Home କେନ୍ଦୁଝର ବିଧାୟକଙ୍କ ଦ୍ୱାରା ସାବୁନମାକ୍ସ ଓ ରେସନ ସାମଗ୍ରୀ ବଣ୍ଟନ

ବିଧାୟକଙ୍କ ଦ୍ୱାରା ସାବୁନମାକ୍ସ ଓ ରେସନ ସାମଗ୍ରୀ ବଣ୍ଟନ

67

ହାଟଡ଼ିହି, ୧୫ /୬/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ସୁନ୍ଦରାପାଳ ଗ୍ରାମର ପାତ୍ର ସାହିରେ ୨୨ଟି ପରିବାରର ୩୦ଜଣ ଲୋକ କରୋନା ସଂକ୍ରମିତ ହେବାପରେ ସରପଞ୍ଚ ଏହାକୁ ୧୪ଦିନ ପାଇଁ ସର୍ଟହାଉନ ଘୋଷଣା କରିଥିଲେ । ସେମାନେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ସେମାନଙ୍କ ପାଖରେ ଚଳିବାକୁ କୌଣସି ସୁବିଧା ନଥିଲା । ଲୋକମାନେ ଯେପରି ଘରେ ଖାଇପିଇ ସୁସ୍ଥରେ ରହିବେ ଓ ବାହାରକୁ ନବାହାରିବେ ସେନେଇ ଆନନ୍ଦପୁର ବିଧାୟକ ଶ୍ରୀଯୁକ୍ତ ଭାଗିରଥି ସେଠୀ ସମସ୍ତ ପରିବାରକୁ ସାବୁନ, ସାନିଟାଇଜର, ମାସ୍କ ସହିତ ଚୁଡା, ଚିନି, ତେଲ, ଲୁଣ, ଜାଇ ଓ ଅନ୍ୟାନ୍ୟ ରାସନ ସାମଗ୍ରୀ ବଣ୍ଟନ କରିଛନ୍ତି । ବିଧାୟକଙ୍କ ସହିତ ସରପଞ୍ଚଙ୍କ ପ୍ରତିନିଧି ଦଣ୍ଡଧର ସାହୁ, ସମିତିସଭ୍ୟ ପ୍ରଭାତ ରାଉତ, ପଞ୍ଚାୟତ ବିଜେଡି ସଭାପତି ଚଣ୍ଡୀ ପ୍ରସାଦ ରାଉତ, ବରିଷ୍ଠ ବିଜେଡି ନେତା ବିଜୟ ରାଉତ, ସୁଧାଶୁଂ ଭୂଷଣ ମଲ୍ଲିକ, ରବିନ୍ଦ୍ର ନାୟକ, ସଞ୍ଜୟ ରାଉତ, ପ୍ରମୋଦ ଜେନା, ରତ୍ନାକର ସାହୁ, ଗଣେଷ ଗିରି, ପାଣ୍ଡବ ମହାଳିକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.