Home କେନ୍ଦୁଝର ବିଦ୍ୟାଧରପୁର ନିକଟରୁ ବ୍ରାଉସୁଗାର ଜବଦକଲା ପୁଲିସ

ବିଦ୍ୟାଧରପୁର ନିକଟରୁ ବ୍ରାଉସୁଗାର ଜବଦକଲା ପୁଲିସ

19

ହାଟଡ଼ିହି, ୧୨ । ୧୦ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକର ବିଭିନ୍ନ ଅଞ୍ଚଳରେ ଏବେ ଧଳା ଜହରର କାରବାର ବ୍ୟାପକ ମାତ୍ରାରେ ବୃଦ୍ଧି ପାଇଛି । ଗାଁ ଗହଳି ଠାରୁ ଆରମ୍ଭ କରି ଛକ ବଜାର ମାନଙ୍କରେ ବ୍ରାଉନସୁଗାର କାରବାର ହେଉଥିବାବେଳେ ଏହାର ଚେର ଭଦ୍ରକ ଓ ବାଲେଶ୍ୱରକୁ ଲମ୍ବିଛି । ବିଶେଷକରି ଯୁବପିଢ଼ୀ ମାନେ ଏହାର ମୁଖ୍ୟ କାର୍ପଟଦାର ସାଜିଛନ୍ତି । ସେମାନେ ଭଦ୍ରକ ଓ ବାଲେଶ୍ୱରରୁ ଏହି ଧଳା ଜହରକୁ ଆଣି ବିଭିନ୍ନ ଅଞ୍ଚଳରେ ତିନିଶହରୁ ପାଞ୍ଚଶହ ଟଙ୍କା ଦରରେ ବିକ୍ରୀ କରୁଥିବା ଜଣାଯାଇଛି । ଏନେଇ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପାଉଥିଲେବି ନନ୍ଦିପଦା କି ସୋସୋ ପୁଲିସ ଏଥିପ୍ରତି ଗୁରୁତ୍ୱ ଦେଉ ନଥିବା ନେଇ ଚର୍ଚ୍ଚା ହେଉଛି । ଆଜି ସୋସୋ ଥାନା ଅଧିନସ୍ଥ ବିଦ୍ୟାଧରପୁର ନିକଟରୁ ଆଗରପଡା ପୁଲିସ ଜଣେ ଯୁବକଙ୍କୁ ଧରି ତା ନିକଟରୁ ୩ପ୍ୟାକେଟ ବ୍ରାଉନସୁଗାର ଜବଦ କରିଥିବା ଜଣାଯାଇଛି । ଗତକାଲି ଠାରୁ ଭଦ୍ରକ ଜିଲ୍ଲା ଆଗରପଡା ପୁଲିସ ଏହି ବ୍ରାଉନସୁଗାର କାରବାର ଉପରେ ସତର୍କ ଦୃଷ୍ଟି ରଖିଥିବାବେଳେ ଆଜି ସକାଳେ ବିଦ୍ୟାଧରପୁର ଅଞ୍ଚଳର ଜଣେ ଯୁବକ ଆଗରପଡାରୁ ବ୍ରାଉନସୁଗାର ନେଇ ବିଦ୍ୟାଧରପୁର ଆଡକୁ ଆସିବାରୁ ପୁଲିସ ତାର ପିଛା କରିଥିଲା । ବିଦ୍ୟାଧରପୁର ନିକଟରେ ତାକୁ ଅଟକାଇ ତା ପକେଟରୁ ୩ଟି ପୁଡିଆ ଜବଦ କରିବା ସହ ତାକୁ ଆଗରପଡା ଥାନାକୁ ନେଇ ଅଧିକ ପଚରା ଉଚୁରା କରୁଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.