Home ଜିଲ୍ଲା ପରିକ୍ରମା ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ମୃତ

ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ମୃତ

25

ଭଦ୍ରକ, ୨୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ପୀରହାଟ ଥାନା ଅଧୀନ ହରସିଂହପୁର ଗ୍ରାମର ଜଣେ ଯୁବକଙ୍କର ବୁଧବାର ଅପରାହ୍ନ ୪ଟା ବେଳେ ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି । ମୃତ ଯୁବକଙ୍କ ନାଁ ଗଣେଶ ରାମ ଦାସ (୩୦)ବୋଲି ଜଣାଯାଇଛି । ଗଣେଶ ପୀରହାଟ ବଜାରରେ ଥିବା ତାଙ୍କ ଦୋକାନରେ ବିଦ୍ୟୁତ ତାର ସଜାଡୁ ଥିବାବେଳେ ବିଦ୍ୟୁତ ଆଘାତ ପାଇ ଗୁରୁତର ହୋଇଥିଲେ । ପରେ ତାଙ୍କୁ ଚିକିତ୍ସା ନିମନ୍ତେ ତିହିଡି଼ ଡାକ୍ତରଖାନାକୁ ନିଆଯାଇଥିଲା । ପରେ ତାଙ୍କୁ ଭଦ୍ରକ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ଏହି ଘଟଣାରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଯୁବକଙ୍କ ମୃତଦେହକୁ ଜବତ କରିଥିବା ଜଣାଯାଇଛି । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ପଂଚାୟତର ଯୁବନେତା କୃଷ୍ଣଚନ୍ଦ୍ର ମହାନ୍ତି,ବସନ୍ତ କୁମାର ରାୟ, କଂଗ୍ରେସ ବ୍ଲକ ସଭାପତି ସରୋଜ ଦାସ,ସରପଂଚ ଅଜୟ ମହାନ୍ତି,ପୂର୍ବତନ ସରପଂଚ ପ୍ରଫୁଲ୍ଲ ପାଢ଼ୀ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.