Home ଜିଲ୍ଲା ପରିକ୍ରମା ବିଦ୍ୟୁତ ବିଭାଗର କଠୋର ପଦକ୍ଷେପରେ ଜଳ ସଙ୍କଟ, ଦୁଇ ଦିନ ଜଳ ଯୋଗାଣ ବନ୍ଦ, ଧୁଷୁରୀରେ...

ବିଦ୍ୟୁତ ବିଭାଗର କଠୋର ପଦକ୍ଷେପରେ ଜଳ ସଙ୍କଟ, ଦୁଇ ଦିନ ଜଳ ଯୋଗାଣ ବନ୍ଦ, ଧୁଷୁରୀରେ ରାସ୍ତାରୋକ

0

ଭଦ୍ରକ, ୨୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧୁଷୁରୀ ପଂଚାୟତ ରେ ଦୀର୍ଘ ବର୍ଷ ହେବ ବିଦ୍ୟୁତ ବିଲ ବକେୟା ଓ ଅସୁରାଳି ବିଦ୍ୟୁତ ବିଭାଗର ଅଚାନକ ଲାଇନ କାଟିବା ପଦକ୍ଷେପରୁ ଧୁଷୁରୀ ପଂଚାୟତରେ ଦେଖାଦେଇଛି ଗଭୀର ପାଣି ସଂକଟ। ଗତ ୨ ଦିନ ଧରି ପାଣି ନମିଳିବାରୁ ହନ୍ତସନ୍ତ ହୋଇ ପଡ଼ିଛନ୍ତି ଶତାଧିକ ଲୋକ। ସୂଚନା ଅନୁସାରେ, ଧୁଷୁରୀ ବଜାର ନିକଟରେ ଆରଡବ୍ଲ୍ୟୁଏସଏସ ପକ୍ଷରୁ ଚାଲିଥିବା ପାଣି ଟାଙ୍କିର ଟାଟା ପାୱାର ପକ୍ଷରୁ ବିଦ୍ୟୁତ ସଂଯୋଗ ଗତ ଶନିବାରର କାଟିଦିଆଯାଇଥିବାରୁ ସମଗ୍ର ଅଂଚଳରେ ଜଳ ଯୋଗାଣ ବନ୍ଦ ହୋଇଯାଇଥିଲା। ଏହାକୁ ପ୍ରତିବାଦ କରି ଆଜି ସନ୍ଧ୍ୟାରେ କୋଠାର–ଆରଡ଼ି ମୁଖ୍ୟ ରାସ୍ତାରେ ଧୁଷୁରୀ ବଜାରରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ ସ୍ଥାନୀୟ ଲୋକେ। ଫଳରେ ଦୀର୍ଘ ସମୟ ଧରି ଯାନବାହନ ଜାମ ଲାଗି ରହିଥିଲା ଓ ସାଧାରଣ ଲୋକେ ମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସ୍ଥାନୀୟ ସମାଜସେବୀ ସନ୍ଦୀପ ସ୍ୱାଇଁ ଜିଲ୍ଲାପାଳଙ୍କ ସହ ଯୋଗା ଯୋଗ କରିବା ପରେ ପ୍ରଶାସନ ହସ୍ତକ୍ଷେପ କରିଥିଲା। ତୁରନ୍ତ ପଦକ୍ଷେପ ସ୍ୱରୂପ ବିଦ୍ୟୁତ ସଂଯୋଗ ପୁନଃସ୍ଥାପନ କରାଯାଇ ଜଳ ଯୋଗାଣ ଆରମ୍ଭ ହୋଇଥିଲା। ଅନ୍ୟପଟେ ଅସୁରାଳି ବିଦ୍ୟୁତ ବିଭାଗର ଏସଡିଓ ଗଦାଧର ବିନ୍ଧାଣି କହିବାନୁସାରେ ସମସ୍ତ ଆରଡବ୍ଲ୍ୟୁଏସଏସ ଗୁଡିକ ଲକ୍ଷ ଲକ୍ଷ ଟଙ୍କା ବକେୟା ରଖିଛନ୍ତି। ସେଗୁଡିକ ସ୍ଥାନୀୟ ସରପଂଚ ଭରିବାନେଇ ନୀୟମ ରହିଛି। ଧୁଷୁରୀ ସରପଂଚ ଅନ୍ତର୍ଯ୍ୟାମୀ ପତି ଙ୍କୁ ବାରମ୍ବାର ଲାଇନି କାଟିବା ପାଇଁ ନୋଟିସ କରାଯାଇଥିଲା। ଦୀର୍ଘ ଦିନ ଧରି ପାଖାପାଖି ୮୦ ହଜାର ବିଦ୍ୟୁତ ବିଲ ବକେୟା ପଡ଼ିଛି ଏଣୁ ସେଠାରେ ଲାଗିଥିବା ସ୍ମାର୍ଟ ମିଟର ରେ ବାଧ୍ୟ ହୋଇ ଲାଇନ କାଟି ଦିଆଯାଇଥିଲା। ଏନେଇ ସରପଂଚ ଅନ୍ତର୍ଯ୍ୟାମୀ ପତିଙ୍କୁ ପଚାରିବାରୁ କହିଛନ୍ତି ଯେ, ବଜାର ଅଂଚଳର ଦୋକାନୀ ଓ ଗ୍ରାମରେ ପାଣି କନେକ୍ସନ୍ ନେଇଥିବା ଅନେକ ଲୋକ ପାଣି ବିଲ ଦେଉନଥିବାରୁ ପଂଚାୟତ ଉପରେ ବିଦ୍ୟୁତ ବିଲର ବକାୟା ଜମା ହୋଇଛି ବୋଲି ସରପଂଚ କହିଛନ୍ତି। ତେବେ ପ୍ରଶ୍ନ ଉଠୁଛି ,ସରପଂଚଙ୍କ ଆର୍ôଥକ ଅବ୍ୟବସ୍ଥାପଣର ଦଣ୍ଡ କାହିଁକି ସାଧାରଣ ଲୋକେ ଭୋଗିବେ। ବିଦ୍ୟୁତ ବିଭାଗର ଏଭଳି ସେବାକୁ ବନ୍ଦ କରିବା କେତେଟା ଯୁକ୍ତିଯୁକ୍ତ। ଏହି ଘଟଣା ଧୁଷୁରୀ ପଂଚାୟତର ସ୍ଥାନୀୟ ପ୍ରଶାସନ, ସରପଂଚ ଓ ବିଦ୍ୟୁତ ବିଭାଗର ଭୂମିକାକୁ ନେଇ ଗମ୍ଭୀର ପ୍ରଶ୍ନ ସୃଷ୍ଟି କରିଛି। ଲୋକେ ଦାବି କରୁଛନ୍ତି ଯେ, ଆଗାମୀ ଦିନରେ ଏପରି ସଙ୍କଟ ନ ହେବା ପାଇଁ ସ୍ଥାୟୀ ସମାଧାନ ଓ ଦାୟିତ୍ୱ ନିର୍ଦ୍ଧାରଣ ଅତ୍ୟାବଶ୍ୟକ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.