Home ଜିଲ୍ଲା ପରିକ୍ରମା ବିଦ୍ୟୁତ୍ ଆଘାତରେ ନାବାଳକ ମୃତ

ବିଦ୍ୟୁତ୍ ଆଘାତରେ ନାବାଳକ ମୃତ

13

ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ଥାନା ଅଚକ ପଂଚାୟତ ଅଧୀନ ଉତରବାହା ଗ୍ରାମର ସୁବାସ ସ୍ୱାଇଁଙ୍କ ନାବାଳକ ପୁଅ ତାପସ ସ୍ୱାଇଁ (୧୭)ଙ୍କର ବୁଧବାର ରାତିରେ ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏ ସମ୍ପର୍କରେ ପୁଲିସ ୨୮/୨୫ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି। ପ୍ରକାଶ ଯେ, ତାପସ ତାଙ୍କ ବଡ଼ଭାଇଙ୍କ ସହ ପାଳିଆବିନ୍ଧା ଗ୍ରାମର ଏକ ଚତୁର୍ଥୀ ଭୋଜିରେ ଫୁଲ ସଜାଇବା ପାଇଁ ଯାଇଥିଲେ। ସେ କାର୍ଯ୍ୟସାରି ପରିଶ୍ରା କରିବା ସମୟରେ ଏକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ। ବିଦ୍ୟୁତ ଆଘାତରେ ସେ ଗୁରୁତର ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ତିହିଡ଼ି ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.