Home ଓଡ଼ିଶା ବିଜେପୁର ବିଜୟ ସହ ରେକର୍ଡ ଭାଙ୍ଗିଲେ ରୀତା

ବିଜେପୁର ବିଜୟ ସହ ରେକର୍ଡ ଭାଙ୍ଗିଲେ ରୀତା

1141

ଭୁବନେଶ୍ୱର: ବିଜେପୁର ଉପ ନିର୍ବାଚନରେ ବିଜେଡି ପାର୍ଥି ରୀତା ସାହୁ ବିଜୟ ହେବା ସହ ଏକ ବଡ଼ ରେକର୍ଡ କରିଛନ୍ତି।ରୀତା ୧୩୫୯୫୭ ଭୋଟ ପାଇଥିବା ବେଳେ ବିଜେପି ପାର୍ଥି ସନତ ଗଡ଼ତିଆ ୩୭୯୬୭ ଖଣ୍ଡ ଭୋଟ ପାଇଛନ୍ତି।କଂଗ୍ରେସ ପାର୍ଥି ଦିଲ୍ଲୀପ ପଣ୍ଡା ୫୮୭୩ ଭୋଟ ପାଇ ତୃତୀୟ ସ୍ଥାନରେ ଅଛନ୍ତି।ରୀତା ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ସନତ ଗଡ଼ତିଆଙ୍କୁ ୯୭୯୯୪ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି।ଯାହାକି ଓଡ଼ିଶା ବିଧାନସଭା କ୍ଷେତ୍ରରେ ଏକ ରେକର୍ଡ।ଏତେ ସଂଖ୍ୟକ ଭୋଟ ବ୍ୟବଧାନରେ ପୂର୍ବରୁ ଆଉ କେହି ଜିତି ନଥିଲେ।ବିଜୟ ବ୍ୟବଧାନରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଛରେ ପକାଇଦେବା ସହ ସୌମ୍ୟ ରଞ୍ଜନ ପଟ୍ଟନାୟକ ଏବଂ ବିଶ୍ୱଭୂଷଣ ହରିଚନ୍ଦନଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି।୨୦୦୦ ମସିହାରେ ବିଜେପି ପାର୍ଥି ବିଶ୍ୱଭୂଷଣ ହରିଚନ୍ଦନ ଭୁବନେଶ୍ୱର ଆସନରୁ  ୯୪, ୫୫୫ ଭୋଟ ବ୍ୟବଧାନରେ ଜିତିଥିଲେ।ଯାହା ଓଡ଼ିଶା ବିଧାନସଭାରେ ଅଧିକ ଭୋଟ ବ୍ୟବଧାନରେ ଜିତିବାର ରେକର୍ଡ ହୋଇ ରହିଥିଲା।ନବୀନ ୧୧୦୬୦୪ ଖଣ୍ଡ ଭୋଟ ପାଇ ୫୭୧୨୨ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ବେଳେ ଥିବା ବେଳେ ୨୦୧୯ ନିର୍ବାଚନରେ ସୌମ୍ୟରଂଜନ ପଟ୍ଟନାୟକ ଖଣ୍ଡପଡା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୮୧୪୩୦ ଭୋଟରେ ବିଜୟୀ ହୋଇଥିଲେ।ଏବେ କିନ୍ତୁ ରୀତା ୧୩୫୯୫୭ ଭୋଟ ପାଇ ୯୭୯୯୪ ଭୋଟ ବ୍ୟବଧାନରେ ବିଜୟୀ ହୋଇ ଓଡ଼ିଶା ବିଧାନସଭା ଇତିହାସରେ ସର୍ବାଧିକ ଭୋଟ ବ୍ୟବଧାନରେ ଜିତିବାର ରେକର୍ଡ ନିଜ ନାମରେ କରିଛନ୍ତି।//ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.