Home ଓଡ଼ିଶା ବିଜୟ ମହାପାତ୍ରଙ୍କ ଭଦ୍ରକ ଗସ୍ତକୁ ନେଇ ବିଜେଡି ଓ ବିଜେପି ମହଲରେ ତୁମ୍ଭି ତୋଫାନ

ବିଜୟ ମହାପାତ୍ରଙ୍କ ଭଦ୍ରକ ଗସ୍ତକୁ ନେଇ ବିଜେଡି ଓ ବିଜେପି ମହଲରେ ତୁମ୍ଭି ତୋଫାନ

44

ଭଦ୍ରକ, ୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଜୟ ମହାପାତ୍ରଙ୍କ ଭଦ୍ରକ ଗସ୍ତକୁ ନେଇ ବିଜେଡି ଓ ବିଜେପି ମହଲରେ ତୁମ୍ଭି ତୋଫାନ୍। ବିଜେପିର ଅଲୋଡା ନେତା ଓ ବିଜେଡିର ଆଗଧାଡିର ନେତାଙ୍କ ସହ ବିସ୍ତୃତ ଆଲୋଚନା ହୋଇଥିବା ସ୍ପଷ୍ଟ ବାରି ହୋଇଛି। ତେବେ ତାଙ୍କ ଗସ୍ତକୁ ନେଇ ଓଡ଼ିଶାର ହେବାକୁ ଯାଉଥିବା ନୂଆ ସମ୍ମିକରଣ ତଥା ବିଜୟ ମହାପାତ୍ରଙ୍କ ବିଜୟ ରଥ ଗଡିଲା ବୋଲି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଉଭୟ ବିଜେଡି ଓ ବିଜେପି ଦଳ ମଧ୍ୟରେ ଏହାକୁ ନେଇ ଚର୍ଚ୍ଚା ମଧ୍ୟ ଜୋର ଧରିଲାଣି। ବିଜେପି ଦଳରେ କୌଣସି ପଦପଦବୀରେ ନଥିଲେ ମଧ୍ୟ ଆଗଧାଡିର ନେତା ଦୀନବନ୍ଧୁ ପତି, ଅକ୍ଷୟ ସାହୁ, ତୁଷାର ଜେନା, ବାମଦେବ ଦାସ, ରଘୁନାଥ ସାହୁ, ଗିରିଜା ନାୟକ, ପ୍ରଦୀପ ମହାନ୍ତି, ବିଜୟ ସାହୁ, ପ୍ରଫୁଲ୍ଲ ସିଂହ ଓ ସତ୍ୟବ୍ରତ ଦାସଙ୍କ ସମେତ ବହୁ ନେତାଙ୍କ ସାମିଲ ଲୋକଙ୍କୁ ଭ୍ରମ ସୃଷ୍ଟି କରିଲାଣି। ତେବେ ଦଳ ଏବେ ତୃଣମୂଳ ସ୍ତରରେ ଅଲୋଡା କରି ଆମଦାନୀ ନେତାଙ୍କୁ ଗୁରୁତ୍ୱ ଦିଆଯାଉଥିବା ବିଜୟଙ୍କୁ ଗତ ପଞ୍ଚାୟତ ନିର୍ବାଚନ ଠାରୁ ଆରମ୍ଭ କରି ପୌର ଏପରିକି ସମବାୟ ସମିତି ନିର୍ବାଚନ ସଂପର୍କରେ ପଚାରି ବୁଝିଥିବା ଜଣାଯାଇଛି। ସଦ୍ୟ ନୂଆ ସମ୍ମିକରଣରେ ସତରେ କଣ ବିଜେପିର ଅଲୋଡା ନେତା, ବିଜେପି ଛାଡି ବିଜେଡିର ଯୋଗଦାନ କରିଥିବା ନେତା ବିଜୟ ମହାପାତ୍ରଙ୍କ ସେହି ଓଡ଼ିଶାର ବିଜୟ ରଥ ସାମିଲ ହେବାକୁ ଯାଉଛନ୍ତି କି! ଯଦିଓ ବିଜୟ ମହାପାତ୍ର ବିଜେପିର କୌଣସି ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହୋଇନଥିଲେ ହେଲେ ଶତାଧିକ କର୍ମକର୍ତ୍ତାଙ୍କୁ ନେଇ ତାଙ୍କ ଦ୍ୱାରା ଗଠିତ ବୈଠକରେ କିଛି ଗୁମର ଘର କଥା ଆଲୋଚନା ହୋଇଥିବା ବେଶ୍ ଅନୁମାନ କରାଯାଉଛି। ଉକ୍ତ ବୈଠକରେ ଜିଲାର ବିଭିନ୍ନ ବ୍ଲକ୍‌ର କର୍ମକର୍ତ୍ତା ଉପସ୍ଥିତ ଥିବା ଦଳୀୟ ଗୁମର ପଦାରେ ପଡିବା ସାର ହେଲାଣି।

ଅନ୍ୟପଟେ ବିଜୟ ମହାପାତ୍ର ଉକ୍ତ ଗସ୍ତ ଦଳୀୟ କାର୍ଯ୍ୟକ୍ରମ ନଥିବା କହିଛନ୍ତି ବିଜେପି ଜିଲା ସଭାପତି। ତେବେ ବାସୁଦେବପୁର ବିଧାୟକଙ୍କ ଅତି ଘନିଷ୍ଠ ତଥା ବିଜେଡିର ଆଗଧାଡିର ନେତା ନଗର ଯୁବ ଉପସଭାପତି ସୁବ୍ରତ ମହାନ୍ତି, ସନ୍ତୋଷ ମହାରଣା, ପର୍ଶୁ ମହାକୁଡ ଓ ତୁଷାର ରଥଙ୍କ ସମେତ ବିଧାୟକଙ୍କ ବିଦ୍ରୋହୀ ଗୋଷ୍ଠୀର ବହୁ ନେତା ଉକ୍ତ ବୈଠକରେ ସାମିଲ ହୋଇଥିଲେ। ଯାହାକୁ ନେଇ ବିଜେପି ଶିବିରରେ ବାସୁଦେବପୁର ବିଧାୟକଙ୍କ ଚେଲା ଚାମୁଣ୍ଡା ବୋଲି ଚର୍ଚ୍ଚା ମଧ୍ୟ ହେଉଛି। ଉକ୍ତ ବୈଠକରେ ଦେଖିବାକୁ ମିଳିଛି ଭିନ୍ନ ଦୃଶ୍ୟ। ପାଖାପାଖି ୨ ବର୍ଷ ତଳେ ବିଜେପିର କିଛି କୋଣଠେସା କୁଜି ନେତା ସାମିଲ ହୋଇଥିଲେ ବିଜେଡି ଶିବିରରେ। ଦଳରେ ମିଶିବା ପରେ ଏମାନେ ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କର ସାଜିଛନ୍ତି ନିକଟତର। ବିଧାୟକଙ୍କର ପ୍ରତ୍ୟେକଟି ଗସ୍ତରେ ଏମାନଙ୍କୁ ଦେଖିବାକୁ ମିଳେ। କିନ୍ତୁ ବିଜେଡି ଦଳରେ ରହି ବିଜୟ ମହାପାତ୍ରଙ୍କ ବୈଠକରେ ଦେଖିବାକୁ ମିଳିଥିଲା ଏହି କୁଜି ନେତାଙ୍କୁ। ତେବେ ଦଳରେ ଏମିତି କଣ ଘଟିଛି ଯେ ଏମାନେ ଏପରି ଦଳ ବିରୋଧୀୟଙ୍କ ବୈଠକରେ ସାମିଲ ହୋଇଛନ୍ତି ବା ବାଧ୍ୟ ହେଲେ। ଦେଖିବାକୁ ଗଲେ ଏମାନେ ସବୁ ସ୍ମାର୍ଟ କୁଜି ନେତା। କାରଣ ନିଜ ଭିତରେ ବି ଦଳର ସ୍ଥିରତା ନାହିଁ, କେବେ ଏ ଦଳ ତ, କେବେ ସେ ଦଳ ଘୁରି ବୁଲୁଛନ୍ତି ବୋଲି ମଧ୍ୟ ଆଲୋଚନା ହେଉଛି। ଅନ୍ୟପଟେ ବିଜେଡି ନେତା ସୁବ୍ରତ ମହାନ୍ତି ଏହାକୁ ଅସ୍ୱୀକାର କରିଛନ୍ତି। ପୂର୍ବରୁ ସେ ବିଜେପିର ଆଗଧାଡିର ଥିଲେ ଏବଂ ବିଜୟ ମହାପାତ୍ରଙ୍କୁ ବ୍ୟକ୍ତିଗତ ସଂପର୍କରେ ସେଦିନ ସେ ଭେଟିଥିବା କହିଛନ୍ତି। ସେହିପରି ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଏହାକୁ ମଧ୍ୟ ଖଣ୍ଡନ କରିଛନ୍ତି। ବିଜେଡିର ଆଭିମୁଖ୍ୟ ଯାହା ରହିଛି, ସେଥିରେ କାମ କରୁଥିବା ନେତା କେବେ ବିଜେପି ବୈଠକରେ ସାମିଲ ହୋଇପାରିବ ନାହିଁ ଏବଂ କିଏ କୌଣସି ବ୍ୟକ୍ତିଗତ କାମରେ କାହା ସହିତ ଏପରି ବିରୋଧୀୟ ଦଳର ନେତାଙ୍କ ସହିତ ମିଶିବ ସେଥିରେ ତାଙ୍କ କୌଣସି ଯାଏଆସେ ନାହିଁ ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.