Home ଜିଲ୍ଲା ପରିକ୍ରମା ବିଦ୍ୟୁତ୍ ଆଘାତରେ ଯୁବକ ମୃତ

ବିଦ୍ୟୁତ୍ ଆଘାତରେ ଯୁବକ ମୃତ

25

ଭଦ୍ରକ, ୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲା ତିହିଡ଼ି ବ୍ଲକ ପୀରହାଟ ଥାନା ଅଧୀନ ମଙ୍ଗଳପୁର ଗ୍ରାମର ରତିକାନ୍ତ ମଳିକ (୩୨)ଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ପ୍ରକାଶ ଯେ, ରତିକାନ୍ତ ପୂର୍ବାହ୍ନରେ ତାଙ୍କ ଘରେ ଫ୍ୟାନର ପ୍ଲଗ ଦେଉଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ତିହିଡ଼ି ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ରତିକାନ୍ତ ବାହାର ରାଜ୍ୟରେ ରହୁଥିଲେ। ଗୁରୁବାର ଘରକୁ ଫେରିଥିଲେ। ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଖବର ପାଇ ବ୍ଲକ ଉପାଧ୍ୟକ୍ଷାଙ୍କ ପ୍ରତିନିଧି ପ୍ରବୀର କୁମାର ନାୟକ, ସରପଞ୍ଚଙ୍କ ପ୍ରତିନିଧି କମଳାକାନ୍ତ ଲେଙ୍କା, କବି ଭାସ୍କର ସେଠୀ, ସୁନୀଲ ରାଉତ, କଂଗ୍ରେସ ନେତା ରମାକାନ୍ତ ମହାଳିକ ପ୍ରମୁଖ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଡାକ୍ତରଖାନାରେ ପହଂଚି ସହାୟତା କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.