Home ଓଡ଼ିଶା ବିଧାନ ସଭା ପ୍ରଶ୍ନର ଭୁଲ୍ ଉତ୍ତର – ଟ୍ରାନ୍ସମିଟର ବସିଛି ହେଲେ ବିଦ୍ୟୁତ୍ ସଂଯୋଗ ହେଉନି

ବିଧାନ ସଭା ପ୍ରଶ୍ନର ଭୁଲ୍ ଉତ୍ତର – ଟ୍ରାନ୍ସମିଟର ବସିଛି ହେଲେ ବିଦ୍ୟୁତ୍ ସଂଯୋଗ ହେଉନି

353

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୩/୦୪-ନୟାଗଡ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀର ବିଧାୟକ ସତ୍ୟନାରାୟଣ ପ୍ରଧାନଙ୍କର ବିଧାନ ସଭା ପ୍ରଶ୍ନର ଭୁଲ୍ ଉତ୍ତର ଦେଇଥିବା ନଜରକୁ ଆସିଛି । ବନ୍ଧମୁଣ୍ଡା ପଂଚାୟତର ନୁଆଗାଁକୁ ବିଦ୍ୟୁତ୍ ସଂଯୋଗ ହୋଇଛି ବୋଲି ଉତ୍ତର ଦିଆଯାଇଥିବା ବେଳେ କେବଳ ଟ୍ରାନ୍ସମିଟର ବସିଛି ଏଯାଏଁ ବିଦ୍ୟୁତ୍ ସଂଯୋଗ ଦିଆଯାଇ ନାହିଁ । ନୁଆଗାଁ ଗ୍ରାମରେ ବସନ୍ତ ପ୍ରଧାନ ଓ ବନିତା ପ୍ରଧାନ ଦୁଇଟି ପରିବାର ବାସ କରନ୍ତି । ରାଜ ରାଜୁଡା ଅମଳରୁ ଏହି ପରିବାର ଦୁଇଟି ନୁଆଗାଁରେ ରହିଆସିଛନ୍ତି । ସ୍ୱାଧିନତାର ୭୦ ବର୍ଷ ପରେ ବନ୍ଧମୁଣ୍ଡା ଗ୍ରାମ ପଂଚାୟତ ବିଦ୍ୟୁତ୍ ଆଲୋକ ଦେଖିବାକୁ ପାଇଥିବା ବେଳେ ନୁଆଗାଁର ଏହି ପରିବାର ଏବେବି ଅନ୍ଧାରରେ । ଏଥିପାଇଁ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ବିଧାନ ସଭାରେ ପ୍ରଶ୍ନ କରିବା ପରେ ବିଦ୍ୟୁତ୍ ବିଭାଗ ସେସୁ ବାଲୁଗାଁ ଡିଭିଜନ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର କୁମାର ପାତ୍ର ତତ୍ପରତା ପ୍ରକାଶ କରିି ଏଣ୍ଟିପିସି ମାଧ୍ୟମରେ ନୁଆଗାଁକୁ ବିଦ୍ୟୁତ୍ ସଂଯୋଗ ପାଇଁ ଏକ ଟ୍ରାନ୍ସମିଟର ବସାଇ ବିଧାନ ସଭାକୁ ଉତ୍ତର ରଖିଥିଲେ । କିନ୍ତୁ ଟ୍ରାନ୍ସମିଟର ଠାରୁ ନୁଆଗାଁର ଦୁରତ୍ୱ ପ୍ରାୟ ୧କି.ମି । ବିଭାଗୀୟ ଆକଳନ ଅନୁଯାୟୀ ୧୮ଗୋଟି ଏଲ୍ ଟି  ଖୁଣ୍ଟ ଓ ତାରର ଆବଶ୍ୟକ । ଟ୍ରାନ୍ସମିଟର ବସିବାର ୬ମାସ ବିତି ଯାଇଥିଲେ ମଧ୍ୟ ଏଯାଏଁ ଗାଁକୁ ଖୁଣ୍ଟ ପଡିିନି କି ବିଦ୍ୟୁତ୍ ତାର ଟଣା ହୋଇନି ।

ଏ ସମ୍ପର୍କେ ସେସୁ ଚାନ୍ଦପୁର କନିଷ୍ଠ ଯନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ସେହି ଅଂଚଳରେ ହାତୀ ଚଳ ପ୍ରଚଳ ହେଉଛନ୍ତି ତେଣୁ ଖୋଲା ବିଦ୍ୟୁତ୍ ତାର ହୋଇ ପାରିବ ନାହିଁ କେବୁଲ୍ ଆବଶ୍ୟକ । ଆମ ପାଖରେ କେବୁଲ୍ ନାହିଁକି ଖୁଣ୍ଟ  ନାହିଁ । ଏ ସମ୍ପର୍କେ ସେସୁ ଚାନ୍ଦପୁର ଉପଖଣ୍ଡ ଅଧିକାରୀ ବିଭୁତି ଶ୍ରୀଚନ୍ଦନଙ୍କ ସହ ଯୋଗା ଯୋଗ କରିବାରେ କହିଥିଲେ ଯେ ବିଭାଗ ତରଫରୁ ସବୁ କାର୍ଯ୍ୟ ଅଗ୍ରଗତି କରୁଥିବା ବେଳେ ରଣପୁର ରେଂଜରଙ୍କ ଟାଳ ଟୁଳ ନୀତି କାର୍ଯ୍ୟ କରିବାରେ ବିଳମ୍ବ କରୁଛି । ଏ ସମ୍ପର୍କେ ରଣପୁର ରେଂଜର ଶରତ ଚନ୍ଦ୍ର ଶତପଥିଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ସେସୁ କନିଷ୍ଠ ଯନ୍ତ୍ରୀ ବିଭାଗୀୟ କ୍ଲିୟରାନ୍ସ ପାଇଁ ଯାହା କାଗଯାତ ଦରକାର ତାହା ଆଣୁନାହାନ୍ତି । ତେଣୁ ଏ ସମ୍ପର୍କେ ବାଲୁଗାଁ ଡିଭିଜନ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର ପାତ୍ରଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ବନବିଭାଗରୁ କ୍ଲିୟରାନ୍ସ ଆସିଲା ପରେ ଲକ୍‌ଡାଉନ ପରେ ତୁରନ୍ତ ବିଦ୍ୟୁତ  ସଂଯୋଗ ନୁଆଗାଁକୁ ଦିଆଯିବ  । ବିଧାୟକ ସତ୍ୟନାରାୟଣ ପ୍ରଧାନ କୁହନ୍ତି ଲକ୍‌ଡାଉନ୍ ଖୋଲିଲା ପରେ ନୁଆଗାଁକୁ ବିଦ୍ୟୁତ୍ ସଂଯୋଗ ମୋର ପ୍ରଥମ କାମ ହେବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.