Home ଜିଲ୍ଲା ପରିକ୍ରମା ବିଧାନସଭା ଷ୍ଟାଣ୍ଡିଂ କମିଟି ବୈଠକରେ ଚାଷୀଙ୍କ ହିତକୁ ଗୁରୁତ୍ୱ ଦେଲେ ବିଧାୟକ ସଂଜୀବ

ବିଧାନସଭା ଷ୍ଟାଣ୍ଡିଂ କମିଟି ବୈଠକରେ ଚାଷୀଙ୍କ ହିତକୁ ଗୁରୁତ୍ୱ ଦେଲେ ବିଧାୟକ ସଂଜୀବ

0

ଭଦ୍ରକ, ୨୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ବିଧାନସଭା ସମ୍ମିଳନୀ କକ୍ଷରେ ବିଧାନସଭା ଷ୍ଟାଣ୍ଡିଙ୍ଗୀ କମିଟି ପକ୍ଷରୁ ୧୬ ତମ ବିଧାନସଭା ଷ୍ଟାଣ୍ଡିଙ୍ଗୀ କମିଟି ବୈଠକ ଅଧ୍ୟକ୍ଷ ପଦ୍ମଲୋଚନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ,ସମବାୟ ବିଭାଗ,ଖାଦ୍ୟ ଯୋଗାଣ ଏବଂ ଗ୍ରାହକ କଲ୍ୟାଣ ବିଭାଗ ର ସଚିବ ଅଧିକାରୀ ଓ ଉପସ୍ଥିତ ଥିବା ବେଳେ ବିରୋଧୀ ଦଳ ର ସଦସ୍ୟ ତଥା ଷ୍ଟାଣ୍ଡିଙ୍ଗୀ କମିଟିର ସଦସ୍ୟ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ ଉପସ୍ଥିତ ରହି ସଠିକ୍ ସମୟରେ ଧାନ ସଂଗ୍ରହ,ଧାନ ମଣ୍ଡିରେ ଧାନ ର ମାନ ନିୟନ୍ତ୍ରଣ ଆଳରେ ଚାଷୀ ମାନଙ୍କୁ ହଇରାଣ ନକରିବା,ଆବଶ୍ୟକତା ଅନୁଯାୟୀ ପଞ୍ଜିକରଣ କରିବା ସହ ଧାନ ସଂଗ୍ରହ କରିବା ଦିଗରେ ଜିଲ୍ଲାପାଳ ଓ ଜିଲ୍ଲା ଖାଦ୍ୟ ଯୋଗାଣ ଅଧିକାରୀ ଧ୍ୟାନ ଦେବା ସହିତ ସ୍ୱଚ୍ଛତା ଅବଲମ୍ବନ କରିବା ନେଇ ଦାବି ଉପସ୍ଥାପନା କରିଛନ୍ତି ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ । ଥଣ୍ଡା କାକରରେ ରାତି ରାତି ଚାଷୀ ଭାଇ ଧାନ ମଣ୍ଡିରେ ପଡି ରହିବା ସହିତ ଶେଷରେ ଆତ୍ମହତ୍ୟା କରୁଥିବା ବେଳେ ବିଭାଗୀୟ ଅଧିକାରୀ ମାନଙ୍କ କାର୍ଯ୍ୟ ଦକ୍ଷତା ଉପରେ ଏହା ପ୍ରଶ୍ନ ସୃଷ୍ଟି କରିଛନ୍ତି। ଚଳିତ ବର୍ଷ ଧାନ ସଂଗ୍ରହ ସମୟରେ ଏହାର ପୁନରାବୃତି ନହେଉ ଏ ଦିଗରେ ବିଭାଗୀୟ ଅଧିକାରୀ ମାନେ ଦୃଷ୍ଟି ଦେବା ଉଚିତ୍ ବୋଲି କହିଛନ୍ତି ବିରୋଧୀ ଦଳର ସଦସ୍ୟ ତଥା ବିଧାନସଭା ଷ୍ଟାଣ୍ଡିଙ୍ଗୀ କମିଟିର ସଦସ୍ୟ ଭଣ୍ଡାରିପୋଖରୀ ବିଧାୟକ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.