Home ଜିଲ୍ଲା ପରିକ୍ରମା ବିଦେଶ ଫେରନ୍ତାଙ୍କ ପଜିଟିଭ୍ ପରେ ଭଦ୍ରକରେ ଘାରିଲା ଓମିକ୍ରନ୍ ଭୟ, ୧୮ ନଂ ୱାର୍ଡ ମୁଲନାସାହିରେ...

ବିଦେଶ ଫେରନ୍ତାଙ୍କ ପଜିଟିଭ୍ ପରେ ଭଦ୍ରକରେ ଘାରିଲା ଓମିକ୍ରନ୍ ଭୟ, ୧୮ ନଂ ୱାର୍ଡ ମୁଲନାସାହିରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

58

ଭଦ୍ରକ, ୨୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍‌କୁ ନେଇ ସାରା ବିଶ୍ୱରେ ଚିନ୍ତା ବୃଦ୍ଧି ପାଇଥିବାବେଳେ ନିକଟରେ ଓଡ଼ିଶାରେ ଓମିକ୍ରନ୍‌କୁ ନେଇ ଭୟ ସୃଷ୍ଟି ହୋଇଛି । ଆଉ ଭଦ୍ରକ ଜିଲାରେ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ପ୍ରଶାସନିକ ସୂତ୍ରରୁ ଜଣାଯାଇଛି । ଏମାନଙ୍କ ମଧ୍ୟରେ ଭଦ୍ରକ ପୌରପାଳିକା ୧୮ନଂ ୱାର୍ଡ ମୁଲଣାସାହି ଅଂଚଳର ବିଦେଶ (ସାଉଦି ଆରଫ) ଫେରନ୍ତା ବୋଲି ଜଣାଯାଇଛି । ତେବେ ଦୁବାଇ ଫେରନ୍ତା ସହରାଞ୍ଚଳ ଅଧିବାସୀ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ ଭଦ୍ରକ ଜିଲାର ଓମିକ୍ରନ୍ ଭୟ ଘାରିଛି । ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ ଗତ ନଭେମ୍ବର ମାସରୁ ଓମିକ୍ରନ୍ ସଂକ୍ରମଣକୁ ଗୁରୁତ୍ୱ ଦେଇ ବିଦେଶ ଫେରନ୍ତାଙ୍କ ଉପରେ ଜିଲାର ସର୍ଭିଲେନ୍ସ ବା ସର୍ଭେକ୍ଷଣକୁ କଡାକଡି କରାଯାଇଛି । ବିଦେଶ ଫେରନ୍ତା ଜିଲାକୁ ଆସିଛନ୍ତି । ସହରାଞ୍ଚଳ ୧୮ ନଂ ୱାର୍ଡ ମୁଲନାସାହି ବାସିନ୍ଦା ଏହି ବିଦେଶ ଫେରନ୍ତା ଭଦ୍ରକକୁ ଫେରିବା ପରେ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଚିନ୍ତା ବଢିଛି । କୋଭିଡ୍ ଆକ୍ରାନ୍ତଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲା ହସ୍‌ପିଟାଲ ପରିସରରେ ଥିବା କୋଭିଡ୍ ୱାର୍ଡକୁ ଆଣି ରଖାଯାଇଛି । ଆଉ ଓମିକ୍ରନ୍ ଭାରିଆଣ୍ଟ ଠାବ ପାଇଁ ତାଙ୍କର ଜେନମସିକୁଏନ୍ସ (ଡବ୍ଲ୍ୟୁଜିଏସ୍‌) ପରୀକ୍ଷା ପାଇଁ ଭୁବନେଶ୍ୱର ସ୍ଥିତ (ଆଇଏଲ୍‌ଏ) ଇନ୍‌ଷ୍ଟିଚ୍ୟୁଟ ଅଫ୍ ଲାଇଫ୍ ସାଇନ୍ସକୁ ତାଙ୍କ ନମୁନା ପଠାଯାଇଛି ବୋଲି ଜିଲା ମୁଖ୍ୟ ଡାକ୍ତର ସନ୍ତୋଷ କୁମାର ପାତ୍ର ସୂଚନା ଦେଇଛନ୍ତି । ଏହି ରିପୋର୍ଟ ଦେଢଦିନରେ ଆସିବା ପରେ ଓମିକ୍ରନ୍ ଆଶଙ୍କା ଦୂର ହେବ ବୋଲି ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପାତ୍ର କହିଛନ୍ତି । ତେବେ ପୌରପାଳିକା ଦ୍ୱାରା ମୁଲନାସାହିକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯିବା ସହ ସାନିଟାଇଜର ଓ ସଫାସୁତୁରା ମଧ୍ୟ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.