Home ଜିଲ୍ଲା ପରିକ୍ରମା ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ତିହିଡ଼ି ଗସ୍ତ, ତିହିଡ଼ିର ବିଭିନ୍ନ ସ୍ଥାନରେ କଂଗ୍ରେସ ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା

ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ତିହିଡ଼ି ଗସ୍ତ, ତିହିଡ଼ିର ବିଭିନ୍ନ ସ୍ଥାନରେ କଂଗ୍ରେସ ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା

60

ଭଦ୍ରକ, ୨୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକକୁ ରବିବାର ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଗସ୍ତ କରିଥିଲେ । ଏହି ଅବସରେ କଂଗ୍ରେସ ପକ୍ଷରୁ ବିଧାୟକ ଶ୍ରୀ ବାହିନୀପତିଙ୍କୁ ବିଭିନ୍ନ ସ୍ଥାନରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି । ବିଧାୟକ ଶ୍ରୀ ବାହିନୀପତି ଏକ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବାକୁ ତିହିଡି ଆସିଥିବା ବେଳେ ତାଙ୍କୁ ଏହି ସମ୍ବର୍ଦ୍ଧନା ଦିଆଯାଇଥିଲା । ବିଧାୟକଙ୍କ ସହିତ ଜିଲା କଂଗ୍ରେସ ସଭାପତି ଅଶୋକ କୁମାର ଦାସ, ବରିଷ୍ଠ ନେତା ସତ୍ୟାନନ୍ଦ ରାଉତ, ଚାନ୍ଦବାଲି ନେତା ଦିଗମ୍ବର ଦାସ, ମନୋଜ କୁମାର ବିଶ୍ୱାଳ, ତିହିଡି ବ୍ଲକ କଂଗ୍ରେସ ସଭାପତି ସରୋଜ ଦାସ, ଚାନ୍ଦବାଲି ବ୍ଲକ ସଭାପତି ବୈଲୋଚନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ବିଧାୟକ ବାହିନୀପତିଙ୍କୁ ବାଇକ ଶୋଭାଯାତ୍ରାରେ ତିହିଡି ରହସିଲ ଛକରୁ ନିଆଯାଇଥିଲା । କମାରିଆ ସ୍ଥିତ କଂଗ୍ରେସ କାର୍ଯ୍ୟାଳୟ ଓ ତିଆଡିସାହି ଠାରେ ବିଧାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶୋଭାଯାତ୍ରାରେ ଯୁବ କଂଗ୍ରେସ ସଭାପତି ଶ୍ରଦ୍ଧାପ୍ରକାଶ ନାୟକ,ସଂଯୋଜକ ବିପିନ ବିହାରୀ ପତି, ସୁରେଶ ମହାପାତ୍ର, ଗଗନ ବିହାରୀ ମହାନ୍ତି, ସରପଞ୍ଚ କ୍ଷୀରାବ୍‌ଧି ତନୟା ମଲ୍ଲିକ,ସମିତି ସଭ୍ୟ କୈଳାସ ମାଝୀ , ମୀନକେତନ ସେନାପତି, ଦିଲିପ କୁମାର ବିଶ୍ୱାଳ ଗୋରାବାବୁ ସାହା, ଅମରେନ୍ଦ୍ର ବେହେରା, ପ୍ରତାପ ସାହୁ, ସଂଜୟ କୁମାର ବାରିକ, ସାମ୍ୟପ୍ରକାଶ ନାୟକ, ସୌମେନ୍ଦ୍ର ପଣ୍ଡା, ସମ୍ବିତ ସାହୁ, କାଳନ୍ଦୀ ନାୟକ, ଭାଗିରଥି ବାରିକ, ସୁରେନ୍ଦ୍ର ସାହୁ, କେଶବ ନାୟକ, ଶରତ ସାବତ, ପ୍ରମୁଖ ସାମିଲ ଥିଲେ । ବିଧାୟକ ବାହିନୀପତି ଗୋବିନ୍ଦପୁର ପଞ୍ଚାୟତ ଅଧୀନ ଉପର ହଂସପାଟ ଗ୍ରାମର କମଳାକାନ୍ତ ନାୟକଙ୍କ ମନ୍ଦିର ପ୍ରତିଷ୍ଠାରେ ଯୋଗ ଦେଇ ପୂଜା ପାଠ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.