୍ତ କରାଗଲେ ପ୍ରକୃତ ସତ୍ୟା ସତ୍ୟ ପ୍ରକାଶ ପାଇବବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.