Home ଜିଲ୍ଲା ପରିକ୍ରମା ବିଧାୟକଙ୍କ ଦ୍ୱାରା ମାକ୍ରୋୱେବ୍ ଟେକ୍ନୋଲୋଜିର ରକ୍ତଦାନ ଶିବିର ଉଦ୍‌ଘାଟିତ

ବିଧାୟକଙ୍କ ଦ୍ୱାରା ମାକ୍ରୋୱେବ୍ ଟେକ୍ନୋଲୋଜିର ରକ୍ତଦାନ ଶିବିର ଉଦ୍‌ଘାଟିତ

9

ଭଦ୍ରକ, ୨୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ରକ୍ତଦାନ ଭଳି ମହତ୍ କାର୍ଯ୍ୟ କଲେ ମହାପୂଣ୍ୟ ମିଳିଥାଏ। ବର୍ତମାନର ଗ୍ରୀଷ୍ମଦିନରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟ ରକ୍ତଭଣ୍ଡାରରେ ରକ୍ତର ଅଭାବ ଦେଖାଦେଇଥିବାବେଳେ ଅଗ୍ରଣୀ ଶିକ୍ଷାନୁଷ୍ଠାନ ମାକ୍ରୋୱେବ୍ ଟେକ୍ନୋଲୋଜି ପକ୍ଷରୁ ଆଜି ଏକ ରକ୍ତଦାନ ଶିବିରର ଆୟୋଜନ ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ। ଅବକ୍ଷୟମୁଖୀ ସମାଜରେ ଛାତ୍ରଛାତ୍ରୀମାନେ ପଥଭ୍ରଷ୍ଟ ହୋଇ କୁପଥଗାମୀ ହେଉଥିବାବେଳେ ଏହି ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତାଙ୍କ ଜନ୍ମଦିନରେ କୌଣସି ମଉଜ ମଜଲିସ୍ ନକରି ରକ୍ତଦାନ ଭଳି ଯେଉଁ ମହତ୍ କାର୍ଯ୍ୟ କରାଯାଇଛି, ତାହାକୁ ଅନ୍ୟମାନେ ଅନୁସରଣ କରିବା ଉଚିତ୍ ବୋଲି ଉଦ୍‌ଘାଟନ କରିବା କାଳରେ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ସୂଚନା ଦେଇଛନ୍ତି। ଭଦ୍ରକ ସହରର ଜଗନ୍ନାଥପୁରରେ ପ୍ରତିଷ୍ଠିତ ଏହି ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ ମନୋଜ ରାୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ୭୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବାବେଳେ ଏଥିରେ କେବଳ ଅନୁଷ୍ଠାନର ଛାତ୍ରଛାତ୍ରୀ, କର୍ମଚାରୀ ନୁହଁନ୍ତି ଓସ୍‌ମେ, ଭଦ୍ରକ ବାଣିଜ୍ୟ ମେଳାର ସଭ୍ୟମାନେ ରକ୍ତଦାନ ପୂର୍ବକ ସହଯୋଗ କରିଥିଲେ। ଏମାନଙ୍କ ମଧ୍ୟରେ ଓସ୍‌ମେର ସଂପାଦକ ସୁଶାନ୍ତ କୁମାର ନାୟକ, କୋଷାଧ୍ୟକ୍ଷ କମଳାକାନ୍ତ ସାହୁ, ଅର୍ପିତା ମହାନ୍ତି, ଶାକମ୍ବରୀ ପରିଡା,ଯାଦବ ଲେଙ୍କା, ନାଟ୍ୟ ନିର୍ଦ୍ଦେଶକ ବାଦଲ ସିକ୍‌ଦାର, ଡ. ଅରୁଣ କୁମାର ଲେଙ୍କା ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଗଣମାଧ୍ୟମ ପ୍ରତିନିଧିଙ୍କ ଉତରରେ ବିଗତ ଦିନର ଭୟଙ୍କର ବାହାନଗା ଟ୍ରେନ୍ ଦୁର୍ଘଟଣାର ଗୁରୁତରଙ୍କ ପାଇଁ ଆରମ୍ଭ ହୋଇଥିବା ଏହି ରକ୍ତଦାନ ଶିବିର ପ୍ରତିବର୍ଷ ଏହିଭଳି ଅନୁଷ୍ଠିତ ହୋଇଆସୁଥିବାବେଳେ ଆଗାମୀ ବର୍ଷମାନଙ୍କରେ ମଧ୍ୟ ଏହା ଜାରି ରହିବ ବୋଲି ଶ୍ରୀ ରାୟ କହିଥିଲେ। ଶେଷରେ ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶିକା ନମ୍ରତା ରାୟ ଉପସ୍ଥିତ ସମସ୍ତ ରକ୍ତଦାତା ଓ ବୁଦ୍ଧିଜୀବୀଙ୍କ ସମେତ ରକ୍ତଦାନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟର ରକ୍ତଭଣ୍ଡାର କର୍ମକର୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.