Home ଓଡ଼ିଶା ବିଜେପି ମହିଳା ମୋର୍ଚ୍ଚା କରିବ ବାଇକ ରାଲି!

ବିଜେପି ମହିଳା ମୋର୍ଚ୍ଚା କରିବ ବାଇକ ରାଲି!

103

ଭୁବନେଶ୍ୱର(ଦେବଦତ୍ତ ରଥ):ଦେଶବ୍ୟାପୀ “ମହିଳା ବାଇକ ରାଲି” କରିବାର ଯୋଜନା କରୁଛି ବିଜେପି।ବିଜେପି ମହିଳା ମୋର୍ଚ୍ଚା ଏହି ବାଇକ ରାଲିର ଆୟୋଜନ କରିବ।ପ୍ରତ୍ୟକ ରାଲିରେ ଅନ୍ୟୁନ୍ୟ ୨୦୦ ବାଇକ ସାମିଲ କରିବାର ଏବଂ ଦେଶସାରା ଏପରି ୩୦୦ ରାଲି କରିବାର ଯୋଜନା କରୁଛି ବିଜେପି ମହିଳା ମୋର୍ଚ୍ଚା।ମିଳିଥିବା ଖବର ଅନୁଯାୟୀ ବିଜେପି ମହିଳା ମୋର୍ଚ୍ଚା ଏପରି ମହିଳା ମାନଙ୍କର ଲିଷ୍ଟ ପ୍ରସ୍ତୁତ କରୁଛି ଯିଏ ବାଇକ ଚଲାଇବା ଜାଣିଥିବ ଏବଂ ରାଲିରେ ସାମିଲ ହେବାକୁ ଇଛୁକ ଥିବ।
ବିଜେପି ଏହି ପ୍ରକାର “ମହିଳା ବାଇକ ରାଲି” ମଧ୍ୟପ୍ରଦେଶର ଭୋପାଳଠାରେ ସଫଳତାର ସହ ଆୟୋଜନ କରି ସାରିଛି।ଏବଂ ଏହାପରେ ଅନ୍ୟାନ୍ୟ ରାଜ୍ୟରେ କରିବାକୁ ଯୋଜନା କରୁଛି।ବିଜେପି ଓଡ଼ିଶାରେ ମଧ୍ୟ ଏହିପରି ରାଲି ୪ ରୁ ୬ ଜୁଲାଇରେ କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି।ଓଡ଼ିଶା ପରେ ୮ ଜୁଲାଇରୁ ୧୧ ଜୁଲାଇ ପର୍ଯ୍ୟନ୍ତ ଗୋଆରେ ଏପରି ବାଇକ ରାଲିର ଆୟୋଜନ ପାଇଁ ଯୋଜନା ଚାଲିଛି।ଏବଂ ଏହାପରେ ମଧ୍ୟ ଏହା ଅନ୍ୟାନ୍ୟ ରାଜ୍ୟରେ ହେବ।ଏହି ସବୁ ରାଲିରେ ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧକ୍ଷ ବିଜୟା ରାହାତକର ମଧ୍ୟ ଯୋଗଦେବେ।ଏହିପରି ମହିଳା ବାଇକ ରାଲି ଆୟୋଜନ କରି ମହିଳା ମାନଙ୍କର ଆଗକୁ ବଢ଼ିବା ଦିଗରେ ଏବଂ ସଶକ୍ତିକରଣ ଦିଗରେ ବିଜେପି ଲଗାତାର କାମ କରୁଥିବା ପ୍ରତିପାଦନ କରିବାକୁ ଚାହୁଁଥିବା ଜଣାପଡ଼ିଛି।ତେବେ ରାଜ୍ୟ ବିଜେପି କିମ୍ବା ମହିଳା ମୋର୍ଚ୍ଚା ପକ୍ଷରୁ ଏପର୍ଯ୍ୟନ୍ତ ଏନେଇ କିଛି ସୂଚନା ମିଳିନି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.