Home କେନ୍ଦୁଝର ବିଧାୟକଙ୍କ ଦ୍ୱାରା ହାଟଡିହି- ଅସିଆ ରାସ୍ତାର ଭିତ୍ତିପ୍ରସ୍ଥର ସ୍ଥାପନ

ବିଧାୟକଙ୍କ ଦ୍ୱାରା ହାଟଡିହି- ଅସିଆ ରାସ୍ତାର ଭିତ୍ତିପ୍ରସ୍ଥର ସ୍ଥାପନ

24

ହାଟଡ଼ିହି, ୨୦ /୧୦ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଆନନ୍ଦପୁର ବିଧାୟକ ଭାଗିରଥି ସେଠୀଙ୍କ ଦ୍ୱାରା ହାଟଡିହି ଅସିଆ ଭାୟା ରଗୁଡି ରାସ୍ତାର ଭିତ୍ତି ପ୍ରସ୍ଥର ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସୁଧାକର ଓଝା ଓ ଧବଳେଶ୍ୱର ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ବିଧାୟକ ଭାଗିରଥି ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଭିତ୍ତି ପ୍ରସ୍ଥର ସ୍ଥାପନ କରିଥିଲେ । ଏଥିରେ ଜିଲ୍ଲାପରିଷଦ ସୁରେନ୍ଦ୍ର କୁମାର ଜେନା, ଚିନୁ ନାୟକ, ବୁଦ୍ଧଦେବ ଜେନା, ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀଯନ୍ତ୍ରୀ ରମେଶ ଚନ୍ଦ୍ର ନାୟକ, କନିଷ୍ଠଯନ୍ତ୍ରୀ କ୍ଷୀରୋଦ ବେହେରା, କନିଷ୍ଠଯନ୍ତ୍ରୀ ରଜତ କୁମାର ସେଠୀ, ପ୍ରମୁଖ ଯୋଗଦେଇ ୫କୋଟି ୩୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ୬କିଲୋମିଟର ରାସ୍ତା ଦ୍ୱାରା ଆସିଆ, ବଡତୀରା, ରଗୁଡି ଆଦି ଗ୍ରାମର ଲୋକମାନେ ଉପକୃତ ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ । ବାଦଲ କୁମାର ପାଢ଼ୀ, ହଳଧର ଦେହୁରୀ ପ୍ରମୁଖ ପୂଜାର୍ଚ୍ଚନା କରିଥିଲେ । ଏଥିରେ ବଡତୀରା ଓ ଅସିଆ ଗ୍ରାମର ଶତାଧିକ ଲୋକ ଉପସ୍ଥିତ ହୋଇ ଗ୍ରାମର ବିଭିନ୍ନ ସମସ୍ୟା ସମ୍ପର୍କରେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.