ନୟାଗଡ଼, ୨୩ା୭:(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ବ୍ଳକ ଅନ୍ତର୍ଗତ ବିରୁଡ଼ା ପଂଚାୟତ ନିକଟରେ ହୋଇଥିବା ପାର୍କକୁ ନୟାଗଡ଼ ବିଡ଼ିଓ ମନୋଜ କୁମାର ପାତ୍ର ପରିଦର୍ଶନରେ ଯାଇ ଏହାର କଳେବର ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଛନ୍ତି। ଗ୍ରାମାଚଂଳରେ ଥିବା ଏପରି ଏକ ମନୋରଂଜନକାରୀ ତଥା ଶୋଭାବର୍ଦ୍ଧନକାରୀ ପାର୍କର ନିର୍ମାଣ ଶୈଳୀକୁ ଉଚ୍ଚ ପ୍ରଶଂସା କରିଥିଲାବେଳେ ପାର୍କକୁ ଆହୁରି ଉଚ୍ଚମାନର କରିବା ପାଇଁ ପରାମର୍ଶ ଦେବା ସହ ଆଗନ୍ତୁକମାନେ ଯେପରି ଅଧିକରୁ ଅଧିକମାତ୍ରାରେ ଭ୍ରମଣରେ ଆସିବେ ସେଥିପତ୍ରି ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ। ପରେ ବିଡିଓ ଶ୍ରୀ ପାତ୍ର ନବନିର୍ମିତ ଶ୍ମଶାନକୁ ବୁଲି ଦେଖିଥିଲେ।