Home କେନ୍ଦୁଝର ବିଡିଓ ଏବଂ ପିଇଓଙ୍କ ମଧ୍ୟରେ ଉପୁଜିଥିବା ବିବାଦର ସମାଧାନ

ବିଡିଓ ଏବଂ ପିଇଓଙ୍କ ମଧ୍ୟରେ ଉପୁଜିଥିବା ବିବାଦର ସମାଧାନ

142

ହାଟଡିହି- ୧୭ / ୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିିହି ବ୍ଲକରେ ବିଡିଓ ଏବଂ ପିଇଓ ଜିଆରଏସ ମାନଙ୍କ ମଧ୍ୟରେ ଉପୁଜିଥିବା ବିବାଦର ଆଜି ଆସୁ ସମାଧାନ ହୋଇଯାଇଛି । ବ୍ଲକରେ ଚାଲିଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମନରେଗା ଯୋଜନାର ମଷ୍ଟରରୋଲ ଓ ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ବିଡିଓ ବ୍ଲକ କାର୍ଯ୍ୟାଳୟରେ ନିୟମିତ ବୈଠକ ଡାକାଇ ସେ ସମ୍ପର୍କରେ ଆଲୋଚନା କରିଥାନ୍ତି । ଗତ ସୋମବାର ଦିନ କର୍ମଚାରୀ ବୈଠକରେ ଶାଳଣିଆଁ ପଞ୍ଚାୟତର ପିଇଓ ଘଣ୍ଟାଏ ବିଳମ୍ବରେ ଆସିବାକୁ ନେଇ ବିଡିଓ ତାଙ୍କୁ ତାଗିଦା କରିବା ସହିତ ପାଟି କରିଥିଲେ । ଏନେଇ ସମସ୍ତ ପିଇଓ ଏବଂ ଜିଆରଏସ ମାନେ ସେମାନଙ୍କୁ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ କରି ଏହାର ସମାଧାନ ନହେବା ପର୍ଯ୍ୟନ୍ତ ପରବର୍ତ୍ତୀ ବୈଠକରେ ଯୋଗଦେବେ ନାହିଁ ବୋଲି ଲିଖିତ ଭାବେ ବିଡିଓଙ୍କୁ ଜଣାଇ ଦେଇଥିଲେ । ଆଜି କର୍ମଚାରୀ ବୈଠକ ହେବାକୁ ଥିବାବେଳେ ପିଇଓ ଏବଂ ଜିଆରଏସ ମାନେ ବୈଠକକୁ ଆସିନଥିଲେ । ପରେ ଏନେଇ ପିଇଓ ଏବଂ ଜିଆରଏସ ମାନଙ୍କ ଏକ ପ୍ରତିନିଧିଦଳ ବିଡିଓଙ୍କ ସହିତ ଆଲୋଚନା କରିବାପରେ ଆସନ୍ତା କାଲିଠାରୁ ସମସ୍ତ ପ୍ରକାର କାର୍ଯ୍ୟରେ ପିଇଓ ଜିଆରଏସ ମାନେ ସାମିଲ ହେବାସହ ପରବର୍ତ୍ତୀ ବୈଠକରେ ଯୋଗଦେବେ ବୋଲି ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.