Home ଓଡ଼ିଶା ବିଦ୍ୟାଧରପୁର ଆନନ୍ଦପୁର ମୁଖ୍ୟ କେନାଲରେ ଭାଷିଯାଇ ଦୁଇ ଛାତ୍ର ମୃତ

ବିଦ୍ୟାଧରପୁର ଆନନ୍ଦପୁର ମୁଖ୍ୟ କେନାଲରେ ଭାଷିଯାଇ ଦୁଇ ଛାତ୍ର ମୃତ

34

ହାଟଡ଼ିହି, ୩୧ । ୧୦ (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବିଦ୍ୟାଧରପୁର-ଆନନ୍ଦପୁର ମୁଖ୍ୟ କେନାଲର ପନ୍ଦାଡୋ ନିକଟରେ ଭାଷିଯାଇ ୨ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି । ୪ଜଣ ଛାତ୍ର ସାଙ୍ଗହୋଇ ଗାଧୋଇବା ସମୟରେ ଦୁଇଜଣ ଛାତ୍ର ଅସାବଧାନତା ବଶତଃ ଗୋଡ ଖସିଯିବାରୁ ଦୁହେଁ ଭାଷିଯାଇ ମୃତ୍ୟୁବରଣ କରିଥିବାବେଳେ ଆଉ ଦୁଇଜଣ ଛାତ୍ର ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ସୁଚନାରୁ ଜଣାଯାଇଛି ଯେ ଆଜି ଅପରାହ୍ନ ଗୋଟାଏ ବେଳେ ପଦାରୁଖା ଗ୍ରାମର ବିଶ୍ୱନାଥ ରାଉତଙ୍କ ପୁଅ ନବମ ଶ୍ରେଣୀର ଛାତ୍ର ହିମାଶୁଂ ରାଉତ, ପନ୍ଦାଡୋ ଗ୍ରାମର ପଦ୍ମନାଭ ଦାସଙ୍କ ପୁଅ ଦଶମ ଶ୍ରେଣୀର ଛାତ୍ର ମାନସ ଦାସ (ବବୁଲ), ତରାଗାଡିଆ ଗ୍ର୍ରାମର ଦେବଜ୍ୟୋତି ଭୂୟାଁ ଓ ପନ୍ଦାଡୋ ଗ୍ରାମର ଅନ୍ୟ ଜଣେ ଛାତ୍ର ସାଙ୍ଗ ହୋଇ ଗାଧୋଉଥିଲେ । ଏବେ ଚାଷ କାର‌୍ୟ୍ୟପାଇଁ କେନାଲରେ ପୁର୍ଣ୍ଣା ମାତ୍ରାରେ ପାଣି ଛଡାଯାଇଥିବାରୁ କେନାଲରେ ୧୦ରୁ ୧୨ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି । ଗାଧୋଇବା ସମୟରେ ଗୋଡ ଖସିଯିବାରୁ ମାନସ ଦାସ, ଓ ହିମାଶୁଂ ରାଉତ ପାଣିର ସ୍ରୋତରେ ଭାଷି ଯାଇଥିଲେ । ଅନ୍ୟ ଦୁଇଜଣ ଛାତ୍ର ତାଙ୍କୁ ରକ୍ଷା କରିବାକୁ ଉଦ୍ୟମ କରିଥିଲେବି ସଫଳ ନହେବାରୁ ସେମାନେ ତାଙ୍କୁ ଛାଡିଦେଇ ଭୟଭୀତ ଅବସ୍ଥାରେ ଝରକୁ ପଳାଇଥିଲେ । ଅଳ୍ପକେ ପାଣିରୁ ଉଠିଆସି ଭୟଭିତ ହୋଇ ଘରକୁ ପଳାଇଯାଇଥିଲେ । କିନ୍ତୁ ସେହି ସମୟରେ ସେହି ରାସ୍ତାଦେଇ ଯାଉଥିବା ଶାସଙ୍ଗ ହାଇସ୍କୁଲର ଶିକ୍ଷକ ଶାନ୍ତନୁ କୁମାର ରାଉତ ତୁରନ୍ତ ଛାତ ଦ୍ୱୟଙ୍କୁ ଦଉଡି ଦ୍ୱାରା ଉଦ୍ଧାର କରିବାକୁ ;ଚେଷ୍ଟା କରିଥିଲେ ମଧ୍ୟ ଉଦ୍ଧାର କରିବାରେ ସଫଳ ହୋଇ ନଥିଲେ । ପରେ ହାଟଡିହି ଦମକଳ ଓ ପରେ ଆନନ୍ଦପୁର ଦମକଳ ବିଭାଗର କର୍ମଚାରୀ ମାନେ ପହଞ୍ଚି ଉଦ୍ଧାର କାର‌୍ୟ୍ୟରେ ସାମିଲ ହୋଇଥିଲେ । ସ୍ଥାନୀୟ ଯୁବକମାନେ ମଧ୍ୟ ପାଣିରେ ବୁଡି ଖୋଜାଖୋଜି କରୁଥିବା କରିଥିଲେ । ଘଟଣାର ଘଣ୍ଟାଏ ପରେ ପ୍ରଥମେ ହିମାଶୁଂଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବାବେଳେ ତାହାର କିଛି ସମୟ ପରେ ଦମକଳ ବିଭାଗର କର୍ମଚାରୀମାନେ ମାନସକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ଉଭୟଙ୍କୁ ତୁରନ୍ତ ଆନନ୍ଦପୁର ଡାକ୍ତରଖାନାକୁ ନିଆଯାଇଥିବାବେଳେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ମାନସ ପନ୍ଦାଡୋ ହାଇସ୍କୁଲର ୧୦ମ ଶ୍ରେଣୀର ଛାତ୍ର ହୋଇଥିବାବେଳେ ହିମାଶୁଂ ଶାସଙ୍ଗ ହାଇସ୍କୁଲର ୯ମ ଶ୍ରେଣୀର ଛାତ୍ର ଥିଲା । ହିମାଶୁଂ ଶାସଙ୍ଗରେ ତାର ମାମୁଁ ଘରେ ରହି ପଢ଼ୁଥିବାବେଳେ ଆଜି ରବିବାର ଥିବାରୁ ହିମାଶୁଂ ତାର ମଉସାଘର ପନ୍ଦାଡୋକୁ ବୁଲିବାକୁ ଯାଇ ସାଙ୍ଗ ମାନଙ୍କ ସହ କେନାଲକୁ ଗାଧୋଇବାକୁ ଯାଇଥିଲା । ଏହି ଘଟଣାରେ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଖବରପାଇ ନନ୍ଦିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଟିଯାକ ମୃତଦେହକୁ ଜବଦ କରିବା ସହିତ ଆନନ୍ଦପୁର ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଇଛନ୍ତି । ବ୍ୟବଚ୍ଛେଦ ହୋଇ ମୃତଦେହ ଦୁଇଟି ପନ୍ଦାଡୋ ଓ ପଦାରୁଖା ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶରେ ଦୁଇ ଛାତ୍ରଙ୍କ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.