ଭଦ୍ରକ, ୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ବ୍ଲକ ରେ ବିଦ୍ୟାଳୟ ମାନଙ୍କରେ ପୋଷାକ ବିତରଣକୁ ନେଇ ଚାଲିଛି ରାଜନୀତି, ଗୋଟିଏ ଦଳ ପୋଷାକ ବିତରଣ କରିବାକୁ ପୂର୍ବ ସରକାର ସ୍ତିରୀକୃତ କରିଥିବା ବେଳେ ଏବର ନୂତନ ସ୍ୱୟଂ ସହାୟିକା ଗୋଷ୍ଠୀ ଏହି ପୋଷାକ ବିତରଣ କରିବାକୁ ଅଂଟା ଭିଡି ବାହାରିବା ସହ ହାଇକୋର୍ଟ ର ଦ୍ୱାରସ୍ଥ ହୋଇଛନ୍ତି। ଫଳରେ ଚାନ୍ଦବାଲି ବ୍ଲକରେ ଏହି ପୋଷାକ ବିିତରଣ କୁନେଇ ଚାଲିଛି ରାଜନୀତି। ପ୍ରାପ୍ତ ଖବର ଅନୁଯାଇ ଚାନ୍ଦବାଲି ବ୍ଲକରେ ପ୍ରାଥମିକ , ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସଂଖ୍ୟା ୨୮୬ ଏବଂ ଉଚ୍ଚ ବିଦ୍ୟାଳୟ ସଂଖ୍ୟା ୪୧ଟି ରେ ସିମୀତ ହୋଇ ରହିଛି। ଏହି ବିଦ୍ୟାଳୟ ଗୁଡିକରେ ସମସ୍ ଛାତ୍ରଛାତ୍ରୀ ଆଜି ପର୍ଯ୍ୟନ୍ତ ସରକାରଙ୍କ ନିୟମାନୁଯାଇ ଗୋଟିଏ ହଳ ବିଦ୍ୟାଳୟ ୟୁିନିଫର୍ମ ଏବଂ ଗୋଟିଏ ହଳ ହାଉସ ଡ୍ରେସ ପାଇବା ପାଇଁ ହକଦାର। ହାଉସ ଡ୍ରେସ ଗୁଡିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବା ପାଇଁ ନିୟମ ସ୍ତିରୀକୃତ ହୋଇଥିବା ବେଳେ ବିଦ୍ୟାଳୟ ୟୁନିଫର୍ମ କୁ ସେହି ଅଂଚଳର ସ୍ୱୟଂ ସହାୟକ ଗୋଷ୍ଠୀ ଦେବା ପାଇଁ ପୂର୍ବ ସରକାର ସ୍ତିରୀକୃତ କରିଥିଲେ। କିନ୍ତୁ ଦୁଃଖ ଏବଂ କ୍ଷୋଭର ବିଷୟ ଚଳିତ ଶିକ୍ଷାବର୍ଷ ର ୯ ମାସ ପୂରି ଯାଇଥିିଲେ ମଧ୍ୟ ଚାନ୍ଦବାଲି ବ୍ଲକର ଅଧୁନା ମୋଟ ଶିକ୍ଷାର୍ଥୀ ୩୩ହଜାର ୨୩୯ଜଣ ଏହି ବିଦ୍ୟାଳୟ ୟୁନିଫର୍ମ ପାଇବାରୁ ବଂଚିତ ହୋଇଛନ୍ତି। ଏହି ୟୁନିଫର୍ମ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ୩କୋଟି ୮୫ଲକ୍ଷ ଟଙ୍କା ଯୋଗାଇ ଦେଇଥିବା ବେଳେ ଏହାକୁ ନେଇ ଚାଲିଛି ରାଜନୀତି। ବର୍ତମାନ ଖବର ଅନୁଯାଇ ଭଦ୍ରକ ଜିଲ୍ଲାର ଶ୍ରୀ ଲକ୍ଷ୍ମୀ ନାମକ ଏକ ସଂସ୍ଥା ଏହି ୟୁନିିଫର୍ମ କୁ ନେଇ ହାଇକୋର୍ଟରେ ଏକ କେସ ରୁଜୁ କରି ସ୍ଥିତାବସ୍ଥା ଆଣିବାକୁ ପ୍ରୟାସ ଜାରୀ ରଖିଛନ୍ତି। ଅନ୍ୟ ପକ୍ଷରେ ଆଜି ସୁଦ୍ଧା ସମୁଦାୟ ଶିକ୍ଷାର୍ଥୀଙ୍କ ମଧ୍ୟରୁ ୫୦ ଶତାଂଶ ଶିକ୍ଷାର୍ଥୀ ଏହି ୟୁନିଫର୍ମ ପାଇଥିବା ବେଳେ ଅନ୍ୟ ମାନେ ଆଜି ପର୍ଯ୍ୟନ୍ତ ଏହିି ୟୁନିଫର୍ମ ପାଇବାରୁ ବଂଚିତ ହୋଇଛନ୍ତି। ଫଳରେ ଶତାଧିକ ଛାତ୍ରଛାତ୍ରୀ ଆଜି ଭଳି ଦିନରେ ଚିରାଫଟା ୟୁନିଫର୍ମ ଅଥବା ଘରୋଇ ଡ୍ରେସ ପନ୍ଧି ବିିଦ୍ୟାଳୟକୁ ଆସିବାକୁ ବାଧ୍ୟ ହେଉଛନ୍ତିଚକେଉଁ ପରିସ୍ଥିତିରେ ଆଜି ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ଏହି ୟୁନିଫର୍ମ ପାଇବାରୁ ବଂଚିତ ହେଲେ ବୋଲି ଚାନ୍ଦବାଲି ବ୍ଲକ ଶିକ୍ଷାଧିକାରୀ ଶୁଭେନ୍ଦୁ ମହାରାଜ ନିଜ ପ୍ରତିକ୍ରିିୟା ରଖି କୁହନ୍ତି ଖୁବ ଶୀର୍ଘ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ୟୁନିଫର୍ମ ଯୋଗାଇ ଦିଆଯିବ ମାତ୍ର ଶେଷ ତାରିଖ କେବେ ବୋଲି ପଚାରିବାରୁ ସେ ଏହାକୁ ଏଡାଇ ଯାଇଥିଲେ। ଅନ୍ୟ ପକ୍ଷରେ ବରିଷ୍ଠ ଶିକ୍ଷକ ନେତା ପ୍ରଫୁଲ ଦାସ ନିଜର ପ୍ରତିକ୍ରିୟାରେ କହିଛନ୍ତି ଗୋଟିଏ ଶିକ୍ଷାବର୍ଷ ଶେଷ ହେବାକୁ ବସିଥିବା ବେଳେ ଏହି ବିଦ୍ୟାଳୟର ପୋଷାକ ବଂଟନକୁ ନେଇ ରାଜନୀତି କରଣ ନ ହେବା ଜରୁରୀ ଏବଂ ହୀନ ସ୍ୱାର୍ଥ ବ୍ୟକ୍ତି ବିଶେଷ ଏଭଳି ମାନସିକାତାରୁ ଦୂରେଇ ରହିବା ଜରୁରୀ। ଅପର ପକ୍ଷରେ ଜଣେ ସିଆରସିସି ନିଜର ନାମ ପ୍ରକାଶ ନକରି କହିଛନ୍ତି କେହି ଜଣେ ହାଇକୋର୍ଟରେ ଏହି ପୋଷାକ ବଂଟନକୁ ନେଇ ସ୍ଥିତାବସ୍ଥା କରିଛନ୍ତି ଏବଂ ବିଭାଗୀୟ ଅଧିକାରୀ ମୌଖିକ ଭାବେ ଏହା ଜାଣିଥିଲେ ମଧ୍ୟ ଖୁବଶୀଘ୍ର ଏହି ପୋଷାକ ବିତରଣ କରିବାକୁ ବିଭାଗୀୟ ଅଧିକାରୀ ସଂପୃକ୍ତ ସ୍ୱୟଂ ସହାୟିକ ଗୋଷ୍ଠୀକୁ ନିର୍ଦେଶ ଦେଇଛନ୍ତି।
Home ଜିଲ୍ଲା ପରିକ୍ରମା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ପୋଷାକକୁ ନେଇ ରାଜନୀତି, ହାଇକୋର୍ଟର ଦ୍ୱାରସ୍ଥ, ସ୍ଥିତାବସ୍ଥା କଥା ମୌଖିକ...






