Home ଜିଲ୍ଲା ପରିକ୍ରମା ବିଦ୍ୟାଳୟରେ ଶିକ୍ଷକ ଅଭାବ ନେଇ ତେଜିଲେ ଅଭିଭାବକ, ବିଦ୍ୟାଳୟରେ ତାଲା ପକାଇ କରିଲେ ଆନ୍ଦୋଳନ

ବିଦ୍ୟାଳୟରେ ଶିକ୍ଷକ ଅଭାବ ନେଇ ତେଜିଲେ ଅଭିଭାବକ, ବିଦ୍ୟାଳୟରେ ତାଲା ପକାଇ କରିଲେ ଆନ୍ଦୋଳନ

13

ଭଦ୍ରକ, ୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକର ହସନାବାଦ ପଂଚାୟତ ର ତଳ ଅସ୍ତକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଆଯକ ଦୁଇ ବର୍ଷ ହେବ ୪ ଜଣ ଶିକ୍ଷକ ଥିବା ବେଳେ ସେଥିରୁ ଦୁଇ ଜଣ ବଦଳି ହୋଇ ଥିବା ବେଳେ ଜଣେ ଶିକ୍ଷୟତ୍ରି ଙ୍କ ଅକାଳ ବିୟୋଗ ଘଟିଥିଲା । ତେବେ ଜଣେ ଶିକ୍ଷକ ଙ୍କ ଦ୍ୱାରା ଏବେ ଉକ୍ତ ବିଦ୍ୟାଳୟ ଚାଲିଚି। ଉକ୍ତ ବିଦ୍ୟାଳୟ ଟି ୧୯୭୫ ମସିହା ରେ ସ୍ଥାପିତ ହୋଇଥିଲା। ପ୍ରଥମ ରୁ ଅଷ୍ଟମ ରେ ପାଖାପାଖି ଦୁଇ ଶହ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ପାଠ ପଡ଼ୁଥିବା ବେଳେ ଶିଖକ ଅଭାବରୁ ଏବେ ୯୭ ଜଣ ଛାତ୍ର ଛାତ୍ରୀ ଅଛନ୍ତି।ସେମାନଙ୍କୁ ମାତ୍ର ଜଣେ ଶିକ୍ଷକ ରହି ଯାହା ପାଠ ପଡାଉ ଥିବେ ତାହା ଅନୁମାନ କରୁଥିବେ। ତେବେ ଏହି ସମସ୍ୟା ପାଇଁ ଅଂଚଳବାସୀ ବାରମ୍ବାର ଅବିଯୋଗ କରିବା ପରେ କୌଣସି ସୁଫଳ ନ ମିଳିବା ରୁ ଶନିବାର ଠାରୁ ଉକ୍ତ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ଅଭିଭାବକ ମାନେ ବିଦ୍ୟାଳୟ ରେ ତାଲା ପକାଇ ପ୍ରତିବାଦ କରିଥିଲେ। ସୋମବାର ଦିନ ସି ଆର ସି ସି ଅଜୟ ମଲିକ ଘଟଣା ସ୍ଥଳ ରେ ପହଂଚି ଘଟଣାର ସତ୍ୟତା ରହିଛି ଏଦିଗରେ ରେ ବ୍ଲକ ଶିକ୍ଷାଧିକାରୀ ଜଣେ ଡେପୁଟେସନ ରେ ଶିକ୍ଷକ ଯୋଗାଇ ଦେବେବୋଲି କହିଛନ୍ତି । ତେବେ ଯେତେଦିନ ଯାଏ ଆହୁରି ଦୁଇ ଜଣ ଶିକ୍ଷକ ଯୋଗାଇ ଦିଆ ନ ଯାଇଛି ତାଲା ପକାଇଇ ପ୍ରତିବାଦ କରାଯିବ ବୋଲି ଅଭିଭାକ ଓ ପରିଚାଳନା କମିଟି ର ସଦସ୍ୟ ମାନେ କହି ପ୍ରତିବାଦ କରି ଧାରଣା ରେ ବସିଛନ୍ତି । ଦୀର୍ଘ ଦିନ ହେବ ଦାବି କରିଆସୁଥିଲେ ବି ଉକ୍ତ ବିଦ୍ୟାଳୟ କୁ ବିଭାଗୀୟ ଅଧିକାରି ଜାଣି ଶୁଣି ଅବହେଳା କରୁଛନ୍ତି ବୋଲି ସରପଂଚ ଅଜୟ ମାଝୀ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.