Home କୋରାପୁଟ ବିଦ୍ୟୁତ ଆଘାତରେ ପୋଡି ହୋଇ ଶ୍ରମିକ ଗୁରୁତର ଅବସ୍ଥାରେ କୋରାପୁଟ ଡାକ୍ତରଖାନାରେ ଭର୍ତି

ବିଦ୍ୟୁତ ଆଘାତରେ ପୋଡି ହୋଇ ଶ୍ରମିକ ଗୁରୁତର ଅବସ୍ଥାରେ କୋରାପୁଟ ଡାକ୍ତରଖାନାରେ ଭର୍ତି

364

କୋରାପୁଟ ; ତା୦୨-୦୨-୧୯(ଓଡିଆପୁଅ/ରଂଜନ କୁମାର ଦାସ)ବିଦ୍ୟୁତ ଆଘାତରେ ଜଣେ ଶ୍ରମିକ ଗୁରୁତର ଅବସ୍ଥାରେ କୋରାପୁଟ ଡାକ୍ତରଖାନାରେ ଭର୍ତି ହୋଇ ଚିକିର୍ସିତ ହେଉଥିବା ଜଣାପଡିଛି ।ପଟ୍ଟାଙ୍ଗୀ ଥାନା ଅନ୍ତର୍ଗତ ଗୁଗାଗୁଡାଠାରେ ବିଜେଡିର ଏକ ସଭାରେ ଡେକାପଦର ଗ୍ରାମର ଚିନ୍ନା ହନ୍ତାଲ ଟେଣ୍ଡକାମ କରୁଥିବା ସମୟରେ ହଠାତ ଉପରେ ଯାଇଥିବା ବିଦ୍ୟୁତଲାଇନରେ ଲାଗିବା ଫଳରେ ପୋଡି ହୋଇଯାଇଥିଲା । ଚିନ୍ନାର ହାତଠାରୁ ଗୋଡ ପର୍ଯ୍ୟନ୍ତ ପ୍ରାୟ ୫୦ ପ୍ରତିଶତ ପୋଡି ହୋଇଯାଇଥିବା ଜଣାପଡିଛି ।ତାକୁ ଆମ୍ବୁଲାନ୍ସ ଯୋଗେ କୋରାପୁଟ ଡାକ୍ତରଖାନାରେ ଭର୍ତି କରାଯାଇଛି ।କୋରାପୁଟ ଡାକ୍ତରଖାନାର ସର୍ଜରୀ ଓାର୍ଡରେ ଆୟୁସିୟୁ ଥିବା ସତ୍ୱେ ଏକ ଗୁରୁତର ପୋଡାରୋଗୀକୁ କିପରି ତଳେ ରଖାଯାଇ ଚିକିସôା କରାଯାଉଛି ତାହା ଉଦବେଗର ବିଷୟ ବୋଲି ସାଧାରଣରେ ଆଲୋଚ୍ୟର ବିଷୟ ହୋଇପଡିଛି ।
ଏକ ସଭାରେ ଯୋଗଦେଇ କାମ କରୁଥିବା ସମୟରେ ବିଦ୍ୟୁତ ଆଘାତରେ ଆହତ ହୋଇଥିବା ଚିନ୍ନାର ଶାଶୁ ସାଡେ ମନୋରମା ପ୍ରକାଶ କରିଛନ୍ତି ।ଚନ୍ଦକା ସରପଂଚ ଡାକିବାରୁ ଚିନ୍ନା କାମ କରିବାକୁ ଯାଇଥିଲା ବୋଲି ସେ ସୂଚନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.