Home ଅପରାଧ ବିଜେପି ୱେବସାଇଟ ହ୍ୟାକ:ଲେଖାଗଲା ପାକିସ୍ଥାନ ଜିନ୍ଦାବାଦ!

ବିଜେପି ୱେବସାଇଟ ହ୍ୟାକ:ଲେଖାଗଲା ପାକିସ୍ଥାନ ଜିନ୍ଦାବାଦ!

231

ଭୁବନେଶ୍ୱର;୧୫,ଅକ୍ଟୋବର:ଗୋଆ ବିଜେପିର ଏକ ପୁରୁଣା ୱେବସାଇଟକୁ କେହି ଅଜ୍ଞାତ ଲୋକ ହ୍ୟାକ କରିଦେଇଛି।ଏବଂ ସେଥିରେ “ପାକିସ୍ଥାନ ଜିନ୍ଦାବାଦ” ଲେଖାଯାଇଛି।ୱେବସାଇଟ ହ୍ୟାକ ହେବା ପରେ ସେଥିରେ “ଟିମ ପିସିଆଇ” ଏବଂ ମହମ୍ମଦ ବିଲାଲ ନାମ ମଧ୍ୟ ଲେଖା ଯାଇଥିଲା।ହ୍ୟାକର ୱେବସାଇଟରେ ଭିର୍ଣ୍ଣ ଭିର୍ଣ୍ଣ କଥା ଲେଖିବା ପରେ ସନ୍ଦେଶରେ ଏକ ଲିଙ୍କ ପୋଷ୍ଟ କରିଥିଲା।ଲେଖାଥିଲା- mailto:[email protected]”।

 

ତେବେ ଏହା ଏକ ପୁରୁଣା ୱେବସାଇଟ।ଗୋଆ ବିଜେପି ଏବେ ବ୍ୟବହାର କରୁଥିବା ନୂଆ ୱେବସାଇଟରେ ହ୍ୟାକିଂ ବିରୋଧୀ ସୁରକ୍ଷା ଉପଲବ୍ଧ ଅଛି।ଯାହା ଉପରେ ସାଇବର ଆକ୍ରମଣର ପ୍ରଭାବ ପଡ଼ିନି।ତେବେ ଏ ନେଇ ରାଜ୍ୟ ବିଜେପି ପକ୍ଷରୁ କୌଣସି ଅଭିଯୋଗ ହୋଇନଥିବା ଜଣାପଡ଼ିଛି।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.