Home ଜିଲ୍ଲା ପରିକ୍ରମା ପାରିବାରିକ ସମସ୍ୟାର ସମାଧାନ

ପାରିବାରିକ ସମସ୍ୟାର ସମାଧାନ

26

ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣଙ୍କ ସମ୍ମୁଖ କାର୍ଯ୍ୟାଳୟରେ ଏକ ପାରିବାରିକ ସମସ୍ୟାର ସମାଧାନ ହୋଇପାରିଛି । ଦରଖାସ୍ତକାରିଣୀ ରଞ୍ଜୁଲତା ବେହେରା, ସ୍ୱା-ସୁଶାନ୍ତ କୁମାର ବେହେରା, ନୂଆଗାଁ, ଇରମ, ବାସୁଦେବପୁର, ଭଦ୍ରକ ତାଙ୍କ ସ୍ୱାମୀ ଏବଂ ଶାଶୁ, ଶ୍ୱଶୁରଙ୍କ ବିରୋଧରେ ପାରିବାରିକ କଳହକୁ ନେଇ ସମ୍ମୁଖ କାର୍ଯ୍ୟାଳୟରେ ଅଭିଯୋଗ ଦେବାପରେ ଉଭୟ ପକ୍ଷଙ୍କୁ ନେଇ ସେମାନଙ୍କ ଭିତରେ ଉପୁଜୁଥିବା ସମସ୍ୟା ବିଷୟରେ ଆଲୋଚନା କରାଯାଇଥିଲା । ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣର ସଚିବ ନେହା ଅଗ୍ରୱାଲଙ୍କ ଉପସ୍ଥିତିରେ ଉଭୟ ପକ୍ଷ ସଚିବଙ୍କ ଉପଦେଶକୁ ମାନି ପରସ୍ପର ମଧ୍ୟରେ ଆପୋଷ ସମାଧାନ କରିବାକୁ ରାଜି ହୋଇଥିଲେ । ସମ୍ମୁଖ କାର୍ଯ୍ୟାଳୟର ରିଟେନ୍‌ର କାହ୍ନୁଚରଣ ବାରିକ୍‌ଙ୍କ ମାଧ୍ୟମରେ ଉଭୟପକ୍ଷଙ୍କ ସମସ୍ୟାର ସମାଧାନ ହୋଇଥିଲା ଏବଂ ସେମାନେ ଭବିଷ୍ୟତରେ ପରସ୍ପର ମଧ୍ୟରେ ସୁସମ୍ପର୍କ ରଖି ଚଳିବା ପାଇଁ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.