Home ଜିଲ୍ଲା ପରିକ୍ରମା ବିଧାୟକ ଓ ଜିଲ୍ଲାପାଳ ଉଦ୍‌ଘ।।ଟନ କଲେ ଅବକାରୀ ସମାବେଶ

ବିଧାୟକ ଓ ଜିଲ୍ଲାପାଳ ଉଦ୍‌ଘ।।ଟନ କଲେ ଅବକାରୀ ସମାବେଶ

5

ଭଦ୍ରକ, ୨୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଅବକାରୀ ବିଭାଗ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କ ସହ ନିଶା ନିବାରଣ ସମାବେଶ ଓ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ଫ ଏହି ସମାବେଶକୁ ଭଦ୍ରକ ବିଧାୟକ ଶିତାଂସୁ ସେଖର ମହାପାତ୍ର ଓ ଭଦ୍ରକ ଜିଲ୍ଲାପାଳ ଦିଲିପ ରାଉତରାୟ ଧଳା ଧ୍ୱଜ ସହିତ ଉଦ୍‌ଘାଟନ କରିଥିଲେ। ଏହି ସମାବେଶରେ ଅବକାରୀ ଅଧିକ୍ଷକ ନରୋତମ ମିଶ୍ର, ଉପ ଅଧିକ୍ଷୀକା ସୁଚରିତା ମିଶ୍ରଙ୍କ ସମେତ, ଜିଲ୍ଲା ସ୍ତରୀୟ ଅନ୍ୟ ଅଧିକାରୀ ଏବଂ ଅବକାରୀ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ। ଏହି ସମାବେଶଟି ଜିଲ୍ଲାପାଳଙ୍କ କର୍ଯ୍ୟାଳୟ ଠାରୁ ଆରମ୍ଭ ହୋଇ ଟାଉନ ହଲ ଠାରେ ସମାପ୍ତ ହୋଇଥିଲା ଏବଂ ଟାଉନ ହଲ ଠାରେ ଏକ କର୍ମଶାଳା ମଧ୍ୟ ଆୟୋଜିତ ହୋଇଥିଲା। ନିଶାକୁ ବର୍ଜନ କରି ଏକ ସୁସ୍ଥ ଜୀବନ ବଂଚିବା ପାଇଁ ସଚେତନତା ବାର୍ତା ପ୍ରଦାନ କରିବା ଥିଲା ଏହି ସମାବେଶର ଲକ୍ଷ୍ୟ। ଏହି କାର୍ଯ୍ୟକ୍ରମଟି ଅବକାରୀ ବିଭାଗର ଚଳିତ ଆମ ସଂକଳ୍ପ ନିଶା ନୁହେଁ, ଜୀବନ ସଚେତନତା କାର୍ଯ୍ୟକ୍ରମର ଏକ ଭାଗ। ଏହି ଅବସରରେ ଆମ ସଂକଳ୍ପ ସଚେତନତା ରଥଟି ମଧ୍ୟ ଏଠାରେ ବୁଲି ସଚେତନତା ବାର୍ତା ପ୍ରଚାର କରିଥିଲା। ଏହା ସହିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଚିତ୍ରାଙ୍କନ, ନିବନ୍ଧ ଲିଖନ ଓ ବକ୍ତୃତା ପ୍ରତିଯୋଗୀତା ର ମଧ୍ୟ ଆୟୋଜନ ହୋଇଥିଲା ଯେଉଁଥିରେ ଭଦ୍ରକ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନୁ ଅଂଶ ଗ୍ରହଣ କରିଥିଲେ।ଭଦ୍ରକ ଜିଲ୍ଲାରେ ୩୧ ମେ ୨୦୨୫ ଠାରୁ ଅବକାରୀ ବିଭାଗର ସଚେତନତା କାର୍ଯ୍ୟକ୍ରମ ଗୁଡିକ ଆୟୋଜିତ ହେଉଅଛି ଓ ଦୁଇଟି ସଚେତନତା ରଥଦିନ ରାତି ବୁଲି ସଚେତନତା ବାର୍ତା ପ୍ରସାର କରୁଛନ୍ତି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ପିଲାମାନଙ୍କ ମାଧ୍ୟମରେ ଏହି ଅପମିଶ୍ରିତ ମାଦକ ଦ୍ରବ୍ୟ ଓ ବେଆଇନ ମଦ ବର୍ଜନ କରିବାର ବାର୍ତା ସମାଜରେ ଭଲଭାବରେ ପ୍ରସାରିତ ହୋଇପାରିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.