Home ଜିଲ୍ଲା ପରିକ୍ରମା ବିନା ତଥ୍ୟରେ ନାମକୁ ମାତ୍ର ଜିଲା ପରିଷଦ ବୈଠକ

ବିନା ତଥ୍ୟରେ ନାମକୁ ମାତ୍ର ଜିଲା ପରିଷଦ ବୈଠକ

110

ନୟାଗଡ଼, ୨୯ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଦାନ) : ଜିଲା ପରିଷଦର ଷଷ୍ଠତମ ସାଧାରଣ ଅଧିବେସନ ଜିଲା ଗ୍ରାମ୍ୟ ଉନ୍ନୟନ ସୁରଭି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଭିନ୍ନ ବିଭାଗର ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ଆଲୋଚନା କରାଯାଇଥିଲା। କୃଷି, ଉଦ୍ୟାନ, ମୃତ୍ତିକା ସଂରକ୍ଷଣ, ଜଙ୍ଗଲ, ଜଳସେଚନ ଓ ଶିକ୍ଷା ଆଦି ବିଭାଗ ଉପରେ ଆଲୋଚନା କରାଯାଇଥିଲାବେଳେ ସେମିତି ସନ୍ତୋଷ ଜନକ ଉତ୍ତର ନଥିବା ସଭ୍ୟମାନେ ଉଦ୍ବେଗ୍ ପ୍ରକାଶ କରିଥିଲାବେଳେ ଅସନ୍ତୋଷ ପ୍ରକଟ କରିଥିଲେ। ତେବେ ଏପରି ତଥ୍ୟ ଯଦି ଦେଇନପାରିବେ ଏପରି ନାମକୁ ମାତ୍ର ବୈଠକରେ କି ଲାଭ ବୋଲି କହିଥିଲେ। ଉଦ୍ୟାନ ବିଭାଗରେ ପ୍ରଶ୍ନ କାଳରେ କେତେ ଜମିରେ କାଜୁ ଚାଷ ହୋଇଛି ପଚାରିବାରେ ବିଭାଗୀୟ ଅଧିକାରୀ ହଡ଼ବଡ଼େଇ ଯାଇଥିବା ଦେଖିବାକୁ ମଳିଥିଲା। ସେହିପରି ଶିକ୍ଷା ବିଭାଗରେ କେତେ ଜଣ ଶିକ୍ଷକ ଡେପୁଟେସନରେ ଯାଇଥିବା ପଚାରିଲାବେଳେ ବିଭାଗୀୟ ଅଧିକାରୀ କିଛି କହି ପାରିନଥିଲେ। ସାର ଯୋଗାଣରେ ଖୋଲାମ ଖୋଲା ଘୋଟାଲା ହେଉଥିବା ନେଇ ସଭ୍ୟମାନେ ପାଟି କରିଥିବାବେଳେ ତାହା ମଧ୍ୟ ସନ୍ତୋଷ ଜନକ ଉତ୍ତର ମିଳିନଥିଲା। ତେବେ ଖାଲି ଏତିକି ବିଭାଗରେ ନୁହେଁ ସବୁ ବିଭାଗରେ ଏମିତି ଚାଲିଥିବା ନେଇ ଅସନ୍ତୋଷ ଉପୁଜିଥିଲା। ଜିଲା ପରିଷଦ ଅଧ୍ୟକ୍ଷା ବୈଜୟନ୍ତିମାଳା ମହାନ୍ତିଙ୍କ ଅଧ୍ୟକ୍ଷତାରେ ବୈଠକ ଚାଲିଥିଲାବେଳେ ବିଧାୟକ ସତ୍ୟନାରାୟର ପ୍ରଧାନ, ବିଧାୟକ ରମେଶ ଚନ୍ଦ ବେହେରା, ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ, ସାଂସଦ ଅଚ୍ୟୁତ ସାମନ୍ତ, ଜିଲାପାଳ ପୋମା ଟୁଡ଼ୁ, ପିଡି ସୁବାସ ଚନ୍ଦ ରାୟ ପ୍ରମୁଖ ମଂଚାସୀନ ଥିଲେ। ଏଥିରେ କଟକ, ପୁର ସାଂସଦଙ୍କ ପ୍ରତିନିଧି, ଜିଲା ପରିଷଦ ଉପାଧ୍ୟକ୍ଷ, ସଭ୍ୟ, ପଂଚାୟତ ସମିତି ଅଧ୍ୟକ୍ଷ ଉପାଧକ୍ଷ ଓ ଜିଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.