Home ଜିଲ୍ଲା ପରିକ୍ରମା ବିପଦସଙ୍କେତ ତଳେ ବୈତରଣୀ; ତଳିଅ।। ଅଞ୍ଚଳ ଜଳବନ୍ଦୀ, ପ୍ରମୁଖ ସଚିବଙ୍କ ଅନୁଧ୍ୟାନ

ବିପଦସଙ୍କେତ ତଳେ ବୈତରଣୀ; ତଳିଅ।। ଅଞ୍ଚଳ ଜଳବନ୍ଦୀ, ପ୍ରମୁଖ ସଚିବଙ୍କ ଅନୁଧ୍ୟାନ

121

ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୈତରଣୀ ନଦୀର ଜଳସ୍ତର ଶନିବାର ବିପଦସଂକେତର ନିମ୍ନଗାମୀ ହୋଇଥିଲେ ବି ଜଳବନ୍ଦୀ ସମସ୍ୟା ଲାଗି ରହିଛି । କଣ୍ଟିଘାଇ ଦ୍ୱାରା ପ୍ରବାହିତ ବ୍ୟାପକ ବନ୍ୟାଜଳ ଧନ ଜୀବନ ହାନୀ ଘଟାଇଛି । ଶୁକ୍ରବାର ପ୍ରଖର ସ୍ରୋତରେ ଭାସିଯାଇଥିବା ଷୋଳମପୁର ପଞ୍ଚାୟତ ବରାହନୂଆପଡା ଗ୍ରାମ କୂଳସାହିର ଯୁବକ ସନ୍ଦିପ କୁମାର ରାଉତ (୨୦) ଶବକୁ ଏନ.ଡି.ଆର.ଏଫ. ପକ୍ଷରୁ ବ୍ୟାପକ ଉଦ୍ୟମ କରାଯାଇ ଶବ ଉଦ୍ଧାର କରାଯାଇଛି । ଯାଜପୁର ଟାଉନ ଥାନାରେ ୬୦/୨୦ନଂ ଅପମୃତ୍ୟୁ ମାମଲା ଋଜୁ ହୋଇ ଶବ ବ୍ୟବଚ୍ଛେଦ କରାଯାଇଛି । ଅପରାହ୍ନରେ ବାରୁଣୀଘାଟ ଶ୍ମଶାନରେ ଶବ ସତ୍କାର ଶୋକାକୂଳ ପରିବେଶରେ କରାଯାଇଛି । ବ୍ଲକର ପ୍ରମୁଖ ରାସ୍ତା ଭଣ୍ଡାରିପୋଖରୀ-ମଣିନାଥପୁର ପୁର୍ତ୍ତ ବିଭାଗ ରାସ୍ତାର ସର୍ତ୍ତାନାଳ ସେତୁ ଉପରେ ଚାରିଫୁଟ ଉଚ୍ଚ ବନ୍ୟାଜଳ ପ୍ରବାହିତ ହେଉଛି । ଏଥିଯୋଗୁ ଯାଜପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ରହିଛି । ଷୋଳମପୁର ନିକଟରେ ଏହି ରାସ୍ତାରେ ଘାଇ ସୃଷ୍ଟି ହୋଇଛି । ମହେଶପୁର ଗ୍ରାମ ରାସ୍ତା ସମ୍ପୁର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଷୋଳମପୁର, ମାଳଦା, ରହଣିଆ, ନପଙ୍ଗ, କୁରିଗାଁ, ବାଲିପୋଖରୀ, ଝୁଟୁଣା, ବନ୍ଦାଳୋ-ମଢ଼ିଆଳି, ରଣଜିତ ଆଦି ପଞ୍ଚାୟତର ଚାଷଜମିରେ ଖରିଫ ଧାନ ପ୍ରଭାବିତ ହୋଇଛି । ବନ୍ୟାଞ୍ଚଳକୁ ବିଭିନ୍ନ ମେଡିକାଲ ଦଳ ପଠାଯାଇ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି । ବ୍ଲକ ପକ୍ଷରୁ କଣ୍ଟ୍ରୋଲ ରୁମ ଖୋଲାଯାଇ ବନ୍ୟାକ୍ଷତିଗ୍ରସ୍ତଙ୍କ ପାଇଁ ଚବିଶ ଘଣ୍ଟିଆ ନମ୍ବର ଜାରି କରାଯାଇଛି । ବନ୍ୟା ପରବର୍ତ୍ତୀ ରିଲିଫ ଓ ଥଇଥାନ କାର୍ଯ୍ୟ ସହିତ ରାସ୍ତା ଘାଟ ମରାମତି କରିବା ଜରୁରୀ ହୋଇଛି । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଭାବେ ବନ୍ୟା ଦାଇତ୍ୱ ଅର୍ପଣ କରାଯାଇଥିବା ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ, ଜିଳ୍ଲାପାଳ ଜ୍ଞାନ ଦାସ, ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାଶ, ବିଡିଓ ବିଜୟ କୁମାର ସାହୁ, ତହସିଲଦାର ମୃତ୍ୟୁଞ୍ଜୟ ଭୂୟାଁ ବନ୍ୟାଞ୍ଚଳ, ସର୍ତ୍ତାନାଳ, ନପଙ୍ଗ ପଞ୍ଚାୟତର ବନ୍ୟାସ୍ଥିତି ପରଖିଛନ୍ତି । ବ୍ଲକ ପ୍ରଶାସନ ପକ୍ଷରୁ ୩୦ଟନ ଗୋଖାଦ୍ୟ ରିଲିଫ ବିତରଣ ପାଇଁ ବନ୍ୟାଞ୍ଚଳକୁ ପଠାଯାଇଛି ବୋଲି ବିଡିଓ ଶ୍ରୀ ସାହୁ ସୂଚନା ଦେଇଛନ୍ତି । ଫଟୋ-ରାସ୍ତାରେ ଘାଇ, ଉଦ୍‌ଧାର, ମହେଶପୁର ରାସ୍ତା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.