Home ଜିଲ୍ଲା ପରିକ୍ରମା ବିଜୟା ଦଶମୀ ପାଳନ ଉପଲକ୍ଷେ ତିହିଡିରେ ମା’ ମାଟି ପାଇଁ ଗଣଦୌଡ

ବିଜୟା ଦଶମୀ ପାଳନ ଉପଲକ୍ଷେ ତିହିଡିରେ ମା’ ମାଟି ପାଇଁ ଗଣଦୌଡ

11

ଭଦ୍ରକ, ୧୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ ଶ୍ରୀରାମଙ୍କ ବିଜୟା ଦଶମୀ ମହୋତ୍ସବ ପାଳନ ଉପଲକ୍ଷେ ରବିବାର ସକାଳେ ଶ୍ରୀରାମ ନବମୀ ସମିତି ପକ୍ଷରୁ ଗଣଦୌଡ ଅନୁଷ୍ଠିତ ହୋଇଯାଇଛି । ଏହି ଗଣଦୌଡକୁ ବିଜେପି ନେତା ଅଜୟ କୁମାର ନାୟକ ଶୁଭାରମ୍ଭ କରିଥିଲେ।ଗଣଦୌଡ ମାଧ୍ୟମରେ ରାଷ୍ଟ୍ରୀୟ ଏକତା ଓ ଭାଇଚାରା ସମ୍ପର୍କ ସେତୁ ବାନ୍ଧିବାର ଲକ୍ଷ୍ୟ ରହିଛି । ପ୍ରଥମେ ବଡଗାଲୋସ୍ଥିତ ମନ୍ଦିର ନିକଟରୁ ଗଣଦୌଡ ଆରମ୍ଭ ହୋଇଥିଲା।ଏଥିରେ ଶତାଧିକ ଅଞ୍ଚଳ ବାସୀ ଯୋଗଦେଇ ବଜାର ପରିକ୍ରମା କରି ତହସିଲ ପରିସରରେ ଥିବା ହନୁମାନ ମନ୍ଦିରରେ ପହଁଚି ପୂଜାର୍ଚ୍ଚନା କରିଥିଲେ । ଶ୍ରୀରାମ ନବମୀ ସମିତିର ସଭାପତି କିଶୋର ନାୟକ, ସମ୍ପାଦକ ଯଯାତିକେଶରୀ ଦାସ, କୋଷାଧ୍ୟକ୍ଷ ନିଳମଣି ସାବତ, ଶୁଭ୍ରନାରାୟଣ ସେଠୀ, ସୀତାକାନ୍ତ ନାୟକ, ରଘୁନାଥ ପାତ୍ର, ବିଶ୍ୱଜିତ ବେହେରା, ଶୁକଦେବ ମଳିକ, କେଶବ ବେହେରା, ପି. ହୃଷିକେଶ, ସରୋଜ ନାୟକ, ଦୀପକ ସ୍ୱାଇଁ, ବୁଦ୍ଧିରାମ ସେଠୀ, ନିଶିକାନ୍ତ ଭଟ୍ଟରାୟ, ଜ୍ୟୋର୍ତିମୟ ପାଣ୍ଡବ, ରାଜୀବ ନାୟକ, ଅଭିରାମ ଦାସ, ସଞ୍ଜୟ ମହାନ୍ତି, ପ୍ରିୟବନ୍ଧୁ ମାଝୀ, ମନୋଜ ସେନାପତି, ପ୍ରତାପ ଜେନା, ଦୟାନିଧି ସାହୁ, ଜୟପ୍ରକାଶ ବେହେରା, ଗଣେଶ କର, ହରିଶ୍ଚନ୍ଦ୍ର ନାୟକ, ତପନ ପଣ୍ଡା, ଅଜୟ ନାୟକ ଓ ରାଜେଶ ନାୟକ ପ୍ରମୁଖ ଶତାଧିକ ସାମିଲ ହୋଇଥିଲେ । ଆସନ୍ତା ୧୯ ତାରିଖରେ ଗୁଆମଙ୍ଗଳା ଓ ରାମାୟଣ ପାଠ, ୨୦ରେ ଜଗନ୍ନାଥଙ୍କ ପୂଜା, ବାଇକ୍ ଶୋଭାଯାତ୍ରା, ୨୧ରେ ୧୦୮ ହନୁମାନ ଚାଳିଶା ପାଠ, ୨୨ରେ ବସୁଦୈ୍ୱ କୁଟୁମ୍ବବଙ୍କ ପୂଜା, ବାଲ ବଜରଙ୍ଗି ସାଇକେଲ ଶୋଭାଯାତ୍ରା, ୨୩ରେ ଗୁରୁନାରାୟଣୀ ପୂଜା, ୨୪ରେ ବରୁଣ ଓ ପାଶ୍ୱର୍ ଦେବାଦେବୀ ପୂଜା, ୨୫ରେ ସପ୍ତମାତୃକା ପୂଜା, ୨୬ରେ କଳସ ଶୋଭାଯାତ୍ରା ଓ ଅଷ୍ଟମୀ ପୂଜା, ୨୭ରେ ନବମୀ ପୂଜା ଏବଂ ୨୮ରେ ମହାଦଶମୀ ପୂଜା ସହିତ ବିଶାଳ ନଗର ସଂକିର୍ତନ ଓ ବିଜୟା ଦଶମୀ ମହୋତ୍ସବ ପାଳନ କରାଯିବାର କାର୍ଯ୍ୟକ୍ରମ ରହିଛି । ଚଳିତ ବର୍ଷ ବିଭିନ୍ନ ଗାଁଗଣ୍ଡାରୁ ୫୨ଟି ପ୍ରଜ୍ଞାପନ ମେଢ ମହୋତ୍ସବରେ ସାମିଲ ହେବ ବୋଲି ଜଣାଯାଇଛି । ଏଠାରେ ସୂଚନା ଥାଉକି, ଭଦ୍ରକରେ ଜିଲ୍ଲା ସ୍ତରୀୟ ଶ୍ରୀରାମ ନବମୀ ପାଳନ କରା ଯାଇଥାଏ ।ବିଭିନ୍ନ ଅଞ୍ଚଳରୁ ଶତାଧିକ ପ୍ରଜ୍ଞାପନ ମେଢ ଭଦ୍ରକ ଯାଇଥାନ୍ତି। ଏହାର ଠିକ୍ ପରଦିନ ତିହିଡିରେ ବିଜୟା ଦଶମୀ ମହୋତ୍ସବ ବିଗତ ଏଗାର ବର୍ଷ ଧରି ପାଳନ ହୋଇ ଆସୁଅଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.