Home ଜିଲ୍ଲା ପରିକ୍ରମା ବିପଦରେ ସରକାରୀ ଲଂଚ ଜେଠି ଓ ବନ୍ଦର ଓ ଆନ୍ତର୍ଦେଶୀୟ ଜଳପଥ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ

ବିପଦରେ ସରକାରୀ ଲଂଚ ଜେଠି ଓ ବନ୍ଦର ଓ ଆନ୍ତର୍ଦେଶୀୟ ଜଳପଥ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ

14

ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କୂଳ ଲଂଘୁଛି ବୈତରଣୀ, ଭୁଶୁଡିବ ଚାନ୍ଦବାଲି ସହରର ନାଭି କେନ୍ଦ୍ରରେ ଥିବା ସରକାରୀ ଲଂଚ ଜେଠି ଏବଂ ଓଡ଼ିଶା ସରକାରଙ୍କ ବନ୍ଦର ଓ ଆନ୍ତର୍ଦେଶୀୟ ଜଳପଥ ପରିବହନ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ । ପ୍ରତିଦିନ ଏହି ଜେଠିରୁ ଧାମରା, ତାଳଚୁଆ , ଶାଗୁଣା ଆଡ଼ିଆ ,ନଳିତା ପଟିଆ ଆଦି ସ୍ଥାନରୁ ଶହ ଶହ ଲୋକ ବାଣିଜ୍ୟ ବ୍ୟବସାୟ ପାଇଁ ଚାନ୍ଦବାଲି ଆସିଥାନ୍ତି । ଓଡ଼ିଶା ସରକାରଙ୍କ ତରଫରୁ ଲଂଚ ସେବା ମଧ୍ୟ ଯୋଗାଇ ଦିଆଯାଉଛି । ମାତ୍ର ଜେଠିର ଅବସ୍ଥା ଦେଖି ସରକାରୀ ଲଂଚ ଉପରେ ନିର୍ଭରଶୀଳ ଲୋକ ମୁହଁ ମୋଡ଼ିଲେଣି । ଦୀର୍ଘ ଏକ ବର୍ଷ ମାଟି ଅତଡା ଖସି ଧୀରେ ଧୀରେ ଭୁଶୁଡିବାରେ ଲାଗିଛି ସରକାରୀ ଜେଠି ସଂଲଗ୍ନ ନଦୀକୂଳ । ମାତ୍ର ନୀରବଦ୍ରଷ୍ଟା ସାଜିଛନ୍ତି ବିଭାଗୀୟ ଅଧିକାରୀ । ଏହି ସ୍ଥାନଟି ଓଡ଼ିଶା ସରକାରଙ୍କ ବନ୍ଦର ଓ ଆନ୍ତର୍ଦେଶୀୟ ଜଳପଥ ପରିବହନ ବିଭାଗ ଅଧୀନରେ ଯାଉଅଛି । ଏହି ବିଭାଗର ଅଧିକାରୀଙ୍କ ଉଦାସୀନତା ଯୋଗୁଁ ଆଗାମୀ ଦିନରେ ବୈତରଣୀ ଗର୍ଭରେ ଜେଠିଟି ଲୀନ ହେବା ଆଶଙ୍କା କରାଯାଉଛି । ତା ସହିତ ଓଡ଼ିଶା ସରକାରଙ୍କ ବନ୍ଦର ଓ ଆନ୍ତର୍ଦେଶୀୟ ଜଳପଥ ପରିବହନ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟ ବୈତରଣୀ ଗର୍ଭକୁ ଚାଲି ନ ଯିବ ତାହା କହିବା ମୁସ୍କିଲ । ତେଣୁ ବେଳ ଥାଉ ଥାଉ ଏହାର ମରାମତି କରିବାକୁ ଚାନ୍ଦବାଲିବାସୀ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.