କେନ୍ଦ୍ରାପଡା ୧୮/୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଗତ ୨ ଦିନ ହେବ କେନ୍ଦ୍ରାପଡା, ମହାକାଳପଡା ଓ ପାଟକୁରା ନିର୍ବାଚନ ମଣ୍ଡଳିର କେତକ ଅଂଚଳ ବୁଲି ସ୍ଥାନୀୟ ସମସ୍ୟା ସଂପର୍କରେ ଲୋକଙ୍କ ସହିତ ଆଲୋଚନା କରିଥିଲେ ଓ କେତକ ସାମାଜିକ କାର୍ଯ୍ୟରେ ଯୋଗ ଦେଇଥିଲେ। ଫେବୃଆରୀ ମାସରେ ସେ ବ୍ୟାପକ ଭାବେ ବିଭିନ୍ନ ଅଂଚଳ ଗସ୍ତ କରିବା ସଂଗେ ସଂଗେ କେନ୍ଦ୍ରାପଡା ଜିଲ୍ଲାର ସମୂହ ଉନ୍ନତି ନିମନ୍ତେ ସମସ୍ତେ ଏକଜୁଟ ହୋଇ କାର୍ଯ୍ୟ କରିବା ନିମନ୍ତେ ଆହ୍ୱାନ ଦେଇଥିଲେ। ଗସ୍ତ ପରେ ତାଙ୍କ କେନ୍ଦ୍ରାପଡା କାର୍ଯ୍ୟାଳୟରେ ପୂର୍ବତନ ନଗରପାଳ ବିଜୟକୃଷ୍ଣ ସାହୁ, ଆଡଭୋକେଟ ଗୌରପ୍ରସାଦ ମହାପାତ୍ର, ଆଡଭୋକେଟ ନୃସିଂହ ରାଉତ, ସମାଜ ସେବୀ ବିପଦ ଭଂଜନ ଦାସ, ଗୋଲଖ ଚନ୍ଦ୍ର ବେହେରା, ଯୁବନେତା ମାନସ ଦାସ, ନିଳକଣ୍ଠ ନାୟକ ପ୍ରମୁଖ ଶ୍ରୀ ମହାପାତ୍ରଙ୍କୁ ସାକ୍ଷାତ ଆଲୋଚନା କରି କେନ୍ଦ୍ରାପଡା ସହର ଗସ୍ତ କରିବାକୁ ଅନୁରୋଧ କରିଥିଲେ।