Home Top News ବିଜେପି ମନ୍ତ୍ରୀ ଚୀନ୍ ବେଜିଂ ଡ୍ୟାସିଂ ଇଣ୍ଟରନ୍ୟାସନାଲ ଏୟାରପୋର୍ଟର ଫଟୋ ସେୟାର କରି ନୋଏଡା ଅନ୍ତର୍ଜାତୀୟ...

ବିଜେପି ମନ୍ତ୍ରୀ ଚୀନ୍ ବେଜିଂ ଡ୍ୟାସିଂ ଇଣ୍ଟରନ୍ୟାସନାଲ ଏୟାରପୋର୍ଟର ଫଟୋ ସେୟାର କରି ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର ମଡେଲ ବୋଲି ଟ୍ୱିଟ କରିଥିଲେ, ଚାଇନାର ଗଣମାଧ୍ୟମ ପ୍ରତିନିଧି କହିଲେ ଏମିତି

52

ନୂଆ ଦିଲ୍ଲୀ ୨୭-୧୧ (ଓଡ଼ିଆ ପୁଅ) ୨୫ ନଭେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏସିଆର ସର୍ବବୃହତ ତଥା ବିଶ୍ୱର ଚତୁର୍ଥ ବୃହତ୍ତମ ଅନ୍ତର୍ଜାତୀୟ ବିମାନବନ୍ଦରର ଉଦଘାଟନ କରିଛନ୍ତି। ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର ଉଦଘାଟନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ସମସ୍ତ ବିଜେପି ମନ୍ତ୍ରୀ ମାନଙ୍କ ଦ୍ୱାରା ଟୁଇଟ୍ କରାଯାଇଥିଲା। ଏଥିରୁ ଗୋଟିଏ ଟୁଇଟ୍ ଯେଉଁଠାରେ କୁହାଯାଇଥିଲାଯେ, ଆଜି ୩୫, ୦୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ବିମାନବନ୍ଦରକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ। ନେତାମାନେ ସେମାନଙ୍କ ଟ୍ୱିଟରେ ସେୟାର କରିଥିବା ଫଟୋଟି ହେଉଛି ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର ମଡେଲର ଫଟୋ, କିନ୍ତୁ ପ୍ରକୃତରେ ଏହା ବର୍ତ୍ତମାନ ଏହା ଚୀନ୍ ବେଜିଂ ଡ୍ୟାସିଂ ଆନ୍ତର୍ଜାତୀୟ ବିମାନବନ୍ଦରର ଫଟୋ ବୋଲି ଜଣାପଡ଼ିଛି।

ଏହା କୁ ନେଇ ଚାଇନା ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ଶେନ୍ ଶିୱାଇ ପ୍ରକାଶ କରିଛନ୍ତି। ସେ ତାଙ୍କର ଟ୍ୱିଟରେ, ବିଜେପି ମନ୍ତ୍ରୀମାନଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଟ୍ୱିଟର ଫଟୋ ସେୟାର କରି ସେ ଲେଖିଛନ୍ତି, ଭୁଲ୍ … ମୁଁ ଜାଣି ଆଶ୍ଚର୍ଯ୍ୟ ହୋଇଛି ଯେ, ଭାରତ ସରକାରଙ୍କ ଅଧିକାରୀମାନେ ଚୀନ୍‌ର ବେଜିଂ ଡ୍ୟାସିଂ ଅନ୍ତର୍ଜାତୀୟ ବିମାନବନ୍ଦରର ଫଟୋକୁ ନେଇ ଟ୍ୱିଟ କରିଛନ୍ତିଯେ ଏହା ସେମାନଙ୍କର ସଫଳତା। ଏହାକୁ ଟ୍ୱିଟ୍ କରିବା ବେଳେ ଶେନ୍ ଶିୱାଇ କପାଳରେ ହାତ ଦେଇଥିବା ଏକ ଇମୋଜି ମଧ୍ୟ ସେୟାର କରିଛନ୍ତି।

ଅବଶ୍ୟ ମନ୍ତ୍ରୀମାନଙ୍କର ଟ୍ୱିଟର ହ୍ୟାଣ୍ଡେଲକୁ ଗଲେ ଏହି ଟ୍ୱିଟ୍ ଡିଲିଟ୍ ହୋଇଥିବା ଦେଖିବାକୁ ମିଳିବ।
କିନ୍ତୁ ଏହାକୁ ନେଇ ବିରୋଧି ନେତାମାନଙ୍କର ପ୍ରତିକ୍ରିୟା ଜାଣନ୍ତୁ

୨୦୨୪ ମସିହାରେ ପ୍ରସ୍ତୁତ ହେବାକୁ ଥିବା ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର ମଡେଲର ମୂଳ ଫଟୋ କ’ଣ ତାହା ଉପରେ କିଛି କହିବା କଷ୍ଟକର, କାରଣ ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦର ଭାବରେ ବିଜେପି ନେତାମାନେ ଯେଉଁ ଫଟୋ ସେୟାର କରିଥିଲେ ତାହାତ ଚାଇନାର ଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.