Home ଓଡ଼ିଶା ବିପଦ ସଂକୁଳ ଅବସ୍ଥାରେ ନଦୀ ପାର ହେଉଛନ୍ତି ଗ୍ରାମବାସୀ ଓ ଛାତ୍ରଛାତ୍ରୀ

ବିପଦ ସଂକୁଳ ଅବସ୍ଥାରେ ନଦୀ ପାର ହେଉଛନ୍ତି ଗ୍ରାମବାସୀ ଓ ଛାତ୍ରଛାତ୍ରୀ

126

କୋରାପୁଟ : ୩/୮ (ଓଡ଼ିଆ ପୁଅ/ଅଭିନାଶ ଜାନାମ) ବିପଦ ସଂକୁଳ ଅବସ୍ଥାରେ ଜୀବନକୁ ବାଜି ଲଗାଇ ନଦୀ ପାର ହେଉଛନ୍ତି ଗୋଡ଼ିପୁଟ ଗ୍ରାମବାସୀ ଓ ଛାତ୍ରଛାତ୍ରୀ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକ ଅନ୍ତର୍ଗତ ବାଡେଲ ଗ୍ରାମପଞ୍ଚାୟତର ଖମରା ଗୋଡ଼ିପୁଟ ଗ୍ରାମବାସୀଙ୍କ ବିକଳ ଚିତ୍ର। ରାସ୍ତା ଓ ପୋଲ ନଥିବାରୁ ଗମନାଗମନ ଅସୁବିଧା ସ୍ୱାସ୍ଥ୍ୟ ସେବାରେ ବଞ୍ଚିତ ହେଉଛନ୍ତି। ୩୦ ରୁ ଅଧିକ ଆଦିବାସୀ ପରିବାର ରହୁଥିବା ଏହି ଗାଁରେ ଦୁଇଶହରୁ ଅଧିକ ଜନସଂଖ୍ୟା ବସବାସ କରୁଥିବା ଜଣାପଡ଼ିଛି। କହିବାକୁ ଗଲେ ମୁଖ୍ୟ ସମସ୍ୟା ରାସ୍ତା ଓ ପୋଲ। ଉଚ୍ଚଶିକ୍ଷା ପାଇଁ ଗ୍ରାମ ଠାରୁ ୩ କିଲୋମିଟର ଖମରା ବିଦ୍ୟାଳୟକୁ ଯିବାକୁ ନାଳ ଓ ବିଲ ଅତିକ୍ରମ କରିବାକୁ ପଡୁଛି। ସେହିଭଳି ସ୍ୱାସ୍ଥ୍ୟ ସେବା ହେଉ ଅବା ନିତିଦିନିଆ ଆବଶ୍ୟକ ଘରୋଇ ସାମଗ୍ରୀ ପାଇଁ ୪ କିଲୋମିଟର ନଦୀ, ବିଲ, ରାସ୍ତା ପାର କରି ଗ୍ରାମପଞ୍ଚାୟତ ବାଡେଲ ସଦର ମହକୁମା ଯାଉଛନ୍ତି ଗୋଡ଼ିପୁଟ ଗ୍ରାମବାସୀ। ବର୍ଷା ଦିନେ ତାହା ବି ସମ୍ବବ ହୋଇପାରୁନାହିଁ ବୋଲି କୋହଭରା କଣ୍ଟରେ ପ୍ରକାଶ କରିଛନ୍ତି ଏହି ଗାଁ ର ଲୋକେ। ବର୍ଷା ଦିନେ ଗ୍ରାମବାସୀ ଓ ଛାତ୍ର ଛାତ୍ରୀ ଜୀବନକୁ ବାଜି ଲଗାଇ ନଦୀ ପାର ଯାତାୟାତ କରୁଛନ୍ତି। ରାସ୍ତା ଓ ପୋଲ ନିର୍ମାଣ ପାଇଁ ବାରମ୍ବାର ଗ୍ରାମପଞ୍ଚାୟତ ଠାରୁ ପଞ୍ଚାୟତ ସମିତି କର୍ଯ୍ୟାଳୟକୁ ଗୁହାରି କରୁଥିଲେ ମଧ୍ୟ କୌଣସି ସୁପଳ ମିଳିନାହିଁ ବୋଲି ଗ୍ରାମବାସୀ କହିଛନ୍ତି। ତୁରନ୍ତ ସରକାର ଏହି ଗାଁ କୁ ରାସ୍ତା ଓ ପୋଲ ନିର୍ମାଣ ପାଇଁ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.