Home ଜିଲ୍ଲା ପରିକ୍ରମା ବିଧାନସଭା ଷ୍ଟାଣ୍ଡିଂ କମିଟିରେ ବିଭିନ୍ନ ସମସ୍ୟା ଉପସ୍ଥାପନ କଲେ ବିଧାୟକ ସଂଜୀବ ମଲ୍ଲିକ

ବିଧାନସଭା ଷ୍ଟାଣ୍ଡିଂ କମିଟିରେ ବିଭିନ୍ନ ସମସ୍ୟା ଉପସ୍ଥାପନ କଲେ ବିଧାୟକ ସଂଜୀବ ମଲ୍ଲିକ

31

ଭଦ୍ରକ, ୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ବିଧାନସଭା ସମ୍ମିଳନୀ କକ୍ଷରେ ବିଧାନସଭା ଷ୍ଟାଣ୍ଡିଙ୍ଗୀ କମିଟିର ସଦସ୍ୟମାନଙ୍କୁ ନେଇ ନବମ ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ସମବାୟ ସମିତି ଓ ନିଗମ କୁ ନେଇ ଷ୍ଟାଣ୍ଡିଙ୍ଗୀ କମିଟିର ଅଧ୍ୟକ୍ଷ ପଦ୍ମଲୋଚନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇ ଥିବା ବେଳେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ ଯୋଗଦେଇ ନିଗମ ବଂଟନ ନହେବା ରାଜ୍ୟ ଠାରୁ ଆରମ୍ଭ କରି ଜିଲ୍ଲା ପର୍ଯ୍ୟନ୍ତ ସାଧାରଣ ଜନତାଙ୍କ ସମସ୍ୟା ସମାଧାନ ନହେବା, ସରକାରୀ ଯୋଜନା ଅର୍ଥ ବାଟବଣା ହେଇଥିବାରୁ ସିଧାସଳଖ ବିଭିନ୍ନ ସମସ୍ୟାରେ ସମୁଖୀନ ହେଉଛନ୍ତି ଓଡ଼ିଆ ର ଜନସାଧାରଣ ସମବାୟ ସମିତି ର ମନମୁଖୀ କାର୍ଯ୍ୟ ଚାଷୀମାନଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସାଜିଛି। ବନ୍ତ ବ୍ଲକ୍ ରେ କିଛି ବ୍ୟକ୍ତି ନିଜ ନିଜର ସ୍ୱାର୍ଥ ସୁରକ୍ଷା ପାଇଁ ସମବାୟ ସମିତି କାର୍ଯ୍ୟକ୍ରମ ବନ୍ଦ କରି ରଖିଥିବା ବେଳେ ଚାଷୀ ମାନେ ୠଣ ଠାରୁ ଆରମ୍ଭ କରି ସରକାରୀ ସବ୍ସିଡି ମାଧ୍ୟମରେ ମିଳୁଥିବା ସାର,ବିଷ ଓ ବିହନ ପାଇବାରୁ ହେଉଛନ୍ତି ବଂଚିତ ସବୁ ଦେଖି ବି ବିଭାଗୀୟ ଅଧିକାରୀ ସାଜିଛନ୍ତି ନିରବ ଦ୍ରଷ୍ଟା, ଜିଲ୍ଲାପାଳ ଙ୍କ ସହିତ ଆଲୋଚନା କରି ସାଧାରଣ ଜନତାଙ୍କ ସ୍ୱାର୍ଥ ଓ ସରକାରୀ ସୁବିଧା ସହାୟତା ଯୋଗାଇ ଦେବା ନେଇ ବାଦି ଉପସ୍ଥାପନା କରିଛନ୍ତି । ଅନ୍ୟମାନଙ୍କ ମଦ୍‌ୟରେ ଷ୍ଟାଣ୍ଡିଙ୍ଗୀ କମିଟିର ସଦସ୍ୟ ଓ ବିରୋଧୀ ଦଳ ସଦସ୍ୟ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.