Home ଜିଲ୍ଲା ପରିକ୍ରମା ବିଦ୍ୟାର୍ଥୀ ବିକାଶ ମଞ୍ଚ ପକ୍ଷରୁ ବିଶ୍ୱବିଦ୍ୟାଳୟ ସ୍ଥାପନର ନିଆରା ଦାବି

ବିଦ୍ୟାର୍ଥୀ ବିକାଶ ମଞ୍ଚ ପକ୍ଷରୁ ବିଶ୍ୱବିଦ୍ୟାଳୟ ସ୍ଥାପନର ନିଆରା ଦାବି

26

ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଦ୍ୟାର୍ଥୀ ବିକାଶ ମଞ୍ଚ, ଭଦ୍ରକ ତରଫରୁ ସ୍ଥାନୀୟ ଜାନୁଗଞ୍ଜ ଦୁର୍ଗ ମଣ୍ଡପ ସ୍ଥିତ ଉକ୍ତ ଅନୁଷ୍ଠାନର କାର୍ଯ୍ୟାଳୟ ପରିସରରେ ୭୭ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଭଦ୍ରକ ଏକ ବିଶ୍ୱ ବିଦ୍ୟାଳୟ ସ୍ଥାପନ ପାଇଁ ଦାବିକୁ ଦୋହରାଯାଇଛି । ମଞ୍ଚର ସଭାପତି ଲକ୍ଷ୍ମୀଧର ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମଞ୍ଚର ମୁଖ୍ୟ ଉପଦେଷ୍ଟା ପ୍ର. ଡ. ଦେବେନ୍ଦ୍ର ନାଥ ରାଉତ ପତାକା ଉତ୍ତୋଳନ କରିବା ସହିତ ଏକ ସଶକ୍ତ ଭାରତ ନିର୍ମାଣର ମାର୍ଗଦର୍ଶନ କରିଥିଲେ । ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ବରିଷ୍ଠ ଉପଦେଷ୍ଟା ଡ. ରାଧାରାଣୀ ମହାପାତ୍ର, ମୁଖ୍ୟବକ୍ତା ଭାବେ ଅଧ୍ୟାପକ ନିତ୍ୟାନନ୍ଦ ଜେନା, ବରେଣ୍ୟ ଅତିଥି ଭାବେ ସମାଜସେବୀ ଅନିଲ ଦେ, ପ୍ରାକ୍ତନ ପ୍ରଧାନ ଶିକ୍ଷୟତ୍ରୀ ଗୀତାରାଣି ଆଇଚ, ରୋଟାରିଆନ ଅଭିଜିତ୍ ନାୟକ, ସାମାଜିକ କର୍ମୀ ଅତୁଲ ଦେ, ପ୍ରମୋଦା ମହାରଣା, ଅଧ୍ୟାପକ ସଂଗ୍ରାମ ମହାନ୍ତି, ପ୍ରାକ୍ତନ ଅଧ୍ୟକ୍ଷ ଲକ୍ଷ୍ମୀଧର ରାଉତ, ଅଖୁଜୀ ବିଶ୍ୱାଳ, କମଳାମଣି ନାୟକ, ସମ୍ବର୍ଦ୍ଧିତ ପ୍ରତିଭା ଅମିତ୍ ନାୟକ, ଡା. ଆର୍‌.କେ. ନାୟକ, ଗୋବର୍ଦ୍ଧନ ଦାସ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଉପସ୍ଥିତ ଥିବା ଶତାଧିକ ଛାତ୍ରଛାତ୍ରୀଙ୍କୁ ବୃକ୍ଷ ଚାରା ବଣ୍ଟନ କରାଯାଇଥିଲା । ଏôଥସହ ବୃକ୍ଷରୋପଣ ଓ ଏହାର ଉପକାରିତା ସମ୍ପର୍କରେ ସେମାନଙ୍କୁ ସଚେତନ କରାଯାଇଥିଲା । ଭଦ୍ରକରେ ପଲ୍ଲୀ ଭାରତୀ ବିଶ୍ୱ ବିଦ୍ୟାଳୟ ସ୍ଥାପନ ଦାବି କରି ଶତାଧିକ ପ୍ରଦୀପ ପ୍ରଜ୍ଳନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳ ହୋଇଥିବା ଭଦ୍ରକ ଜିଲ୍ଲାର କୃତି ସନ୍ତାନ ଅମିତ୍ ନାୟକଙ୍କୁ ସ୍ୱୃତିଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.