ଭଦ୍ରକ, ୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆଜି ବିଧାନସଭାର ୧୭ ତମ ଷ୍ଟାଣ୍ଡିଙ୍ଗ କମିଟି ବୈଠକରେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ ସଠିକ୍ ସମୟରେ ଧାନ ସଂଗ୍ରହ,ଧାନ ମଣ୍ଡିରେ ଧାନର ମାନ ନିୟନ୍ତ୍ରଣ ଆଳରେ ଚାଷୀ ମାନଙ୍କୁ ହଇରାଣ ନକରିବା,ଆବଶ୍ୟକତା ଅନୁଯାୟୀ ପଞ୍ଜିକରଣ କରିବା ସହ ଧାନ ସଂଗ୍ରହ କରିବା ଦିଗରେ ଜିଲ୍ଲାପାଳ ଓ ଜିଲ୍ଲା ଖାଦ୍ୟ ଯୋଗାଣ ଅଧିକାରୀ ଧ୍ୟାନ ଦେବା ସହିତ ସ୍ୱଚ୍ଛତା ଅବଲମ୍ବନ କରିବା ନେଇ ଦାବି ଉପସ୍ଥାପନ କରିଛନ୍ତି। ବିଧାନସଭା ଷ୍ଟାଣ୍ଡିଙ୍ଗୀ କମିଟିର ଅଧ୍ୟକ୍ଷ ପଦ୍ମଲୋଚନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ,ସମବାୟ ବିଭାଗ,ଖାଦ୍ୟ ଯୋଗାଣ ଏବଂ ଗ୍ରାହକ କଲ୍ୟାଣ ବିଭାଗର ସଚିବ ଓ ଅଧିକାରୀମାନେ ଉପସ୍ଥିତ ଥିବା ବେଳେ ବିରୋଧୀ ଦଳ ର ସଦସ୍ୟ ବିଧାୟକ ଘଷିପୁରାଙ୍କ ସମେତ ବିରୋଧୀ ଦଳର ସଦସ୍ୟ ତଥା ଷ୍ଟାଣ୍ଡିଙ୍ଗୀ କମିଟିର ସଦସ୍ୟମାନେ ଉପସ୍ଥିତ ଥାଇ ଉପରୋକ୍ତ ଦାବି ଗ୍ରହଣ କରିବାକୁ ସରକାରଙ୍କ ଉପରେ ଚାପ ପ୍ରୟୋଗ କରିଥିଲେ।
Home ଜିଲ୍ଲା ପରିକ୍ରମା ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ବୈଠକରେ ଚାଷୀଙ୍କ ପାଇଁ ବିଧାୟକ ସଂଜୀବ ମଲ୍ଲିକଙ୍କ ଦାବି ଉପସ୍ଥାପନ








