ଭଦ୍ରକ, ୧୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆସନ୍ତା ୧୫ ରୁ ଅର୍ଥାତ୍ ଅକ୍ଷୟତୃତୀୟା ଠାରୁ ଆରମ୍ଭ ହେବ ବାବ ଆଖଣ୍ଡଳମଣିଙ୍କ ଚନ୍ଦନ ଯାତ୍ରା । ଏହା ୨୧ ଦିନ ଧରି ଚାଲିବ । ହେଲେ ମହାମାରୀ କରୋନାର ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଚଳିତବର୍ଷ ବିନା ଭକ୍ତରେ କୋଭିଡ୍ କଟକଣା ମଧ୍ୟରେ ଆଖଣ୍ଡଳମଣିଙ୍କ ଚନ୍ଦନଯାତ୍ରା ନୀତି ସଂପନ୍ନ କରିବା ପାଇଁ ଉଭୟ ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଗତବର୍ଷ ପରି ଚଳିତବର୍ଷ ମଧ୍ୟ ଶିବଗଙ୍ଗା ପୁଷ୍କରିଣୀରେ ଚାପନୀତି କରାନଯାଇ ମନ୍ଦିର ଭିତର ବେଢାରେ ସୀମିତ ସେବାୟତଙ୍କ ମଧ୍ୟରେ ସଂପନ୍ନ କରାଯିବା ପାଇଁ ଭଦ୍ରକ ଉପଜିଲାପାଳ ତଥା ମନ୍ଦିର ଟ୍ରଷ୍ଟି ନଟକା ଜାରି କରିଛନ୍ତି । ଚନ୍ଦନଯାତ୍ରା ପ୍ରାରମ୍ଭରୁ ପ୍ରତିଦିନ ଭୋର୍ ୪ଟାରେ ମନ୍ଦିର ଦ୍ୱାରଫିଟା ନୀତି ସହ ମଙ୍ଗଳ ଆଳତୀ, ଜଳାଭିଷେକ, ଘର୍ଷଣ ଲାଗି, ପହଡଖିଆ ନୀତି, ବଡ ଅନ୍ନନୀତିଭୋଗ ଲାଗି ହେବା ପରେ ମଣିବାବାଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଶେଖରଙ୍କୁ ଭିତର ବେଢାର ଯଜ୍ଞମଣ୍ଡପକୁ ବିଜେ କରାଯିବା ପରେ ରୀତିନୀତି ଅନୁଯାୟୀ ଚାପନୀତି କରାଯିବ ବୋଲି ସ୍ଥିର ହୋଇଛି ।
Home ଜିଲ୍ଲା ପରିକ୍ରମା ବିନା ଭକ୍ତରେ ହେବ ଆଖଣ୍ଡଳମଣିଙ୍କ ଚନ୍ଦନ ଯାତ୍ରା , କୋଭିଡ୍ କଟକଣା ଅନୁଯାୟୀ ଭିତର ବେଢାରେ...