Home ଜିଲ୍ଲା ପରିକ୍ରମା ବିନା ସୂଚନା ଫଳକରେ ଚାଲିଛି ଧାମରା ଦମକଳବାହିନୀର କାର୍ଯ୍ୟ, ଠିକା ସଂସ୍ଥା ବିଭାଗୀୟଙ୍କ ନିର୍ଦ୍ଦେଶ ମାନୁନାହିଁ

ବିନା ସୂଚନା ଫଳକରେ ଚାଲିଛି ଧାମରା ଦମକଳବାହିନୀର କାର୍ଯ୍ୟ, ଠିକା ସଂସ୍ଥା ବିଭାଗୀୟଙ୍କ ନିର୍ଦ୍ଦେଶ ମାନୁନାହିଁ

8

ଭଦ୍ରକ, ୧୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାରଙ୍କ ବହୁ ବିଭାଗ କେବଳ ନାମକୁ ମାତ୍ର ଥିବା ବେଳେ ସେହି ସଂସ୍ଥା ଅଧିନରେ କାର୍ଯ୍ୟ କରୁଥିବା ଠିକାଦାର କୌଣସି ପରିସ୍ଥିତିରେ ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶକୁ ଫୁ କରି ଦେଉଛନ୍ତି । ଏପରି ଏକ ଅଭିଯୋଗ ହୋଇଛି ଧାମରା ଠାରେ ଥିବା ଦମକଳ ବାହିନୀ କାର୍ଯ୍ୟାଳୟରେ ଚାଲିଥିବା କାର୍ଯ୍ୟକୁ ନେଇ । ଦୀର୍ଘ ଦିନ ହେବ ଧାମରା ଦମକଳ କେନ୍ଦ୍ର ଅଫିସ ଚର୍ତୁପାଶ୍ୱର୍ରେ ପାଚେରୀ ନଥିବା ବେଳେ ରାଜ୍ୟ ସରକାର ଏହି ପାଚେରୀ ନିର୍ମାଣ କରିବାକୁ ଓଡିଶା ରାଜ୍ୟ ପୁଲିସ ହାଉସିଂ ୱେଲଫେୟାର କର୍ପୋରେସନକୁ ନିର୍ଦ୍ଦେଶ ଦେଇଥିଲେ । ଏହି ସଂସ୍ଥା ବାଲେଶ୍ୱର ଡିଭିଜନ ଏହି କାର୍ଯ୍ୟ ପାଇଁ ଟେଣ୍ଡର ଆହ୍ୱାନ କରିବା ପରେ ଏକ ଠିକାଦାରଙ୍କୁ ଏହି କାର୍ଯ୍ୟ କରିବା ପାଇଁ ଆଦେଶ ଦେଲେ । ଏହି ପାଚେରୀ ନିର୍ମାଣ ପାଇଁ କେତେ ଟଙ୍କା ରାଜ୍ୟ ସରକାର ଦେଲେ ଅଥବା ସଂପୃକ୍ତ ଠିକାଦାର ଏହି କାର୍ଯ୍ୟକୁ ଅଟକଳ ମୂଲ୍ୟ ଠାରୁ କେତେକମ ଦରରେ ନେଲେ ତାହାର କିଛି ଖବର ବିଭାଗୀୟ ଅଧିକାରୀ ଦେବାକୁ ନାରାଜ । ଅନ୍ୟ ପକ୍ଷରେ ସଂପୃକ୍ତ ଠିକାଦାର ଏହି କାର୍ଯ୍ୟ କରୁଥିବା ବେଳେ ଅଂଚଳବାସୀ ଏହା କି କାର୍ଯ୍ୟ ଏବଂ କେତେ ଟଙ୍କାରେ ଏହି କାର୍ଯ୍ୟାଦେଶ ପାଇଛନ୍ତି ବୋଲି ସଂପୃକ୍ତ ଠିକାଦାରଙ୍କୁ ପଚାରିଥିଲେ ଏଥିସହ ଏହି କାର୍ଯ୍ୟ ଚାଲୁଥିବା ବେଳେ କାର୍ଯ୍ୟସ୍ଥଳରେ କାହିଁକି ସୂଚନା ଫଳକ ମରାଯାଉ ନାହିଁ ବୋଲି ପଚାରିଥିବା ବେଳେ ସଂପୃକ୍ତ ଠିକାଦାର କୌଣସି ସୂଚନା ଫଳକ ମାରିବାର ନିୟମ ନାହିଁ ବୋଲି କହିଥିଲେ । ଅନ୍ୟ ପକ୍ଷରେ ଓଡିଶା ରାଜ୍ୟ ପୁଲିସ ହାଉସିଂ ୱେଲଫେୟାର କର୍ପୋରେସନ ର ଯନ୍ତ୍ରୀ (ପରିଚାଳକ) ଏହି କଥା ମାନିବାକୁ ନାରାଜ ତାଙ୍କ ମତରେ ସୂଚନା ଫଳକ ଲଗାଇବାର ନିୟମ ଅଛି ମାତ୍ର କେଉଁ ପରିସ୍ଥିତିରେ ସଂପୃକ୍ତ ଠିକାଦାର ସୂଚନା ଫଳକ ଲଗାଇଲେ ନାହିଁ ତାହା ତଦନ୍ତ ସାପେକ୍ଷ ହୋଇ ପଡିଛି । ସଂପୃକ୍ତ ଯନ୍ତ୍ରୀ(ପରିଚାଳକ) ଏହି ନିର୍ମାଣ କାର୍ଯ୍ୟ ୨୦ଲକ୍ଷ ଟଙ୍କାର କହୁଥିବା ବେଳେ କାର୍ଯ୍ୟ ଅତ୍ୟନ୍ତ ନିମ୍ନ ମାନର ବୋଲି ଚନ୍ଦ୍ର ଶେଖର ଜେନା ଅଭିଯୋଗ ଆଣିଛନ୍ତି । ନିର୍ମାଣଧୀନ ପାଚେରୀ ରେ ହାତ ମାରିବା ବେଳକୁ ହୋଇଥିବା ପ୍ଲାଷ୍ଟର ଖସି ପଡୁଛି ବୋଲି ସଂପୃକ୍ତ ବ୍ୟକ୍ତି ଅଭିଯୋଗ ଆଣିଥିବା ବେଳେ ଏହି କାର୍ଯ୍ୟ ତଦାରଖ କରିବାକୁ ସଂପୃକ୍ତ କନିଷ୍ଠଯନ୍ତ୍ରୀ ଏବଂ ଯନ୍ତ୍ରୀ (ପରିଚାଳକ) ନ ଆସି କାର୍ଯ୍ୟ ଠିକ ଚାଲିଛି ବୋଲି ସଂପୃକ୍ତ କନିଷ୍ଠଯନ୍ତ୍ରୀ ଏବଂ ଯନ୍ତ୍ରୀ( ପରିଚାଳକ) ସରୋଜ ସେନାପତି ମତ ରଖିଛନ୍ତି । ଏ ବାବଦରେ ସଂପୃକ୍ତ ସଂସ୍ଥାର ପରିଚାଳକ ମୁଖ୍ୟ ତଦନ୍ତ କରିବା ଜରୁରୀ ହୋଇ ପଡିଛି ବୋଲି ଅଭିଯୋଗକାରୀ ମତ ରଖିଛନ୍ତି । ନଚେତ ଆଗାମୀ ଦିନରେ ସେ ଏହି ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯାଇ ଲିଖିତ ଭାବେ ଦେବେ ବୋଲି ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.