ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ସନାତନ ଧର୍ମରେ ବିଶ୍ୱାସ ଅଛି କୌଣସି କାର୍ଯ୍ୟ କରିବା ପୂର୍ବରୁ ପ୍ରଭୁଙ୍କୁ ଆରାଧନା କଲେ କାର୍ଯ୍ୟ ସିଦ୍ଧି ପ୍ରାପ୍ତ ହୋଇଥାଏ।ଭଦ୍ରକ ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ଦାୟିତ୍ୱ ନେବା ପରେ ଆଜି ପ୍ରଥମ ଶିଳାନ୍ୟାସ କଲେ ଭଦ୍ରକ ବିଧାୟକ ସୀତାଂଶୁ ସେଖର ମହାପାତ୍ର। ବିଷ୍ଣୁପୁର ବିନ୍ଧା ପଂଚାୟତ ଅନ୍ତର୍ଗତ ଓକରା ଗ୍ରାମରେ ବହୁ ପ୍ରତିକ୍ଷିତ ଜଗନ୍ନାଥ ମନ୍ଦିର ର ଶିଳାନ୍ୟାସ ଓ ଶୁଭ ଭିତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ସାମିଲ ହୋଇ ନିଜକୁ ସୌଭାଗ୍ୟବାନ ମନେ କରିଛନ୍ତି। ସେହିଭଳି ଭଦ୍ରକ ପୌରପାଳିକା ଅନ୍ତର୍ଗତ ଭଦ୍ରକ -ବନ୍ତ- ବସନ୍ତିଆ ରାସ୍ତାର ବନ୍ତଛକ ନିକଟରେ ନଳାପୋଲ ନିର୍ମାଣର ଭୂମିପୂଜନ ଓ ଶୁଭ ଭିତିପ୍ରସ୍ତର ସ୍ଥାପନ ଉତ୍ସବରେ ସାମିଲ ହେଲି।ପ୍ରାୟ ୧ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ନଳାପୋଲ ଅଂଚଳ ବାସୀଙ୍କ ଦୀର୍ଘ ଦିନର ଜଳ ନିଷ୍କାସନର ସମସ୍ୟାକୁ ଦୂର କରିବ। ଏହି ଅବସରରେ ବିଧାୟକ ଶ୍ରୀ ମହାପାତ୍ରଙ୍କ ସମେତ ସାଂସଦ ଅଭିମନ୍ୟୁ ସେଠୀ, ଜିଲ୍ଲାପାଳ ଦିଲୀପ ରାଉତରାୟ ଓ ଭାସ୍କର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।