Home ଜିଲ୍ଲା ପରିକ୍ରମା ବିଜୟା ଦଶମୀ ଶୋଭାଯାତ୍ରାରୁ ଫେରୁଥିବାବେଳେ ଦୁଇ ବାଇକ ଧକ୍କା, ଜଣେ ମୃତ, ୨ ଜଣ ଗୁରୁତର

ବିଜୟା ଦଶମୀ ଶୋଭାଯାତ୍ରାରୁ ଫେରୁଥିବାବେଳେ ଦୁଇ ବାଇକ ଧକ୍କା, ଜଣେ ମୃତ, ୨ ଜଣ ଗୁରୁତର

30

ଭଦ୍ରକ, ୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଦୋବଲ ରାସ୍ତାରେ କଲେଜ ରାସ୍ତା ରେ ଦୁଇ ମୋଟର ସାଇକେଲ ଧକ୍କା ହେବା ଫଳରେ ଜଣଙ୍କର ମୃତ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇ କଟକ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାଯାଇଛି। ମୃତ ଯୁବକ ଜଣଙ୍କ ହେଲେ କରଦା ପଂଚାୟତ ମୁହାଁଣପଡା ଗ୍ରାମର ଅଜୟ ସେଠୀ ଙ୍କ ପୁଅ ଶୁଭ ପ୍ରକାଶ ସେଠୀ (୨୧)। ଅନ୍ୟ ଜଣକ ଅଙ୍ଗେଇପାଳ ଗ୍ରାମ ର ସୁରେଶ କର ଙ୍କ ପୁଅ ତାପସ କର(୨୨) ଗୁରୁତର ଭାବେ କଟକ ବଡ ମେଡିକାଲ ରେ ମୃତ ଶହ ସଂଗ୍ରାମ କରୁଛନ୍ତି ।ଅନ୍ୟ ଜଣେ ଆହତ ଯୁବକ ର ନାମ ମିଳି ପାରି ନାହିଁ। ସୁଚନା ଥାଉ କି ମଙ୍ଗଳବାର ସନ୍ଧ୍ୟାରେ ଧାମନଗର ରେ ବିଜୟୀ ଦଶମୀ ପାଇଁ ବିଭିନ୍ନ ଗ୍ରାମରୁ ଶୋଭାଯାତ୍ରା ଆସୁଥିଲା ଥିଲା। ଏଥିରେ ୧୫ ରୁ ଉର୍ଦ୍ଧ ରାମ ଓ ହନୁମାନଙ୍କ ସୁସଜ୍ଜିତ ମେଢ଼ ସାଙ୍ଗକୁ ଡିଜେ ରେ ପ୍ରକମ୍ପିତ ହେଉଥିଲା ପୁରା ଅଂଚଳ। ଏହି କାର୍ଯ୍ୟକ୍ରମ ରେ ମନ୍ଧ୍ୟା ଶୁଭ ପ୍ରକାଶ ସାମିଲ ହୋଇ ରାତି ୧୦ ଟା ବେଳେ ଘରକୁ ଫେରୁଥିବା ବେଳେ। ଧାମନଗର ଦୋବଲ ମୁଖ୍ୟ ରାସ୍ତା କଲେଜ ରାସ୍ତା ନିକଟରେ ସାମ୍ନାରୁ ଆଉ ଗୋଟେ ବାଇକ୍ ସହ ଧକ୍କା ହୋଇଥିଲା।ଫଳରେ ଉଭୟ ଗୁରୁତର ହୋଇଥିଲେ । ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଧାମନଗର ମେଡ଼ିକାଲରେ ଭର୍ତି କରିଥିବା ବେଳ ଶୁଭ ପ୍ରକାଶ ସେଠୀଙ୍କୁ ଡ଼ାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟ ଜଣଙ୍କ ତାପସ କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ତାପସ କର ଜୀବନ ମରଣ ସହ ଲଢ଼େଇ କରୁଛନ୍ତି। ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଚଳାଇଛି। ଦୁଇଟି ଗାଡି ଜବତ କରିବା ସହ କେସ ନମ୍ବର ୧୩୫/୨୫ ରେ ଏକ ମାମଲା ରୁଜୁ କରି ଘଟଣା ର ତଦନ୍ତ କରୁଛନ୍ତି ପୋଲିସ ।ତେବେ ଏପରି ଦୁଃଖଦ ଖବର ସ୍ଥାନୀୟ ଅଂଚଳ ରେ ଶୋକର ଛାୟା ଖେଳି ଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.