Home ଓଡ଼ିଶା ବିଜେପି ସରକାର ହେଲେ ତିନି ମାସରେ ଖଣି ମାଫିଆ, ଟିଟଫଣ୍ଡ ଚୋର ଯିବେ ଜେଲ୍ -ଧର୍ମେନ୍ଦ୍ର...

ବିଜେପି ସରକାର ହେଲେ ତିନି ମାସରେ ଖଣି ମାଫିଆ, ଟିଟଫଣ୍ଡ ଚୋର ଯିବେ ଜେଲ୍ -ଧର୍ମେନ୍ଦ୍ର ପ୍ରଧାନ

870

ଯାଜପୁର, ପୁରୀ ଓ ଭଦ୍ରକରେ ନିର୍ବାଚନ ପ୍ରଚାରରେ କେନ୍ଦ୍ରମନ୍ତ୍ରୀ
– ପ୍ରଦୀପ ମହାରଥୀଙ୍କ ଗିରଫ ଓଡିଆଙ୍କ ବିଜୟ
– ଭଦ୍ରକରେ ଟେକ୍ସଟାଇଲ ପାର୍କ ନିର୍ମାଣରେ ବାଧକ ସାଜିଛନ୍ତି ନବୀନ
– ରାଜ୍ୟରେ ମୋଦିଙ୍କ ଡବଲ ଇଞ୍ଜିନର ସରକାର ହେଲେ ବୃହତ ବନ୍ଦର ଅସ୍ତରଙ୍ଗରେ ହେବ
– ନବୀନଙ୍କ ଗୁଣ୍ଡାଗିରି ଶେଷ ହେବ ଓ ନରେନ୍ଦ୍ର ମୋଦିଙ୍କ ହାତମୁଠା ଟାଣ ହେବ
– ତାମିଲନାଡୁର ଖଣି ମାଫିଆ ଓଡିଆ ଲୋକଙ୍କ ମାଲିକ ସାଜିଛି
– ସାରା ଦେଶରେ ଦାରିଦ୍ରତା କମୁଥିବା ବେଳେ ଓଡିଶାର ୩୩ ଭାଗ ଲୋକ ଦାରିଦ୍ର ସୀମା ରେଖା ତଳେ ଅଛନ୍ତି
– ଓଡିଶାରେ ମୋଟ ୧ ଲକ୍ଷ କୋଟି ଋଣ ଭାର ହେଲାଣି, ଏହା ମୁଖ୍ୟମନ୍ତ୍ରୀଙ୍କ ପାରିବା ପଣିଆ କି?
– ରାଜ୍ୟରେ କୁପୋଷଣକୁ ବନ୍ଦ କରି ସୁପୋଷଣର ଦାୟିତ୍ୱ ନରେନ୍ଦ୍ର ମୋଦିଙ୍କ ସରକାର ନେବ
– ଓଡିଶାକୁ ବିଶ୍ୱ ବ୍ୟବସାୟରେ ଆଗକୁ ନେବା ମୋଦିଙ୍କ ଦ୍ୱାରା ସମ୍ଭବ ହେବ

ଭୁବନେଶ୍ୱର/କୋରେଇ/ଧାମନଗର/କାକଟପୁର/, ଅପ୍ରେଲ ୨୨ (ଓଡ଼ିଆ ପୁଅ) – ବିଜୁ ଜନତା ଦଳର ସଦସ୍ୟ ଖଣି ଦୁର୍ନୀତି, ବ୍ଲାକରୋଜ, ପଥର ଖଣି ଦୁର୍ନୀତି ଓ ଚିଟଫଣ୍ଡରେ ଲିପ୍ତ ଅଛନ୍ତି। ନବୀନ ବାବୁଙ୍କ ଡର୍ଜନ ଡର୍ଜନ ନେତା ଚିଟଫଣ୍ଡ୍ ଓ ଦୁର୍ନୀତି ମାମଲାରେ ଜେଲ୍ ଯାଇଥିବା ବେଳେ କେତେଜଣ ବେଲରେ ଅଛନ୍ତି। ବିଜେପି ସରକାର ହେଲେ ତିନି ମାସରେ ଖଣି ମାଫିଆ, ଟିଟଫଣ୍ଡ ଚୋରଙ୍କୁ ଜେଲ ପଠାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେହିପରି ନବୀନ ବାବୁଙ୍କ ସରକାରରେ ଓଡିଶାରେ ଗୁଣ୍ଡାରାଜ ବଢି ଚାଲିଥିବା ବେଳେ ବିଜେପି ଆସିଲେ ଗୁଣ୍ଡା ବିରୋଧୀ ଆଇନ ଅଣାଯିବ ଏବଂ ସବୁ ଗୁଣ୍ଡାଙ୍କୁ ଜେଲ୍ ପଠାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଯାଜପୁର ଜିଲ୍ଲାର କୋରେଇ, ଭଦ୍ରକ ଜିଲ୍ଲା ଧାମନଗର ଓ ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳିରେ ଆୟୋଜିତ ବିଜୟ ସଂକଳ୍ପ ସଭାରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭଦ୍ରକ ଜିଲ୍ଲାରେ ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ସରକାର ଚାହୁଁଛନ୍ତି। ଏହି ପାର୍କ ପ୍ରତିଷ୍ଠା ହେଲେ ହଜାର ହଜାର ଯୁବକ ରୋଜଗାର ପାଇପାରିବେ। ମାତ୍ର ନବୀନ ବାବୁ ଏଥିପାଇଁ ଜାଗା ଦେବାରେ ବାଧକ ସାଜିଛନ୍ତି ବୋଲି ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳିର ତିହିଡି ଠାରେ ଆୟୋଜିତ ବିଜୟ ସଂକଳ୍ପ ସଭାରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଯେ ଭଦ୍ରକ ଜିଲ୍ଲାରେ ରୋଜଗାର ଦେବାରେ ବାଧକ ସାଜୁଛି ତାକୁ ବଦଳେଇବା ଦରକାର ବୋଲି ଶ୍ରୀ

ପ୍ରଧାନ କହିଛନ୍ତି। ସେହିପରି ଓଡିଶାରେ ନରେନ୍ଦ୍ର ମୋଦିଙ୍କ ଡବଲ ଇଞ୍ଜିନର ସରକାର ହେଲେ ଏକ ବୃହତ ପୋର୍ଟ ଅସ୍ତରଙ୍ଗରେ ତିଆରି କରାଯିବ ବୋଲି ସେ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଯେଉଁମାନେ ଗୁଣ୍ଡାରାଜ ଚଲାଉଛନ୍ତି, ନରେନ୍ଦ୍ର ମୋଦିଙ୍କ ସରକାର ହେଲେ ସେମାନଙ୍କୁ ଜେଲ ପଠାଯିବ ବୋଲି ଧମକ ଦିଆଯାଇଥିଲା। ମାଜିଷ୍ଟ୍ରେଟ୍ଙ୍କୁ ମାରପିଟ କରିବା ଘଟଣାରେ ଶାସକ ବିଜୁ ଜନତା ଦଳର ବିଧାୟକ ପ୍ରଦୀପ ମହାରଥୀଙ୍କୁ ଜେଲ୍ ପଠାଯାଇଛି। ଏହା ଓଡିଆ ମାନଙ୍କର ବିଜୟ। ନବୀନଙ୍କ ଗୁଣ୍ଡାଗିରି ଶେଷ ହେବ ଓ ନରେନ୍ଦ୍ର ମୋଦିଙ୍କ ହାତମୁଠା ଟାଣ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଖଣି ମାଫିଆଙ୍କ ପାଖରେ ଆଜି ଓଡିଶାର ନେତତ୍ୱ ବନ୍ଧା ପଡିଛି। ତାମିଲନାଡୁର ଖଣିି ମାଫିଆ ଓଡିଆ ଲୋକଙ୍କ ମାଲିକ ସାଜିଛି। ଏହାର ଜବାବ ଦେବା ଦରକାର।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ୧୯ ବର୍ଷର ପୁଅଟିଏ ପରିବାର ପ୍ରତିପୋଷଣର କ୍ଷମତା ରଖେ। ମାତ୍ର ୧୯ ବର୍ଷରେ ନବୀନ ବାବୁ ଓଡିଆ ଲୋକଙ୍କ ଉପରେ ମୁଣ୍ଡ ପିଛା ଋଣ ୨୯, ୦୦୦ ଟଙ୍କା ଏବଂ ଓଡିଶାରେ ମୋଟ ୧ ଲକ୍ଷ କୋଟି ଋଣ ଭାର ଲଦିଲେଣି। ଏହା ମୁଖ୍ୟମନ୍ତ୍ରୀଙ୍କ ପାରିବା ପଣିଆ କି ବୋଲି ସେ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ ୧୯ ବର୍ଷ ଶାସନ ଦାୟିତ୍ୱରେ ରହିବା ପରେ ମଧ୍ୟ ଓଡିଶାରେ ଗରିବୀ ବଢିବାରେ ଲାଗିଛି। ସାରା ଦେଶରେ ଦାରିଦ୍ରତା କମୁଥିବା ବେଳେ ଓଡିଶାର ୩୩ ଭାଗ ଲୋକ ଦାରିଦ୍ର ସୀମା ରେଖା ତଳେ ଅଛନ୍ତି।

ମୋଦି ଆସିଲେ ଓଡିଶାରେ ଟଙ୍କିକିଆ ଚାଉଳ ବନ୍ଦ ହୋଇଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପପ୍ରଚାର କରୁଛନ୍ତି। ଓଡିଶାରେ ବିଜେପି ସରକାର ହେଲେ ରାଜ୍ୟର ୩ କୋଟି ୨୬ ଲକ୍ଷ ଲୋକଙ୍କୁ ମୋଟ ୧ ଟଙ୍କାରେ ୫ କେଜି ଚାଉଳ, ଅଧକେଜି ଲେଖାଁଏ ଡାଲି ଓ ଲୁଣ ଦିଆଯିବ। ଏହା ଡବଲ ଇଞ୍ଜିନର ସରକାରର ପ୍ରତିଜ୍ଞା। ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାର ୨୫ଟି ଜିଲ୍ଲାରେ ଗର୍ଭବତି ମହିଳା ଓ ଶିଶୁମାନେ କୁପୋଷଣର ଶୀକାର ହୋଇଛନ୍ତିା ନଗଡା ଏହାର ସବୁଠୁ ବଡ ପ୍ରମାଣ। ରାଜ୍ୟରେ କୁପୋଷଣକୁ ବନ୍ଦ କରି ସୁପୋଷଣର ଦାୟିତ୍ୱ ନରେନ୍ଦ୍ର ମୋଦିଙ୍କ ସରକାର ନେବ ବୋଲି ସେ କହିଛନ୍ତି।

ଗରିବଙ୍କ କଲ୍ୟାଣ ପାଇଁ ନରେନ୍ଦ୍ର ମୋଦି ପ୍ରତିବଦ୍ଧ। ଓଡିଶାକୁ ବିଶ୍ୱ ବ୍ୟବସାୟରେ ଆଗକୁ ନେବା ମୋଦିଙ୍କ ଦ୍ୱାରା ସମ୍ଭବ। ବିଜେପି ସରକାର ଓଡିଶାରେ ହେଲେ ଓଡିଶାର ବିକାଶ ହେବ ବୋଲି ନରେନ୍ଦ୍ର ମୋଦି ପ୍ରତିଶ୍ରୁତି ଦେଇଛନ୍ତି। ଶ୍ରୀ ପ୍ରଧାନ ରାଜ୍ୟରେ ଏହି ବିଜୟ ସଂକଳ୍ପ ସଭାରେ ଉପସ୍ଥିତ ଜନସାଧାରଣଙ୍କୁ ପଦ୍ମ ଫୁଲରେ ମୋହର ମାରି ଦଳୀୟ ପ୍ରାର୍ଥୀଙ୍କୁ ଜୟଯୁକ୍ତ କରି ଓଡିଶାରେ ଡବଲ ଇଞ୍ଜିନର ସରକାର କରିବାକୁ ଆହ୍ୱାନ କରିଥିଲୋ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.