Home Top News ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ : ୨୦୨୪ ପାଇଁ ଦୁଇସୂତ୍ରୀ କାର୍ଯ୍ୟକ୍ରମ ପ୍ରସ୍ତୁତି କଲା ବିଜେପି

ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ : ୨୦୨୪ ପାଇଁ ଦୁଇସୂତ୍ରୀ କାର୍ଯ୍ୟକ୍ରମ ପ୍ରସ୍ତୁତି କଲା ବିଜେପି

88

– ବିଜେଡିର ଅପାରଗ, ଭ୍ରଷ୍ଟ ସରକାରକୁ ଗାଦିଚ୍ୟୁତ କରି ଓଡ଼ିଶାରେ ବିଜେପି ଡବଲ ଇଞ୍ଜିନ ସରକାର କରିବ : ସମୀର ମହାନ୍ତି
– ପ୍ରଧାନମନ୍ତ୍ରୀଙ୍କ ଜନ କଲ୍ୟାଣକାରୀ ଯୋଜନାକୁ ବିଜେପିର କାର୍ଯ୍ୟକର୍ତା ଘରେ ଘରେ ପଂହଚାଇବେ: ସୁନୀଲ ବଂଶଲ
ଭୁବନେଶ୍ୱର ୨୨/୦୧ (ଓଡ଼ିଆ ପୁଅ) : ଓଡିଶା ଧନୀ କିନ୍ତୁ ଓଡ଼ିଆ ଆଜି ଗରୀବ। ଖଣିଜ ସମ୍ପଦରେ ଭରପୁର ଓଡ଼ିଶା। ସୁଦୀର୍ଘ ବେଳାଭୂମି ଓ ବିସ୍ତୃତ ଜଳସମ୍ପଦ ଥିବାବେଳେ ଓଡ଼ିଶା ସରକାରଙ୍କର ସ୍ଥାଣୁତା ଓ ଅପାରଗତା ପାଇଁ ଓଡ଼ିଶା ଆଜି ପଛରେ। ରାଜ୍ୟ ଶାସନ ବ୍ୟବସ୍ଥା ଅମଲାତନ୍ତ୍ର କବଜାରେ। ରାଜ୍ୟରେ କୌଣସି ଦୀର୍ଘ ମିଆଦି ଉନ୍ନୟନ କାର୍ଯ୍ୟ ସମ୍ବନ୍ଧରେ ଚିନ୍ତା ରଖୁନଥିବା ବିଜେଡି ସରକାର ସମସ୍ତ କେନ୍ଦ୍ରୀୟ ଯୋଜନାକୁ ନିଜ ନାମରେ ନାମିତ କରି ଯୋଜନାକୁ ହଡପ କରିବା ସଙ୍ଗେ ସଙ୍ଗେ ରାଜ୍ୟବାସୀଙ୍କୁ ଭ୍ରମିତ କରିଆସୁଛନ୍ତି। ରାଜ୍ୟ ଓ ରାଜ୍ୟବାସୀଙ୍କ ଧନ ଜୀବନର ସୁୁରକ୍ଷା ରାଜ୍ୟ ସରକାରଙ୍କ ପ୍ରାଥମିକ ଦାୟିତ୍ୱ ଥିବାବେଳେ ସେଥିରେ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ବିଫଳ। ନାଁ ରାଜ୍ୟ ସୁରକ୍ଷିତ ନାଁ ରାଜ୍ୟବାସୀ ସୁରକ୍ଷିତ। ସବୁଠାରୁ ଦୁର୍ଭାଗ୍ୟଜନିତ ଘଟଣା ଯେ, ଅପରାଧ ଓ ଅପରାଧୀମାନଙ୍କୁ ପୃଷ୍ଠ ପୋଷକତା କରୁଛନ୍ତି ଶାସକ ଦଳର ନେତା ଓ ମନ୍ତ୍ରୀମାନେ। ସାଂପ୍ରତିକ ପରିସ୍ଥିତିରେ ଓଡ଼ିଶାର ଶିକ୍ଷାବ୍ୟବସ୍ଥା ସମ୍ପୂର୍ଣ୍ଣ ଭୂଶୁଡି ପଡ଼ିଛି। ଓଡ଼ିଶା ସରକାର ବିଧାନସଭାରେ ୨୭ଲକ୍ଷ ଘର ଆବଶ୍ୟକ ବୋଲି କହିଥିଲାବେଳେ କେନ୍ଦ୍ର ସରକାର ଓଡ଼ିଶାକୁ ଅନ୍ୟାବଧି ୨୮ଲକ୍ଷରୁ ଉର୍ଦ୍ଧ୍ୱ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦେଇଛନ୍ତି ହେଲେ ଓଡ଼ିଶାରେ ଏହ ଯୋଜନାକୁ ବିଜେଡି ସରକାର ବିଭିନ୍ନ ଷଡଯନ୍ତ୍ର କରି ବିଭ୍ରାଟ କରିବା ପାଇଁ ଅପଚେଷ୍ଟା କରିଆସୁଛି। ରାଜ୍ୟ ସରକାର ଦଳୀୟ ଭିତିରେ ଅଯୋଗ୍ୟ ହିତାଧିକାରୀଙ୍କ ନାଁକୁ ତାଲିକାରେ ରଖିଥିବାବେଳେ ଯୋଗ୍ୟ ତଥା ଗରିବ ହିତାଧିକାରୀଙ୍କ ନାଁକୁ ତାଲିକାରୁ କାଟି ଦେଇଛନ୍ତି। ରାଜ୍ୟରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଯାହା ଯାହା ଆର୍ôଥକ ସହାୟତା ମିଳେ ବାସ୍ତବରେ ତାହା ହେଉଛି କେନ୍ଦ୍ର ସରକାରଙ୍କର ଦୀନ ଦୟାଲ ଅନ୍ତଦ୍ୱୟ ଯୋଜନା ଓ ଜାତୀୟ ଜୀବିକା ମିଶନ ଅନ୍ତର୍ଭୁକ୍ତ। ରାଜ୍ୟ ସରକାର କେବଳ ମାଛ ତେଲରେ ମାଛ ଭାଜନ୍ତି। ରାଜ୍ୟର ଆଦିବାସୀ ଓ ଦଳୀତ ବର୍ଗଙ୍କୁ ସବୁକ୍ଷେତ୍ରରେ ରାଜ୍ୟ ସରକାର ଅବହେଳା କରିଆସିଛନ୍ତି। ସେହିପରି ରାଜ୍ୟ ଜନସଂଖ୍ୟାର ୫୪ଭାଗ ପଛୁଆ ବର୍ଗଙ୍କ ପ୍ରତି ବିଜେଡି ସରକାର ଯୋଜନା ବଦ୍ଧ ଷଡଯନ୍ତ୍ର କରିବା ଦୁର୍ଭାଗ୍ୟଜନକ। ବିକାଶଶୀଳ ରାଜ୍ୟର ମେରୁଦଣ୍ଡ ସମବାୟ ସଂସ୍ଥା ହୋଇଥିବାବେଳେ ରାଜ୍ୟରେ ତାହା ବିଜେଡି ଦଳର ଗୋଷ୍ଠୀ କାର୍ଯ୍ୟାଳୟରେ ପରିଣତ ହୋଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନକଲ୍ୟାଣ ଯୋଜନାକୁ ଲୋକଙ୍କ ପାଖରେ ପଂହଚାଇବା ସହିତ ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ବିରୋଧରେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରିବାକୁ ରାଜ୍ୟ କରାର୍ଯ୍ୟକାରିଣୀରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଆହ୍ୱାନ ଦେଇଛନ୍ତି।

ରାଜ୍ୟର ସାଂପ୍ରତିକ ରାଜନୈତିକ ଓ ସାମାଜିକ ପ୍ରସଙ୍ଗକୁ ନେଇ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି। ଆଜିର କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ସରକାରଙ୍କ ଅପାରଗତା ଓ ନିଷ୍କ୍ରିୟତା ସଂପର୍କରେ ଆଲୋଚନା ହେବା ସହ ଆଗାମୀ ଦିନରେ ବିଜେପିର ରୋଡ ମ୍ୟାପକୁ ନେଇ ବ୍ୟାପକ ଆଲୋଚନା ହୋଇଥିଲା। ଗତକାଲି ରାଜ୍ୟ ପଦାଧିକାରୀ ବୈଠକରେ ଆଗତ ହୋଇଥିବା ସମସ୍ତ ପ୍ରସଙ୍ଗରେ ଆଜିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯାଇ ସମସ୍ତ ପ୍ରସ୍ତାବ ପାରିତ କରାଯାଇଅଛି। ଆଜି ସକାଳେ କାର୍ଯ୍ୟକାରିଣୀ ଉଦ୍‌ଘାଟନ ଅବସରରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ବନ୍ଦେ ମାତରଂ ଓ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ବିଭିନ୍ନ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କର ବିୟୋଗରେ କାର୍ଯ୍ୟକାରିଣୀରେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା। ଏହି ବୈଠକରେ ଓଡ଼ିଶା ଦାୟିତ୍ୱରେ ଥିବା ବିଜେପିର ସାଧାରଣ ସଂପାଦକ ତଥା କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ପ୍ରଭାରୀ ତଥା ରାଷ୍ଟ୍ରୀୟ ସାଧାରଣ ସଂପାଦକ ଡି.ପୁରନ୍ଦେଶ୍ୱରୀ, ସହପ୍ରଭାରୀ ସାଂସଦ ବିଜୟ ପାଲସିଂ ତୋମାର ଓ ରାଜ୍ୟ ସଂଗଠନ ସାଧାରଣ ସଂପାଦକ ମାନସ କୁମାର ମହାନ୍ତି ବିଜେପିର ସାଙ୍ଗଠନିକ କାର୍ଯ୍ୟକ୍ରମରେ ସମୀକ୍ଷା କରିବା ସହ ଆଗାମୀ ୪ମାସର ରୋଡମ୍ୟାପର ବିସ୍ତୃତ ଆଲୋଚନା କରିଥିଲେ।

ଆଜିର କାର୍ଯ୍ୟକାରିଣୀ କମିଟି ବୈଠକ ସମ୍ବନ୍ଧରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି ଯେ, ଆଜିର କାର୍ଯ୍ୟକାରିଣୀରେ ଓଡ଼ିଶାରେ ୨୦୨୪ରେ ହେବାକୁ ଯାଉଥିବା ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜେପି ତାର ବିଜୟ ପାଇଁ ଦୁଇ ସୂତ୍ରୀ କାର୍ଯ୍ୟକ୍ରମ ହାତକୁ ନେଇଛି। ତୃଣମୂଳ ସ୍ତରରେ ବୁଥ୍‌କୁ ସଶକ୍ତ ଓ ସକ୍ରିୟ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ତତ୍‌ସହିତ ଓଡ଼ିଶାରେ ବିଜୁ ଜନତା ଦଳର ଅପାରଗ, ଭ୍ରଷ୍ଟାଚାର ଓ ଗରୀବ ବିରୋଧୀ କାର୍ଯ୍ୟକ୍ରମ ବିରୋଧରେ ତୃଣମୂଳ ସ୍ତରରେ ରାଜନୈତିକ ଲଢ଼ାଇ କରାଯିବ। କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାର ଓଡ଼ିଶା ପାଇଁ ଦେଉଥିବା ସମସ୍ତ କେନ୍ଦ୍ରୀୟ ଯୋଜନାର ଲାଭ କିଭଳି ଓଡ଼ିଶା ଲୋକ ପାଇବେ ଓ ବିଜେପି ଏହାକୁ ନେଇ ଜନସାଧାରଣଙ୍କୁ ଅବଗତ କରିବ।

ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି, ବେକାରୀ ସମସ୍ୟା, ଚାଷୀ ଓ ଚାଷ ସମସ୍ୟା, ଶକ୍ଷା ସମସ୍ୟା, ଦୁର୍ନୀତି ଓ ଭ୍ରଷ୍ଟାଚାର, ପ୍ରଧାନମନ୍ତ୍ରୀ ଆବାସ ବଂଟନରେ ଅନିୟମତତା, ମହିଳାଙ୍କ ଆର୍ôଥକ ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ଅବଦାନ, ସ୍ୱାସ୍ଥ୍ୟ ସେବା ଓ ପାନୀୟ ଜଳ, ଆଦିବାସୀ-ଦଳୀତଙ୍କୁ ଅଣଦେଖା, ଓବିସି ବର୍ଗଙ୍କୁ ଅବହେଳା, ସମବାୟ ସଂସ୍ଥାର ଅଚଳାବସ୍ଥା ପ୍ରଭୃତିକୁ ନେଇ ପ୍ରସ୍ତୁତି ହେଇଥିବା ରାଜନୈତିକ ଚିଠା ପ୍ରସ୍ତାବକୁ ଆଗତ କରିଥିଲେ ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେହିପରି ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ଚାଉଳ ପ୍ରଦାନ, ଓଡ଼ିଶାକୁ ୨୮ଲକ୍ଷରୁ ଊର୍ଦ୍ଧ୍ୱ ପ୍ରଧାନମନ୍ତ୍ରୀ ଆବାସ, ଏସଏଚଜି ସୁଧଛାଡ, ଜାତୀୟ ରାଜପଥ ଓ ରେଳସେବା କ୍ଷେତ୍ରରେ ଓଡ଼ିଶାକୁ ଅଗ୍ରାଧିକାର, ଜି-୨୦ସମ୍ମିଳନୀ ପାଇଁ ଓଡ଼ିଶାକୁ ଗୁରୁତ୍ୱ, ୫ଜି ନେଟୱାର୍କ ସେବା ପ୍ରଚଳନ, ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ରୀୟ କଲ୍ୟାଣ ଯୋଜନା ପ୍ରଭୃତିରେ ଓଡ଼ିଶାକୁ ବିପୁଳ ଅର୍ଥ ପ୍ରଦାନ କରିଥିବା ସମ୍ପର୍କରେ ରାଜ୍ୟ କାର୍ଯ୍ୟକାରିଣୀରେ ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ତଥ୍ୟ ରଖିଥିଲେ। କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇ କାର୍ଯ୍ୟକାରିଣୀ ପ୍ରସ୍ତାବ ଆଗତ କରାଯାଇଥିଲା।

ଓଡିଶାର ସାଢ଼େ ଚାରିକୋଟି ଓଡ଼ିଆଙ୍କୁ ରାଜ୍ୟ ସରକାର ଧୋକ୍କା ଦେଇଛନ୍ତି। ଓଡ଼ିଶାରେ ଏବେ ଆଇନ ଶୃଙ୍ଖଳା ବିଧ୍ୱସ୍ତ ଓ ରାଜ୍ୟବାସୀ ସମ୍ପୂର୍ଣ୍ଣଭାବେ ଅସୁରକ୍ଷିତ। ପ୍ରତିଦିନ ୯ଦୁଷ୍କର୍ମ, ୮ହତ୍ୟା ଓ ମହିଳାଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଇଛି। ୨୩ବର୍ଷ ଶାସନରେ ରାଜ୍ୟ ସରକାରଙ୍କ ଗର୍ବ ଓ ଅହଂକାର ବୃଦ୍ଧି ପାଇଛି। ବିଜୁ ଜନତା ଦଳର ନେତା, ମନ୍ତ୍ରୀ ଓ ବିଧାୟକମାନେ ଅପରାଧ ଘଟାଇବାରେ ସିଦ୍ଧହସ୍ତ ହାସଲ କରିଛନ୍ତି। ସାରା ଓଡ଼ିଶାରେ ଧାନ ମଣ୍ଡିର ଅବ୍ୟବସ୍ଥା, କଟନି ଛଟନୀ ଚାଷୀଙ୍କୁ ହତାଶ୍ କରିଛି। ରାଜ୍ୟରେ ଯୁବକଙ୍କୁ ନିଯୁକ୍ତି ନାହିଁ। ୨୦୧୬ ଓ ୨୦୧୮ ମେକ୍ ଇନ୍ ଓଡିଶା କନକ୍ଲେଭ ପ୍ରହସନରେ ପରିଣତ ହୋଇଛି ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଚଳିତ ବର୍ଷ ତମାମ୍ ଭାରତ ବର୍ଷରେ ଆୟୋଜନ ହେବାକୁ ଯାଉଛି ଏ-୨୦ ସମ୍ମିଳନୀ। ସମ୍ମିଳନୀରେ ତିନୋଟି ପ୍ରସଙ୍ଗ ଶିକ୍ଷା, ସଂସ୍କୃତି ଓ ଶକ୍ତି ବିଷୟକୁ ପର୍ଯ୍ୟାୟକ୍ରମେ ଆଲୋଚନାକୁ ନିଆଯିବାର ପ୍ରସ୍ତାବ ଓଡିଶାର ଭୁବନେଶ୍ୱର, ପୁରୀ ଓ କୋଣାର୍କରେ ରଖାଯାଇଛି। ଏହାକୁ ସଫଳ କରିବା ପାଇଁ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା କାର୍ଯ୍ୟକାରିଣୀରେ ବିସ୍ତୃତ ଯୋଜନା ରଖିଥିଲେ।

ଆଜିର ରାଜ୍ୟ କାର୍ଯ୍ୟକାରିଣୀରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ, ରାଜ୍ୟ କୋର କମିଟି ସଦସ୍ୟ, ରାଜ୍ୟ ପଦାଧିକାରୀ, ରାଜ୍ୟ ମୁଖପାତ୍ର, ସାଂସଦ, ବିଧାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ ଓ ସମସ୍ତ ମୋର୍ଚ୍ଚାର ସଭାପତି ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.